ଜିଲ୍ଲା

ବୋଡେ଼ନ ଲର୍କା ଠାରେ ୩୫ ତମ ବୀର ସୁରେନ୍ଦ୍ର ସାଏ ଫୁଟବଲ ଟର୍ଣାମେଣ୍ଟ ଉଦଘାଟିତ

ନୂଆପଡା,(AKN NEWS):ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଲର୍କା ଠାରେ ୩୫ ତମ ବୀର ସୁରେନ୍ଦ୍ର ସାଏ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି lଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲର୍କା ଗାଁର ଗହଟିଆ ଅଭୟ ବାବୁ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ କୁନୁ କରୁଆଁ, ରୋକାଲ ସରପଞ୍ଚ ଠାକୁର ବାଗ, ଅବସର ପ୍ରାପ୍ତ ଶିକ୍ଷକ କେଶବ ପ୍ରସାଦ ବାଗ, ଅବସର ପ୍ରାପ୍ତ ସୈନିକ ପିତାମ୍ବର ବାଗ,ପୂର୍ବତନ ଖେଳାଳୀ ଅଚ୍ୟୁତାନନ୍ଦ ରାଉତ, ୟୁନୁସ ଖାଁ, ପୁଣ୍ଡରି ବାଗ, ଅଭିନ୍ନ ଶବର, ପୁରୁଷୋତ୍ତମ ବାଗ, ଦାଉଦ ଖାନ ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ l ପ୍ରଥମ ମ୍ୟାଚରେ ଚଟିଆଗୁଡା ୧-୦ ଗୋଲରେ ଶରଧାପୁର ଦଳକୁ ହରାଇ ବିଜୟୀ ହୋଇଥିଲା l ସେହିଭଳି ଦ୍ଵିତୀୟ ମ୍ୟାଚରେ ବିନୋପୁର ଦଳ ୧-୦ ଗୋଲରେ ରିଷିଗାଁ ଦଳକୁ ହରାଇ ବିଜୟୀ ହୋଇଥିଲା l ଆୟୋଜକ କମିଟିର ସଦସ୍ୟ କୀର୍ତି ଚନ୍ଦ୍ର ନାଗ

ମଞ୍ଚ ପରିଚାଳନା କରିଥିବା ବେଳେ ଦାଉଦ ଖାଁ ମ୍ୟାଚର ଧାରବିବାରଣୀ ପ୍ରଦାନ କରିଥିଲେ l

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!