ଓଡିଶା ଖବର

ବିବାହର ର ପ୍ରଲୋଭନ ଦେଖାଇ ବୃଦ୍ଧା ଙ୍କୁ ଦୁଷ୍କର୍ମ ଅଭିଯୋଗ ।                     

ବଲାଙ୍ଗୀର ଜିଲ୍ଲା (AKN NEWS):ଆଗଲପୁର ବ୍ଲକ ଆଗଲପୁର ଗ୍ରାମ ପଞ୍ଚାୟତ ଇଂଶ। ଗ୍ରାମ ରେ ଜୈନିକ60 ବର୍ଷୀୟ। ବୃଦ୍ଧା କୁ ସେହି ଗ୍ରାମର 46 ବର୍ଷୀୟ।ଯୁବକ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଆଗଲ ପୁର ଥାନାରେ ଅଭିଯୋଗ କରିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ଆଗଲପୁର ଗ୍ରାମ ପଞ୍ଚାୟତ ଇଂସା ଗ୍ରାମ ର ଆନନ୍ଦ ସରାଫ (46) ଓ ଉକ୍ତ ଗ୍ରାମ ର ଗୀତା ସିକା ଦୀର୍ଘ 2 ବର୍ଷ ରୁ ଉର୍ଦ୍ଧ ହେବ ପ୍ରେମ ସମର୍କ ସହିତ ଶାରୀରିକ ସମ୍ପର୍କ ରହି ଆସୁଥିଲା । ବୃଦ୍ଧା ର ସ୍ବାମୀ ବରୁଣ ସିକ। ଓ 3 ପୁଅ ବୋହୁ ତଥା ପରିବାର ବେଙ୍ଗଲୋର୍ କୁ ଶ୍ରମିକ ଭାବେ କାମ କରି ଯାଇ ଥିବା ବେଳେ ଏହି ସୁଯୋଗ ରେ ବୃଦ୍ଧା ଗୀତା ସହିତ ଆନନ୍ଦ ସରାଫ ମଧ୍ୟରେ  ପ୍ରେମ ସମ୍ପର୍କ ରହି ଆସୁଥିଲା ଓ ଆନନ୍ଦ ବୃଦ୍ଧ। କୁ ବିବାହ ର ପ୍ରଲୋଭନ ଦେଖାଇ ବାରଂବାର ଦୁଷ୍କର୍ମ କରି ଆସୁଥିଲା ବୋଲି ବୃଦ୍ଧା ଜଣକ ଆଗଲପୁର ଥାନାରେ ଅଭିଯୋଗ କରି ଛନ୍ତି । ଏହ।ରି ଭିତରେ ବୃଦ୍ଧା ର ଘରକୁ ଫେରିବା ପରେ ଘରେ ଉଭୟ ଙ୍କ ସମ୍ପର୍କ ରଖି ନ ପାରିବାରୁ ଗତ 30/4 ଦିନ ସନ୍ଧ୍ୟା ରେ ଦୁହେଁ ଫେରାର ମାରିଥିଲେ । ଆନନ୍ଦ ସରାଫ ଆଗଲପୁର ଫେକ୍କ ରେ ପିଅନ ଭାବେ କାର୍ଯ୍ୟ କରନ୍ତି। ସେ 3 ଦିନ ଛୁଟି ନେଇଥିଲେ ବୋଲି ସୂଚନା ମିଳିଛି ।ଏହି ତିନି ଦିନ ମଧ୍ୟରେ ଦୁହେଁ ଶାରୀରିକ ସମ୍ପର୍କ ରଖି ଆସୁ ଥିଲେ ବୋଲି ବୃଦ୍ଧା ଙ୍କ ଠାରୁ ସୂଚନା ମିଳିଛି ଓ ବିବାହ କରିବା ପାଇଁ କହିଥିଲା ହେଲେ ବିଭିନ୍ନ ଜାତିଆଣ ମନୋଭାବ ପ୍ରଦର୍ଶନ କରି ବିଭିନ୍ନ ଗାଳି ଗୁଲଜ କରି ବରଗଡ଼ ନିକଟସ୍ଥ ଏକ ମଠ ରେ ମୁ ଆସୁଛି କହି ଆନନ୍ଦ ଘରକୁ  ଚାଲି ଆସିଥିଲା ।ଏହା ପରେ କୌଣସି ପ୍ରକାରେ ସେହି ଠାରୁ ଚାଲି ଆସି ନିକଟ ରେ ଥିବା ଡୁଦୁକା ଗ୍ରାମ ରେ ରହୁଥିଲେ। ଓ ପରେ ଫୋନ ଯୋଗେ ଯୋଗାଯୋଗ କରି ନୁଆପ।ଲି ଗ୍ରାମ ର ନିଜ ସମ୍ପର୍କୀୟ ସତ୍ୟ। ନାଗ ଘରୁ ଇଂ ଶା ଗ୍ରାମ କୁ ମଧ୍ୟ ଖବର ଦେଇ ଥିଲେ ଘରେ ଆସି ରହିଲେ ।ଏହା ପରେ ବୃଦ୍ଧା ଜଣକ ଆଗଲପୁର ଥାନା ଆନନ୍ଦ ସରାଫ ଙ୍କ ନାମରେ ଏତଲା ଦେଇ ଥିଲେ । ଆଗଲପୁର ଥାନା ଅଧିକାରୀ ବାସୁଦେବ ଭୋଇ ଆନନ୍ଦ ସରାଫ କୁ ଗିରଫ କରି ତଦନ୍ତ ଜାରି ରଖି ଡାକ୍ତରୀ ପରୀକ୍ଷା କରି ଆଜି ଲୋଇ ସିଂହ। କୋର୍ଟ କୁ ଚାଲାଣ କରିଥିବା ଆଗଲପୁର ଆଇ ଆଇ ସି ଶ୍ରୀ ବାସୁଦେବ ଭୋଇ ସୂଚନା ଦେଇଛନ୍ତି। କେସ ନ 77/25 ମାମଲା ରୁଜୁ କରି କୋର୍ଟ ଚାଲାଣ କରା ଯାଇଛି। ଏ ନେଇ ଆଗଲପୁର ଅଞ୍ଚଳରେ ଖୁବ୍ ଜୋର୍ ରେ ଚର୍ଚା ହେଉଥିବାର ଦେଖିବାକୁ ମିଳିଛି।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!