ଓଡିଶା ଖବର

ଦୁର୍ଘଟଣା ଗ୍ରସ୍ତ ଆହତଙ୍କୁ ରେଡକ୍ରସ ପାଣ୍ଠିରୁ ସହାୟତା – ମାନବିକତା ଦେଖାଇଲା ସୁବ୍ରତ ହସ୍ପିଟାଲ | 

(AKN NEWS):ଗତ କିଛି ଦିନ ତଳେ ପାଟଣାଗଡ଼ ବ୍ଲକ ଘଷିଏନ ଲରମ୍ଭା ରାସ୍ତାରେ ହାଇୱା ସହ ମୋଟର ସାଇକେଲ ଦୁର୍ଘଟଣା ହୋଇ ଘଟଣା ସ୍ଥଳରେ ଚାରି ବର୍ଷର ଶିଶୁ ଚିରଞ୍ଜୀବ ବରିହାର ମୃତ୍ୟୁ ହେଲା ଅନ୍ୟ ଗୁରୁତର ଆହତ ମାନେ ପ୍ରଥମେ ଘଷିଏନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଲୟ, ତାପରେ ଭୀମ ଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର ହୋଇଥିଲେ | ସେଠାରୁ ଆସି ପୁଣି ପାଟଣାଗଡ଼ର ଏକ ଘରୋଇ ଡାକ୍ତରଖାନା ସୁବ୍ରତ ହସ୍ପିଟାଲରେ ଚିକିତ୍ସିତ ହେଲେ | ଆଜି ପାଟଣାଗଡ଼ ତହସିଲଦାର ଦୁର୍ଘଟଣା ଗ୍ରସ୍ତ ଚିକିତ୍ସିତ ପରିବାରକୁ ଘରୋଇ ଡାକ୍ତରଖାନାରେ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ରେଡକ୍ରସ ପାଣ୍ଠିରୁ ନଗଦ ଦଶ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କଲେ | ଦୁର୍ଘଟଣାଗ୍ରସ୍ତ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାରୁ ଆଦିବାସୀ ନେତା ଗିରିରାଜ ଭୋଇ ଘରୋଇ ଡାକ୍ତରଖାନା ସୁବ୍ରତ ହସ୍ପିଟାଲର ମାଲିକ ଘନଶ୍ୟାମ ମେହେରଙ୍କୁ ଚିକିତ୍ସା ଖର୍ଚ୍ଚ ସମ୍ପୂର୍ଣ ମାଗଣା କରିବା ପାଇଁ ଅନୁରୋଧ କରିଥିଲେ | ଚିକିତ୍ସାରେ ସମସ୍ତ ଖର୍ଚ୍ଚ ସମ୍ପୂର୍ଣ ମାଗଣା କରି ଶ୍ରୀ ମେହେର ମାନବିକତାର ପରିଚୟ ଦେଲେ | ହସ୍ପିଟାଲ ମାଲିକ ଶ୍ରୀ ମେହେର ଏବଂ ସୁନାମାଧନ୍ୟ ଡାକ୍ତର ହେମନ୍ତ ମେହେରଙ୍କ ବିଶାଳ ହୃଦୟ ଓ ସେବା ମନୋଭାବକୁ ଅଞ୍ଚଳବାସୀ ପ୍ରଶଂସା କରୁଛନ୍ତି |

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!