ଓଡିଶା ଖବର

ଗରିବ ନିରୀହ ହିତାଧିକାରୀଙ୍କୁ ଟାର୍ଗେଟ । 

ଆବାସ ଘର ନିର୍ମାଣ କରି ଦେବି କହି ଟଙ୍କା ଉଠାଇ ଯୁବକ ଫେରାର ।

ଅସମ୍ପୂର୍ଣ୍ଣ ଆବାସ ଯୋଜନା ଗୃହ ।

୮୧ ବର୍ଷୀୟ ବୃଦ୍ଧାଙ୍କ ବିନତି ଶୁଣିବ କିଏ ?

କଣ୍ଟାବାଞ୍ଜି,(AKN NEWS): ଗରିବ ନିରୀହ ହିତାଧିକାରୀଙ୍କୁ ଆବାସ ଘର ନିର୍ମାଣ କରି ଦେବି କହି ଟଙ୍କା ଉଠାଇ ଫେରାର ହୋଇଯାଇଛନ୍ତି । ବର୍ଷ ବର୍ଷ ଧରି ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଛି ଆବାସ ଗୃହ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ପଞ୍ଚାୟତ ଅନ୍ତର୍ଗତ ଡୁମେରଚୁଆଁ ଗ୍ରାମର ସୁରେନ୍ ମାଝୀ ନାମକ ଏକ ୮୧ ବର୍ଷୀୟ ଆଦିବାସୀ ମହିଳା ଏକତ୍ର ବସବାସ କରନ୍ତି। ତାଙ୍କ ସ୍ଵାମୀଙ୍କ ମୃତ୍ୟୁ ହେବା ପରଠାରୁ ଏହି ଗ୍ରାମରେ ସେ ଦିନ ମଜୁରି କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତୁ ।

ଗତ ଆର୍ଥିକ ବର୍ଷ ତାଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇଥିଲା କିନ୍ତୁ ସେହି ଗ୍ରାମର ଜଣେ ଯୁବକ ତାଙ୍କୁ ଘର ନିର୍ମାଣ କରି ଦେବି କହି ଅଳ୍ପ କିଛି କାମ କରି ତାଙ୍କୁ ୨ କିସ୍ତି ଟଙ୍କା ଉଠାଣ କରି ଅର୍ଦ୍ଧ ନିର୍ମିତ ଭାବରେ ତାଙ୍କ ଘର କୁ ଛାଡି ଦେଇଥିବା ସୁରେନ ମାଝୀ ଅଭିଯୋଗ କରିଛନ୍ତି। ଏହି ବିଷୟ ନେଇ ସେହି ପଞ୍ଚାୟତର ଜିଓ ଟେଗ କୁ ଯୋଗାଯୋଗ କରିବା ରୁ ସେହି ଘର ବାବଦକୁ ପ୍ରଥମ କିସ୍ତି ଭାବେ ୪୦ ହଜାର ଏବଂ ଦୂତିୟ କିସ୍ତି ବାବଦକୁ ୬୫ ହଜାର ଉଠାଣ ହୋଇଥିବା କହିଥିଲେ । ଏକାକୀ ବସବାସ କରୁଥିବା ଆଦିବାସୀ ବୃଦ୍ଧା ମହିଳାଙ୍କୁ ଠକି ପଇସା ଉଠାଇ ଫେରାର ମାରିଥିବା ଯୁବକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହିତ ନିଜ ଘର ନିର୍ମାଣ କାର୍ଯ୍ୟକୁ ଅତି ଶୀଘ୍ର ସମ୍ପୂର୍ଣ କରେଇ ଦେବା ପାଇଁ ସୁରେନ୍ ମାଝୀ ପ୍ରଶାସନକୁ ନିବେଦନ କରିଛନ୍ତି।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!