ଓଡିଶା ଖବର

ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ କାର୍ଯ୍ୟାବଳୀ ନାମକୁ ମାତ୍ର, କାଗଜ କଲମରେ କୋଟି କୋଟି ଟଙ୍କା ହଡ଼ପ,ଲୋକ ଙ୍କୁ ମିଳୁନି ପିଇବା ପାଣି ।

ବଲାଙ୍ଗୀର/ଟିଟିଲାଗଡ, (AKN NEWS):ବଲାଙ୍ଗୀର ଜିଲ୍ଲା ରେ ସାଧାରଣ ଲୋକ ଙ୍କୁ ସର୍ବ ନିମ୍ନ ମୌଳିକ ସୁବିଧା ପାନୀୟ ଜଳ ଯୋଗାଣ କରିଦେବା ଦର୍ଶାଇ କୋଟି କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି । ସାଧାରଣ ଲୋକ ଙ୍କୁ ଜଳ ଯୋଗାଣ ବ୍ୟବସ୍ଥା କରିବା ପାଇଁ ପାନୀୟ ଜଳ ଯୋଗାଣ ସହ ବିଦ୍ୟୁତ୍ ସଂଯୋଗ କରିବା ଉଚିତ୍ ହୋଇ ଥିବା ବେଳେ ବିନା ଜଳ ଯୋଗାଣ ରେ କେବଳ ନାମ କୁ ମାତ୍ର କିଛି ପାଣି ଟାଙ୍କି ବସେଇ ନାନା ପ୍ରକାର ଯୋଜନା ନିମନ୍ତେ ଫଟୋ ଉଠେଇ କୋଟି, କୋଟି ଟଙ୍କା ର ମୋଟା ଅଙ୍କର ଅର୍ଥ ଜିଲ୍ଲା ମୁଖ୍ୟ ଅଧିକାରୀ ଓ କିଛି ବରିଷ୍ଠ ଅଧିକାରୀ ମିଶି ହଡ଼ପ କରି ଥିବା ଅଭିଯୋଗ ଏବେ ତୀବ୍ର ଜନ ଅସନ୍ତୋଷ ସୃଷ୍ଟି କରିଛି । ଏହି ଅଧିକାରୀ ବଲାଙ୍ଗୀର ଜିଲ୍ଲା ର ବିଭିନ୍ନ ଗ୍ରାମ ଗୁଡ଼ିକ ରେ କେବଳ ସୂଚନା ଫଳକ ଓ କିଛି ପାଣି ଟାଙ୍କି ନିର୍ମାଣ ମାନ କରି ଦେଇ ବ୍ୟାପକ ବିଲ , ଭାଉଚର୍ ସହ ବ୍ୟାପକ ସରକାରୀ ଟଙ୍କା ହଡ଼ପ କରି ଆସୁଥିବା ଅଭିଯୋଗ ହୋଇଛି । ଜିଲ୍ଲା ର ସହ,ସହ ଗ୍ରାମବାସି ତଥା ବିଭିନ୍ନ ସହରାଞ୍ଚଳ ବାସି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନ ଥିବା ଯୋଗୁଁ ପାନୀୟ ଜଳ ପାଇଁ ଲୋକେ ଡହଳ, ବିକଳ ହୋଇ ଆସୁଥିବା ସାର ହୋଇଛି । ଏ ନେଇ ବଲାଙ୍ଗୀର ଜିଲ୍ଲାପାଳ,ଟିଟିଲାଗଡ ଉପ ଜିଲ୍ଲାପାଳ,କଣ୍ଟାବାଞ୍ଜି, ପାଟଣାଗଡ ତଥା ଜିଲ୍ଲା ର ଅନେକ ଅଞ୍ଚଳ ଗୁଡ଼ିକ ର ବିଭିନ୍ନ ସରକାରୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସହ ଧାରଣା ପ୍ରଦର୍ଶନ କରାଯାଇ କାର୍ଯ୍ୟନୁଷ୍ଠାନ ଦାବି କରାଯାଉଛି । ଜିଲ୍ଲା ରେ ପାନୀୟ ଜଳ ଯୋଗାଣ ରେ ବ୍ୟାପକ ଅନିୟମିତତା ସହ ହରିଲୁଟ୍ ଓ ସାଧାରଣ ଲୋକ ଙ୍କୁ ପାନୀୟ ଜଳ ଯୋଗାଣ ଦିଗରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି ହୋଇଛି । ଏ ନେଇ ଜିଲ୍ଲା ମୁଖ୍ୟ ଜଳ ଯୋଗାଣ ଅଧିକାରୀ ଙ୍କୁ ପଚାରିବାରୁ ସେ ପାନୀୟ ଜଳ ଯୋଗାଣ ଟ୍ୟାଙ୍କର ଯୋଗେ କରାଇ ଦିଆ ଯିବ ଓ କିଛି ଗ୍ରାମାଞ୍ଚଳ କୁ କରାଇ ଦିଆ ଗଲାଣି ବୋଲି ପ୍ରକାଶ କରିଥିଲେ । ଶରକାଇ ଅର୍ଥ ଖର୍ଚ୍ଚ ଦର୍ଶାଇ ବିଭିନ୍ନ ଯୋଜନା ଆଳରେ କୋଟି, କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ହେଲେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କାର୍ଯ୍ୟକାରୀ ନ ହେବା ଓ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କାହା ସ୍ୱାର୍ଥରେ ବୋଲି ପ୍ରନ୍ନବାଚି ସୃଷ୍ଟି ହୋଇଛି ।

ରିପୋର୍ଟ, ସନ୍ତୋଷ କୁମାର ନାୟକAKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!