ଓଡିଶା ଖବର

ପଞ୍ଚାୟତ ସ୍ତରୀୟ ସମ୍ବିଧାନ ସଚେତନତା ସଭା ଅନୁଷ୍ଠିତ

ବରଗଡ(AKN NEWS):ପଦ୍ମପୁର ନିକଟସ୍ଥ ଚାରପାଳି ପଞ୍ଚାୟତଠାରେ ପଞ୍ଚାୟତ ସ୍ତରୀୟ ସମ୍ବିଧାନ ସଚେତନତା ସଂଗଠନ ତରଫରୁ ଏକ ସମ୍ବିଧାନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥିଭାବେ କ୍ଷେତ୍ରୀ ଲୁହାର, ମୁଖ୍ୟବକ୍ତା ଦିନବନ୍ଧୁ କୁମ୍ଭାର ସମ୍ମାନିତ ଅତିଥିଭାବେ ହରିହର ବିଭାର, ବିରଞ୍ଚି ବିଭାର, ଗୋପବନ୍ଧୁ ଶିକା, ମନମୋହନ ତାଣ୍ଡି ଯୋଗଦାନ କରି ପୁଷ୍ପମାଲ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଏହି ସମ୍ବିଧାନ ସଚେତନତା ସଂଗଠନ ଶିକ୍ଷା, ସାଂସ୍କୃତି, ନିଶାନିବାରଣ, ବୈଜ୍ଞାନିକ ମନୋଭାବ ସୃଷ୍ଟି କରିବା ଅନ୍ଧ ବିଶ୍ୱାସ ଦୂର କରିବା, ସମ୍ବିଧାନ ସଚେତନତା, ସମ୍ବିଧାନ ପ୍ରଣେତା ଡ଼ଃ ବାବା ସାହେବ ଆମ୍ବେଦକରଙ୍କ ପ୍ରଚାର ପ୍ରସାର କରିବା ଦିଗରେ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ସଭାରେ ଦାଉଦ କୁଅଁର ସଭାପତିତ୍ୱ କରିଥିବା ବେଳେ ବିଦ୍ୟାଧର ତାଣ୍ଡି ଓ ସୁଶାନ୍ତ କୁଅଁର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପଡ଼ାର ବୈଜଷ୍ଠ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା କୁନି କୁନି ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ । ସମସ୍ତ ଅତିଥିମାନେ ସମ୍ବିଧାନରେ ଥିବା ଅଧିକାର ବିଷୟରେ ଆଲୋଚନା କରିଥିଲେ କେମିତି ଲୋକମାନେ ଏକତ୍ରି ହେବେ ସେ ବିଷୟରେ ମତ ଦେଇଥିଲେ । ସଭା ସରିଲା ପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓ ପରେ ସମ୍ବିଧାନ ସଚେତନତା ସଂଗଠନ ତରଫରୁ ପଞ୍ଚାୟତ ସ୍ତରୀୟ କର୍ମକର୍ତା ଚୟନ କରଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ପଦ୍ମଲୋଚନ ତାଣ୍ଡି, ଦୁଷ୍ମନ୍ତ କୁଅଁର ତେଜରାଜ ତାଣ୍ଡି, ଗାନ୍ଧୀ କୁମ୍ଭାର, ମନୋଜ ତାଣ୍ଡି, ଲବ ତାଣ୍ଡି, ହେମଲାଳ ତାଣ୍ଡି, ନେହେରୁ କୁମ୍ଭାର, ଶୁଭାଗ୍ୟ କୁମ୍ଭାର, ଅନ୍ତର୍ଯ୍ୟାମୀ ତାଣ୍ଡି, ଜୀବର୍ଦ୍ଧନ ବିଭାର, ସୁରଥ କୁମ୍ଭାର, ସୁରଥ କୁମ୍ଭାର, ରମା କାନ୍ତ ବାରିକ, ପ୍ରଶାନ୍ତ କୁମ୍ଭାର ମିନି କେତନ ତାଣ୍ଡି, ପପୁ ତାଣ୍ଡି ସହଯୋଗ କରିଥିଲେ ।

ବରଗଡ ରୁ ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!