ଓଡିଶା ଖବର

ସୈନିକଙ୍କ ଉଦ୍ଦେଶ୍ୟରେ ମହାବିଷ୍ଣୁ ଯଜ୍ଞ(ସୁଖ ଓ ଦୁଃଖ ପାଇଁ ଜୀବନ ଆରମ୍ଭ ଏବଂ ଶେଷ ହୋଇଥାଏ)

ଭବାନୀପାଟଣା(AKN NEWS):ସୈନିକ ଦେଶର ରକ୍ଷା କବଚ। ତାଙ୍କର ସୁରକ୍ଷା ଓ ମନୋବଳ ବୃଦ୍ଧି କରିବା ସମସ୍ତଙ୍କର କର୍ତ୍ତବ୍ୟ। ସୈନିକମାନଙ୍କର ବଳିଦାନ ,ନିଷ୍ଠା ଓ ତ୍ୟାଗ ଦେଶବାସୀଙ୍କୁ ଗର୍ବିତ କରିଥାଏ। ପ୍ରତ୍ୟେକ ଭାରତୀୟ ନିଜର ସୈନିକମାନଙ୍କର ପାଇଁ ଗର୍ବ କରିଥାଏ। ଗତ ପହେଲଗାମ ହତ୍ୟାକାଣ୍ଡରେ ନିହତ ମାନଙ୍କର ପାଇଁ କାଳୀକୃଷ୍ଣ ସଂଘ ତରଫରୁ ଅମର ଆତ୍ମାର ସଦଗତି ପ୍ରଦାନ ପାଇଁ ନିରବ ପ୍ରାର୍ଥନା ଓ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ପାଇଁ ପ୍ରତିବାଦ କରାଯାଇଥିଲା। ଯେତେବେଳେ ଭାରତ ଆତଙ୍କୀମାନଙ୍କର ନିପାତ ପାଇଁ ପଦକ୍ଷେପ ଆରମ୍ଭ କଲା ସେତେବେଳେ ଭାରତ ଓ ପାକିସ୍ଥାନ ମଧ୍ୟରେ ଯୁଦ୍ଧ ପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ସଦଗୁରୁଦେ ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ପ୍ରତିଷ୍ଠିତ କାଳୀକୃଷ୍ଣ ତରଫରୁ ପୂଜ୍ୟଶ୍ରୀ ଜଗଦାନନ୍ଦଜୀ ମହାରାଜଙ୍କ ମାର୍ଗଦର୍ଶନରେ କାଳୀକୃଷ୍ଣ ସଂଘ ଭବାନୀପାଟଣା ଶାଖା ଆନୁକୁଲ୍ୟରେ ବାଲାଜି ମନ୍ଦିର ପରିସର ଭବାନୀପାଟଣା ଠାରେ ଏକ କୁଣ୍ଡୀୟ ମହାବିଷ୍ଣୁ ଯଜ୍ଞ ଆୟୋଜିତ ହୋଇଯାଇଛି। ସଂଘ ପ୍ରମୁଖ ପୂଜ୍ୟଶ୍ରୀ ଜଗଦାନନ୍ଦଜୀ ମହାରାଜ ଦିବ୍ୟ ପ୍ରବଚନ ମାଧ୍ୟମରେ କହିଛନ୍ତି ଭଗବାନ ଶ୍ରୀକୃଷ୍ଣ ଚନ୍ଦ୍ରଙ୍କର ଚକ୍ର ଓ ମାଁ କାଳୀଙ୍କର ଶକ୍ତି ଭାରତୀୟ ସୈନିକ ମାନଙ୍କର ସୁରକ୍ଷା କରିବ, ମହାବିଷ୍ଣୁ ଯଜ୍ଞର ଉର୍ଜା ଭାରତୀୟ ସୈନିକଙ୍କ ମନୋବଳ ବଢ଼ାଇବା ସହ ବିରତ୍ବ, ଶକ୍ତି, ଧର୍ଯ୍ୟ , ଧିଶକ୍ତି, ପରାକ୍ରମ ପ୍ରଦାନ କରିବ ବୋଲି କହାଛନ୍ତି। ନୃସିଂହ ଚତୁର୍ଦ୍ଦଶୀରେ ମହାବିଷ୍ଣୁ ଯଜ୍ଞ ପାଇଁ ଏକ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇ ଅଧିବାସ କର୍ମ ଅନୁଷ୍ଠିତ ହୋଇଥିଲା। ପବିତ୍ର ବୁଦ୍ଧ ପୂର୍ଣ୍ଣିମାରେ ମହାବିଷ୍ଣ, ସୁଦର୍ଶନ, ଭାରତ ମାତାର ପୂଜନ , ବୈଦିକ ମନ୍ତ୍ରରେ ଘୃତାହୁତି ପ୍ରଦାନ କରି ଶାନ୍ତି, ମୈତ୍ରୀ, ସଦଭାବନା ପାଇଁ ପ୍ରାର୍ଥନା ପରେ ମହାବିଷ୍ଣୁ ଯଜ୍ଞର ପୂର୍ଣ୍ଣାହୁତି କରାଯାଇଥିଲା। କାଳୀକୃଷ୍ଣ ସଂଘର ପୁସ୍ତାକାଚାର୍ଯ୍ୟ ଶ୍ରୀ ଅଭୟାନନ୍ଦ, ବରିଷ୍ଠ ଆଚାର୍ଯ୍ୟ ଶ୍ରୀ ତୋଷାନନ୍ଦ, ଆଚାର୍ଯ୍ୟ ଶ୍ରୀ ଯାମିନୀ କାନ୍ତ ପାଢୀ ପୂଜନ, ହବନ କରିଥିଲେ। ଏହି ଅବସରରେ ମୂଖ୍ୟ ସଂଘର କାର୍ଯ୍ୟକର୍ତ୍ତା , କାଳୀକୃଷ୍ଣ ବାହିନୀ , ପ୍ରଜ୍ଞା ବାହିନୀ,ମିଡିଆ ସେଲ , କଳାହାଣ୍ଡି ଓ ନବରଙ୍ଗପୁର ଶାଖା ସଂଘର ଭାଇ, ଭଉଣୀ ଓ ଶୁଭେଚ୍ଛୁ ମାନେ ଉପସ୍ଥିତ ରହିଥିଲେ। ଯଜମାନ ଭାବରେ ପ୍ରଶାନ୍ତ ଦାଶ ଓ ଆଲ୍କାଦିନି ଦାଶ ଯଜ୍ଞର ଯଜମାନ ଭାବରେ ବସିଥିବାବେଳେ ଭବାନୀପାଟଣା ଶାଖା ସଂଘର ସଭାପତି ନବ କାଶୋର ମୁଣ୍ଡ, ସଂପାଦକ ଜଗନ୍ନାଥ ମୁଣ୍ଡ, ବିଶ୍ଵନାଥ ପଣ୍ଡା, ରାଜୁ ଦାଶ, ସୁଶାନ୍ତ କୁମାର ମୁଣ୍ଡ, ସୁଧୀର ଖାନସମା, ଗୋପାଳ ଚନ୍ଦ୍ର ଠାକୁର, ଆଶୁତୋଷ ବେହେରା, ସନ୍ତୋଷ ବେହେରା, ଭୁଜବଲ ରଣା ମହାବିଷ୍ଣୁ ଯଜ୍ଞ ପରିଚାଳନାରେ ସହଯୋଗ କରିଥିଲେ।

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!