ଓଡିଶା ଖବର

ସେରସୁଆଁତଲଛକରେ ମର୍ମନ୍ତକ ସଡ଼କ ଦୁର୍ଘଟଣା ଚାପ ଉତ୍ତେଜନା ରାସ୍ତା ରୋକ

(AKN NEWS):ସୁଚନା ଯୋଗ୍ୟ ଯେ ସମ୍ବଲପୁର ଜିଲ୍ଲା ଶାସନ ଥାନା ଅଧିନସ୍ଥ ସେରସୁଆଁତଲ ଛକ ରେ ସିନ୍ଦୁରପଙ୍କ-ସମାସିଙ୍ଘା MDR 19 ମୁଖ୍ଯ ରାସ୍ତା ଉପରେ ଗତକାଲି ସନ୍ଧ୍ୟା ସାଡ଼େ ୫ ସମଯରେ ପରମାଣପୁର ପଟୁ ଏକ ବୋଲେରୋ କେମ୍ପସ୍‌ ଗାଡ଼ି ଦ୍ରୂତ ଗତିରେ ମାଡ଼ି ଆସି ଅନ୍ୟ କଡ଼ ରାସ୍ତା ତଲେଥିବା ଲୋକ ଓ ମଟରଗାଡ଼ି କାର୍‌ ସବୁକୁ ଚକତି ଦେଇଥିଲା। ତଦନ୍ତରୁ ଜଣାଗଲା ଚାଳକ ଜଣକ ନିଶାସକ୍ତ ଥିଲା। ଅମାନିଆ ଚାଳକ ର ଏଭଳି କାଣ୍ଡ ଦେଖି ଲୋକେ ଛାନିଆଁ।ଘଟଣା ପରେ ସ୍ଥାନୀୟ ଲୋକେ ଚାଳକ ଓ ଆହତଙ୍କୁ ଡାକ୍ତରଖାନା ନେଇଥିଲେ | ଏହି ଘଟଣାରେ ମଟ ୬ ଜଣ ଆହତ ହୋଇଥିବା ବେଳେ ଶିକ୍ରାପାଲି ଗ୍ରାମର ଅକ୍ଷୟ ଚାନ୍ଦ ନାମକ ବ୍ୟକ୍ତିର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହି ଘଟଣାକୁ କେନ୍ଦ୍ରକରି ଆଜି ସକାଳେ ଲୋକେ ଉତ୍ୟକ୍ତ ହୋଇ MDR 19 ପୁରୁଣା ରାଞ୍ଚି ରୋଡ଼୍‌କୁ ଅବରୋଧ କରିଥିଲେ ଫଳରେ ବହୁ ସମୟଧରି ଘଟଣା ସ୍ଥଳରେ ଚାପଉତ୍ତେଜନା ଦେଖାଯାଇଥିଲା। ପରେ ପୋଲିସ ବାହିନୀ ଓ କୁକୁଡ଼ାପାଲି ରାଜସ୍ବ ନିରୀକ୍ଷକ ଆସି ମୃତ ପରିବାର ପାଇଁ ସରକାରୀ ସହାୟତା ର ପ୍ରତିଶ୍ରୁତି ପରେ ସ୍ଥିତି ସ୍ବଭାବିକ ହୋଇଥିଲା।

ସମ୍ବଲପୁର ରୁ ପ୍ରଦ୍ୟୁମ୍ନ ବିଶି ଙ୍କ ଋପୋର୍ଟ୍ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!