ଓଡିଶା ଖବର

ଫାଶୀମାଲ ରେ ମନରେଗା ଦୁର୍ନୀତି, ଟଙ୍କା ନ ଦେଲେ ଗୁଣ୍ଡା ପଠାଉଛି ପ୍ରଶାସନ ପଂଚାୟତ ପ୍ରଶାସନ ଗୁଣ୍ଡା ଲଗାଇ ଲୋକଙ୍କ ଠୁ ଆଦାୟ କରୁଛି ଟଙ୍କା

ଜମନକିରା, (AKN NEWS ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗରିବ ଜନ ସାଧାରଣ ଙ୍କୁ ରୋଜଗାର ଦେଉଥିବା ବେଳେ ଏହି ଯୋଜନାରେ କିଛି ଅଧିକାରୀଙ୍କ ଚଞ୍ଚକତା ଯୋଗୁଁ ନିରୀହ ଗରିବ ଆଦିବାସୀ ଜନ ସାଧାରଣ ଙ୍କୁ ଦୁର୍ଦଶା ଭୋଗିବାକୁ ପଡୁଥିବା ଏକ ଘଟଣା ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଫାଶୀମାଲ ଗ୍ରାମ ପଞ୍ଚାୟତ ପୁକୁଡା ଗ୍ରାମରେ ଦେଖିବାକୁ ମିଳିଛି। ଫାଶୀମାଲ ପୁକୁଡା ଗ୍ରାମରେ ଏମଜିଏନଅରଜିଏସ ଯୋଜନା ଅଧୀନରେ ବିନା କାର୍ଯ୍ୟ କରିଥିବା ଲୋକଙ୍କ ଆକାଉଣ୍ଟ କୁ ଟଙ୍କା ପଇଠ କରି ସରକାରି ଟଙ୍କା ହଡପ ଉଦ୍ୟମ କରାଯାଉଛି l ଲୋକ ଙ୍କୁ କର୍ମ ନିଯୁକ୍ତି କରିବା ନିମନ୍ତେ ମନରେଗା ସାହାଯ୍ୟ ରେ ଅର୍ଥ ରାଶି ପ୍ରଦାନ କରୁଥିବା ବେଳେ ପଂଚାୟତ ପ୍ରଶାସନ ଏହାର ଅପବ୍ୟବହାର କରି ମନରେଗାରେ କାର୍ଯ୍ୟ ନ କରାଇ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ପ୍ରଥମେ ଟଙ୍କା ପଇଠ କରୁଛି ଓ ପରେ କିଛି ଯୁବକଙ୍କୁ ଲଗାଇ ଏହି ଟଙ୍କା ଆଦାୟ କରୁଥିବା ନଜର କୁ ଆସିଛି।

 

