ଓଡିଶା ଖବର

ଗୋଲାମୁଣ୍ଡା ରେ ଡାଏରୀଆ ସଚେତନତା କାର୍ଯ୍ୟକ୍ରମ

(AKN NEWS):ବର୍ତ୍ତମାନ ଆରମ୍ଭ ହୋଇସାରିଛି ବର୍ଷା ଋତୁ। ଏବେ ଡ଼ାଏରିଆ ଭଳି ଜଳ ବାହିତ ରୋଗ ର ପ୍ରଭାବ ଆରମ୍ଭ ହୋଇ ସାରିଛି। ଏହି ରୋଗ ର ପ୍ରଭାବରେ ଅତୀତରେ ଅନେକଙ୍କ ଜୀବନହାନି ହୋଇ ସାରିଛି।କିନ୍ତୁ ଆଗାମୀ ଦିନରେ ଡାଏରୀଆ ଭଳି ରୋଗ ରେ ଜନ ଜୀବନ ସୁରକ୍ଷିତ ରହିବ ସେ ନେଇ ପ୍ରଶାସନ ପକ୍ଷରୁ ଆରମ୍ଭ କରିଛନ୍ତି ଷ୍ଟପ ଡ଼ାଇରିଆ। ତୃଣମୂଳ ସ୍ତରରୁ କିଭଳି ଭାବରେ ଡ଼ାଇରିଆ ମୁକ୍ତ କରାଯିବ ସେ ନେଇ ଶନିବାର ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବ୍ଲକ ଲେଭେଲ ଫେଡେରେସନ ସଭାନେତ୍ରୀ ପ୍ରିୟଙ୍କା ସାହୁ, ସମ୍ପାଦକ ଜ୍ୟୋତି ତାଣ୍ଡି, ବ୍ଲକ ପ୍ରୋଜେକ୍ଟ କୋଡ଼ିନେଟର ରାଜେନ୍ଦ୍ର ମଝିଆସେଠ, ବ୍ଲକ ଜୀବିକା ସଂଯୋଜକ ଅଜୟ ମାଝୀ, ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ପ୍ରମୁଖ ମଞ୍ଚାସିନ ହୋଇ ମାଛି ବସା ଖାଦ୍ୟ, ବାସୀ ଖାଦ୍ୟ ପଚା ଫଳ ଓ ପନିପରିବା ନ ଖାଇବା, ନଦୀ ନାଳ ପୋଖରୀ, ପାଇଖାନା ପାଖରେ ଥିବା କୂଅ କିମ୍ବା ନଳକୂପ ର ପାଣି ନ ପିଇବାକୁ ପରାମର୍ଶ ଦେଇଥିଲେ। ଏଥିରେ ଏମବିକେ, ସିଆରପି ଓ ଏସଏଚଜି ମହିଳା ଉପସ୍ଥିତ ଥିଲେ।

dhramgarh upa khanda ru shyam sundar agrawal AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!