ଅନନ୍ୟ

ବିକାଶ ମେଳା ଉପଲକ୍ଷେ ନବରଙ୍ଗପୁର ଠାରେ କୃଷକ ସମାବେଶ

ନବରଙ୍ଗପୁର(AKN NEWS):ଆଜି ମଣ୍ଡେଇ ପଡିଆ ରେ ଜିଲ୍ଲା ସ୍ତରୀୟ ବିକାଶ ମେଳାରେ ଏକ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ କୃଷି ବିଭାଗ, ମତ୍ସ୍ୟ ବିଭାଗ, ପଶୁସମ୍ପଦ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ, ଉଦ୍ୟାନ ବିଭାଗ ତରଫରୁ ଅଧିକାରୀ ଯୋଗଦେଇ ନିଜସ୍ବ ବିଭାଗ ର ବିଭିନ୍ନ ଯୋଜନା ରେ କିଭଳି ଚାଷୀ ଭାଇ ଲାଭ ପାଇପାରିବେ ତା ଉପରେ ଏକ କର୍ମଶାଳା ରେ ଭାଗ ନେଇଥିଲେ। କୃଷି ବିଭାଗ ତରଫରୁ ୫୦୦ ଜଣ ଚାଷୀ ଯୋଗଦାନ କରିଥିଲେ। ଏହି ମେଳାରେ ବିଭିନ୍ନ ଯୋଜନା ଯେପରିକି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜs:ନା, ପ୍ରଧାନମନ୍ତ୍ରୀ କିସାନ ଯୋଜନା, ମୁଖ୍ୟମନ୍ତ୍ରୀ କିସାନ ଯୋଜନା, ସି ଏମ କୃଷକ ଛାତ୍ରବୃତ୍ତି, ପ୍ରାକୃତିକ ଚାଷ, ଶ୍ରୀ ଅନ୍ନ ଅଭିଯାନ, ମୁଖ୍ୟମନ୍ତ୍ରୀ ମକା ମିଶନ, ବୃହତ ଉଠାଜଳସେଚନ ଅଞ୍ଚଳରେ ଫସଲ ବିବିଧିକରଣ ଯୋଜନା, ମୁଖ୍ୟମନ୍ତ୍ରୀ ଫସଲ ବୀମା ଯୋଜନା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ,ଫାର୍ମର ରେଜିଷ୍ଟ୍ରି, ଡିଜିଟାଲ କ୍ରପ ସର୍ଭେ ଇତ୍ୟାଦି ଯୋଜନା ର ପ୍ରଚାର ପ୍ରସାର କରାଯାଇଥିଲା ଏବଂ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରାଯାଇଥିଲା। ଶ୍ରୀ ପ୍ରଣୟ କୁମାର ମନ୍ତ୍ରୀ କୃଷି ବିଭାଗର ଯୋଜନା ଗୁଡିକ ବିଷୟରେ ସଂକ୍ଷିପ୍ତରେ ଆଲୋଚନା କରିଥିଲେ।ଆଜିର ମେଳାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଯଦୁମଣି ନାୟକ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଯୋଗଦାନ କରିଥିଲେ। ତାଙ୍କ ସହିତ ଶ୍ରୀ ସୁଭେନ୍ଦୁ କୁମାର ବିଶ୍ୱାଳ, ଅତିରିକ୍ତ ନିର୍ଦେଶକ ଉଦ୍ୟାନ ବିଭାଗ, ଡ଼. ଦିଲୀପ କୁମାର କବିରାଥୀ, ଅତିରିକ୍ତ ଜିଲ୍ଲା ପଶୁଚିକିତ୍ସା ଅଧିକାରୀ, ସନ୍ତୋଷ କୁମାର ବିଶ୍ୱାଳ, ଏ.ପି.ଡି. ମୃତିକା ସଂରକ୍ଷଣ ବିଭାଗ ଓ ଟିକିଓ ପ୍ରକଳ୍ପ, ବିଶ୍ୱଜିତ୍ ସାହୁ, ଜିଲ୍ଲା କୃଷି ଅଧିକାରୀ(ପାପଡାହାଣ୍ଡି), ଓ ବିଷ୍ଣୁ କିସାନ, ଡିଏଫଓ ମଧ୍ୟ ଯୋଗଦାନ କରିଥିଲେ।

ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!