ସୂଚନା ଅନୁଯାଇ ପୁକୁଡା ଗ୍ରାମର କୌଶଲ୍ୟା ମୁଣ୍ଡା ଓ ସ୍ୱାମି ଗୁଞ୍ଜୁ ମୁଣ୍ଡା ଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ ଗ୍ରାମର ଦୁଇ ଜଣ ବ୍ୟକ୍ତି ଆସି ଆଧାର ସ୍କେନ ମାଧ୍ୟମରେ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି l ଉଭୟ ସ୍ୱାମୀ,ସ୍ତ୍ରୀ ଙ୍କ ଅଭିଯୋଗ ଅନୁଯାଇ ଚଳିତ ମାସ ୨ ତାରିଖ ଗ୍ରାମର ଦୁଇ ଜଣ ବ୍ୟକ୍ତି କୌଶଲ୍ୟା ମୁଣ୍ଡା ଙ୍କ ଘର କୁ ଆସିଥିଲେ ସେହି ସମୟରେ କୌଶଲ୍ୟା ଙ୍କ ବୋହୁ, ନାତି, ନାତୁଣୀଙ୍କ ଛଡ଼ା ଘରେ କେହି ଉପସ୍ଥିତ ନ ଥିଲେ। ସ୍ୱାମୀ ଘର ବାହାରକୁ ଯାଇଥିବା ବେଳେ ପୁଅ ମଜୁରୀ କାମରେ ଯାଇ ଘରକୁ ଫେରିନଥିଲେ l ଏହି ସମୟରେ ରେ ଉକ୍ତ ଦୁଇ ଜଣ ଯୁବକ କୌଶଲ୍ୟା ଙ୍କୁ ତାଙ୍କ ଆଧାର କାର୍ଡ ଦେବାକୁ କହିଥିଲେ। ପରେ ଆଧାର କାର୍ଡ ରୁ କୌଶଲ୍ୟାଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ ୩୦୦୦ଟଙ୍କା ଉଭୟ ଯୁବକ ମାନେ ଉଠାଇ ଥିଲେ। ଠିକ ଏହି ସମୟରେ ସ୍ୱାମୀ ଗୁଞ୍ଜୁ ମୁଣ୍ଡା ଘରକୁ ଆସିଥିଲେ ଓ ଉଭୟ ଯୁବକ ଙ୍କୁ କଣ ହେଲା ପଚାରିଥିଲେ ପରେ ଉଭୟ ଯୁବକ ଗୁଞ୍ଜୁଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ ୧୦୦୦ ଟଙ୍କା ଉଠାଇ ନେଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ହେଲେ କୌଶଲ୍ୟା କଣପାଇଁ ଆମ ଖାତାରୁ ଟଙ୍କା କାହିଁକି ଟଙ୍କା ନେଉଛ ପଚାରିବାରୁ ଏ ଟଙ୍କା ଆମର ତମ ଜବ କାର୍ଡରେ ଆମେ ଟଙ୍କା ପକାଇଛୁ ଏହା ମାଟି ଖୋଲା ପଇସା କହି ତାଙ୍କ ଠାରୁ ଜୋର ଜବରଦସ୍ତ ଆଙ୍ଗୁଠି ଚି଼ହ୍ନ ନେଇ ସମୁଦାୟ ୪୦୦୦ ହଜାର ଟଙ୍କା ନେଇଯାଇଥିବା କହିଛନ୍ତି ଅଭିଯୋଗ କାରି l ପୀଡିତା ଏହାର ବିରୋଧ କରିବାରୁ ଉଭୟ ଯୁବକ ପୀଡିତା ଙ୍କୁ ଦୌଡ଼ାଇ ଦୌଡ଼ାଇ ତତେ ମାରି ରକ୍ତାକ୍ତ କରିଦେବୁ କହି ଧମକ ଦେଇଥିବା ନେଇ ପ୍ରକାଶ କରିଛନ୍ତି। ଜୀବନ ଭୟରେ ଉଭୟ ସ୍ୱାମୀ ସ୍ତ୍ରୀ ଆଙ୍ଗୁଠି ଚି଼ହ୍ନ ଦେବାରୁ ଟଙ୍କା ଉଠାଇ ନେଇ ଥିଲେ l ଘରେ ଏଭଳି ପରିସ୍ଥିତି ଥିବାରୁ ଘରେ ଭୟର ବାତାବରଣ ଖେଳିଯାଇଥିଲା ଯାହା ଫଳରେ ନାତି ନାତୁଣୀ ଭୟରେ ଘରକୁ ପଶି ଯାଇଥିଲେ l ହେଲେ ଏହା ପ୍ରଥମ ଥର ନୁହେଁ ଏଭଳି ଘଟଣା ପୂର୍ବରୁ ୩ ଥର ମଧ୍ୟ ଉକ୍ତ ଯୁବକମାନେ ଆକାଉଣ୍ଟ ରୁ ଟଙ୍କା କାଢ଼ି ନେଇ ଯାଇଥିବା ଅଭିଯୋଗ କରିଛନ୍ତି କୌଶଲ୍ୟା ଓ ତାଙ୍କ ସ୍ୱାମୀ l ରାତିରେ କୌଶଲ୍ୟା ଙ୍କ ପୁଅ ଅର୍ଜୁନ ଘରକୁ ଆସିବା ପରେ ଘଟଣା ସମ୍ପର୍କରେ ଜାଣିବା ପରେ ୫ ତାରିଖରେ ଜମନକିରା ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଉଭୟ ଯୁବକ ଙ୍କୁ ଡକା ଯିବ ବୋଲି କହି ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେଫ ନେଉନଥିବାରୁ ମୁଣ୍ଡା ଙ୍କ ପରିବାର ବର୍ଗ ପୋଲିସ ପ୍ରଶାସନ ଉପରେ ବିଶ୍ୱାସ ହରାଇଥିବା ନେଇ ଅର୍ଜୁନ କହିଛନ୍ତି l ଏପରିକି ଗ୍ରାମବାସୀଙ୍କ କହିବା ଅନୁଯାଇ ଏହି ଦୁଇ ଯୁବକ ଜଣ ପୂର୍ବରୁ ମଧ୍ୟ ଗ୍ରାମର ଅନେକ ପରିବାରଙ୍କ ଠାରୁ ଏହିପରି ଭାବେ ଟଙ୍କା ନେଇଥିବା ଗ୍ରାମ ବାସି ପ୍ରକାଶ କରିଛନ୍ତି। ଏହାକୁ ନେଇ ଜମନକିରା ଥାନା ଅଧିକାରିଣୀ ପଦ୍ମାଳୟ ସାହୁ ଙ୍କୁ ଯୋଗାଯୋଗ କରି ପଚାରିବାରୁ ମୁଁ ଛୁଟିରେ ଥିଲି ଓ ଘଟଣା ସମ୍ପର୍କରେ କଣ ହୋଇଛି ଦେଖୁଛି ବୋଲି କହିଥିଲେ l ସେହିପରି ଫାଶୀମାଲ ଗ୍ରାମ ପଂଚାୟତ ଅଧିକାରୀଙ୍କୁ ଯୋଗାଯୋଗ କରି ପଚାରିବାରୁ ଏଭଳି ହେବା କଥା ନୁହେଁ କଣ ହୋଇଛି ମୁଁ ଯାଞ୍ଚ କରୁଛି ବୋଲି କହୁଛି ନ ହେଲେ ହିତାଧିକାରୀ ଙ୍କ ଟଙ୍କା ଫେରସ୍ତ କରାଉଛି ବୋଲି କହିଥିଲେ l ଏହାକୁ ନେଇ ୧୦ ଦିନ ପରେ ହିତାଧିକାରୀ ଙ୍କୁ ତାଙ୍କ ଟଙ୍କା ମିଳିଲା କି ନାହିଁ ପଚାରିବାରୁ ଏଵେ ପର୍ଯ୍ୟନ୍ତ ଟଙ୍କା ଫେରସ୍ତ କରା ନ ଯାଇଥିବା ଉଭୟ ସ୍ତ୍ରୀ ଓ ସ୍ୱାମୀ କହିଛନ୍ତି l ହେଲେ ଉକ୍ତ ଯୁବ କାହା ଆଦେଶ ରେ ଲୋକଙ୍କ ଠାରୁ ଏଭଳି ଟଙ୍କା ଆଦାୟ କରୁଛନ୍ତି ଓ ହିତାଧିକାରୀଙ୍କ ଆକାଉଣ୍ଟ ରେ କେଉଁ ଟଙ୍କା ପଡିଛି ଏହାର ସୂଚନା କିଏ ଦେଉଛି ଓ ଏଭଳି ଜୋର ଜବରଦସ୍ତ ଟଙ୍କା କାହିଁକି ଆଦାୟ ହେଉଛି ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ପାଇଁ ସାଧାରଣ ରେ ଦାବୀ ହେଉଛି l

ଲିପନ ନାଏକ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!