ଓଡିଶା ଖବର

ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା ର ଶୁଭାରମ୍ଭ

ପୁରୀ(AKN NEWS):ଆଜି ପୁରୀ ଜିଲ୍ଲାର ୪ ସ୍ଥାନରେ ୫ଜଣ ବରପୁତ୍ର ଙ୍କ ଜନ୍ମ ସ୍ଥଳୀ କୁ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା ରେ ସାମିଲ କରାଯାଇଛି।ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଜନତା ମଇଦାନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା ର ଶୁଭାରମ୍ଭ କରିଥିଲେ।ପୁରୀ ସଦର ବ୍ଲକ ର ବୀର ହରେକୃଷ୍ଣପୁର ଗ୍ରାମର ଦୁଇ ବରପୁତ୍ର ଶହୀଦ ଜୟୀ ରାଜଗୁରୁ ଓ ପଣ୍ଡିତ କୃପାସିନ୍ଧୁ ମିଶ୍ର ଙ୍କ ଜନ୍ମ ସ୍ଥାନ ଭାବେ ଐତିହ୍ୟ ଗ୍ରାମ ର ମାନ୍ୟତା ପାଇଛି।ଏହି ଯୋଜନାର ଶୁଭାରମ୍ଭ ଅବସରରେ ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ଓ ଫଟୋ ଚିତ୍ର ରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ।କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ସଦର ବିଡିଓ ସମ୍ବିତ ଶତପଥୀ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଗ୍ରାମ ସଭାପତି ଓ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ କୁ ଆଭାସୀ ମାଧ୍ୟମରେ ଏନ ଆଇ ସିର ଡିଆଇଓ ବିଶ୍ବନାଥ ପଣ୍ଡା ଓ ସହକାରୀ ଡିଆଇଓ ଦୂର୍ଗା ପ୍ରସାଦ ଜେନା ସଂଯୋଗ ସହ ପରିଚାଳନା କରିଥିଲେ।ସେହିପରି ସତ୍ୟବାଦୀ ବ୍ଲକ ର ବନ ବିଦ୍ୟାଳୟ ଠାରେ ବନବିଦ୍ୟାଳୟ ଓ ପଞ୍ଚସଖା ସ୍ମୃତି ପୀଠ ଏବଂ ଶ୍ରୀରାମଚନ୍ଦ୍ରପୁର ଠାରେ ଆଚାର୍ଯ୍ୟ ହରିହର ଦାସ ଦାସ ଓ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜନ୍ମ ପୀଠକୁ ଐତିହ୍ୟ ବରପୁତ୍ର ଗ୍ରାମ ଯୋଜନା ରେ ସାମିଲ କରାଯାଇଛି।ବନବିଦ୍ୟାଳୟ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳପ୍ରୋଟୋକଲ ନିଳମାଧବ ଭୋଇ ଓ ଶ୍ରୀରାମଚନ୍ଦ୍ରପୁର କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ.ଶରତ ଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିବା ବେଳେ ବିଡିଓ ଦେବାଶିଷ ନାୟକ କାର୍ଯ୍ୟ ପରିଚାଳନା କରିଥିଲେ।ବ୍ରହ୍ମଗିରି ବ୍ଲକ ଗଡରୋଢଙ୍ଗ ଠାରେ ବକ୍ସି ଜଗବନ୍ଧୁ ଙ୍କ ଜନ୍ମ ପୀଠ କୁ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା ରେ ସାମିଲ କରାଯାଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଓ ବିଡିଓ ଅମିୟ କୁମାର ପଣ୍ଡା ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!