ନିଖିଳ ଉତ୍କଳ ବାରିକ ସମିତି ପକ୍ଷରୁ ଶ୍ରୀ ଶ୍ରୀ ନୃସିଂନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ବହୁ ଆଡମ୍ବର ସହକାରେ ଭବାନୀପାଟଣା ଠାରେ ପାଳିତ ହୋଇ ଯାଇଛି l

(AKN NEWS):ନିଖିଳ ଉତ୍କଳ ବାରିକ ସମିତି ପକ୍ଷରୁ ଶ୍ରୀ ଶ୍ରୀ ନୃସିଂନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ବହୁ ଆଡମ୍ବର ସହକାରେ ଭବାନୀପାଟଣା ଠାରେ ପାଳିତ ହୋଇ ଯାଇଛି l ଏହି ଅବସରରେ ବିଶ୍ଵ ଶାନ୍ତି ପାଇଁ କଳସ ଶୋଭାଯାତ୍ରା ଆୟୋଜିତ ହୋଇଥିଲା l
ଏହି ଶୋଭାଯାତ୍ରାରେ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇ ଭବାନୀପାଟଣା ସହର ପରିକ୍ରମା କରିଥିଲେ l ପରେ ପରେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା, ହୋମଯଜ୍ଞ କରାଯାଇ ଥିଲା l କର୍ତ୍ତା କର୍ତ୍ତ୍ରୀ ଭାବେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ କମ୍ବୁପାଣି ପରିଛା ଓ ତାଙ୍କ ସହଧର୍ମିଁଣୀ ବିଜୟଲକ୍ଷ୍ମୀ ବେହେରା କାର୍ଯୟନିର୍ବାହ କରିଥିଲେ l ଏ ସମସ୍ତ କାର୍ଯ୍ୟରେ ପୁରୁଣାପଡ଼ା ଅଞ୍ଚଳ, ଭବାନୀପାଟଣା ସଦର ଅଞ୍ଚଳ, ଓ ମାଁ ମାଣିକେଶ୍ଵରୀ ସେଲୁନ୍ ସଂଘର ମିଳିତ ଉଦ୍ୟମରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଛି l
ଏହି ପବିତ୍ର ଜନ୍ମୋତ୍ସବ ରେ ଜିଲ୍ଲା ସଭାପତି ଲମ୍ବୋଦର ବେହେରା, ବଟକୃଷ୍ଣ ଡାକୁଆ, ଭଗବାନ ବିଶୋଇ, କ୍ଷିରସିନ୍ଧୁ ବାରିକ, ଯୋଗେନ୍ଦ୍ର ବାରିକ, ନରେନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ବେହେରା, ପୂର୍ଣ୍ଣଚନ୍ଦ୍ର ବାରିକ, ଅଜୟ କୁମାର ଡାକୁଆ, ବା ଙ୍କବିହାରି ବାରିକ, ପ୍ରମୋଦ ବେହେରା ସେଲୁନ୍ ସଙ୍ଘ ସଭାପତି ବସନ୍ତ କୁମାର ବାରିକ, ଅରୁଣ କୁମାର ବାରିକ ହେମନ୍ତ କୁମାର ବାରିକ, ଲଡୁକେଶ୍ୱର୍ ଡାକୁଆ, ଭବାନୀ ଶଙ୍କର ପରିଛା, ଫାଲଗୁନୀ ବେହେରା, ସୁରେନ୍ଦ୍ର ଡାକୁଆ, ଶରତ ଡାକୁଆ ପ୍ରମୁଖ ସହଯୋଗ କରିଥିଲେ l
ବ୍ୟୁରୋ ରିପୋର୍ଟ AKN NEWS


