ଓଡିଶା ଖବର

Slug-ବ୍ଳକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ।

(AKN NEWS):Anchor -ଯୋଗ ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର । ଏହା ମନ ଏବଂ ଶରୀରକୁ ସଂଯୋଗ; ଚିନ୍ତା ଏବଂ କ୍ରିୟା; ସଂଯମ ଏବଂ ପୂର୍ଣ୍ଣତା; ମନୁଷ୍ୟ ଏବଂ ପ୍ରକୃତି ସହ ସଂଗତି; ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ଏକ ସିଦ୍ଧ ଉପଚାର ଅଟେ । ଏହା କେବଳ ଏକ ବ୍ୟାୟାମ ନୁହେଁ ନିଜ ଭିତରେ ଜଗତ ଏବଂ ପ୍ରକୃତି ସହ ଏକାଗ୍ରତା ଆବିଷ୍କାର କରିବାକୁ ହୋଇଥାଏ, ଚେତନା ଉଦ୍ରେକକରି ଆମ ଜୀବନଶୈଳୀରେ ପରିବର୍ତ୍ତନ ଆଣି ଆମ ପାରିପାର୍ଶ୍ୱିକ ଜଗତରେ ସହ ଖାପ ଖୁଆଇ ଚାଲିବାରେ ସହଯୋଗ କରେ । ଜୁନ ୨୧ ଗ୍ରୀଷ୍ଣ ସଂକ୍ରାନ୍ତିରେ ସୂର୍ଯ୍ୟ ଦକ୍ଷିଣାୟନ ମୋଡ଼ ନେଇଥାନ୍ତି, ଏହି ଦିନକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ନରେନ୍ଦ୍ର ମୋଦୀ ପ୍ରସ୍ତାବ ଦେଇ ଉପସ୍ଥାପନ କରିଥିଲେ ଯେ ଉତ୍ତର ଗୋଲାର୍ଦ୍ଧରେ ପୁରା ବର୍ଷରେ ଏହି ଦିନର ଅବଧି ବଡ଼ ହୋଇଥିବା ସହ ବିଶ୍ୱରେ ବିଭିନ୍ନ ସ୍ଥାନରେ ଏହିଦିନର ମହତ୍ୱ ଅଛି । ଏହି ଅବସରରେ ଗୋଲାମୁଣ୍ଡା ପଞ୍ଚାୟତ ସମିତି ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ଗୋଲାମୁଣ୍ଡା ବିଜୁ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହୋଇଯାଇଛି। ଉକ୍ତ ଯୋଗ ଦିବସରେ ଗୋଲାମୁଣ୍ଡା ବିଡ଼ିଓ ବିଶ୍ବନାଥ ରାଉତ,ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜେଶ ନାୟକ , ଗୋଲାମୁଣ୍ଡା ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ତାଣ୍ଡି , ଯୋଗଗୁରୁ ସ୍ବାମୀ ସତ୍ୟ ସ୍ବରୂପାନନ୍ଦ ସରସ୍ବତୀ, ସହଯୋଗୀ ଯୋଗ ଶିକ୍ଷକ ବ୍ରହ୍ମା ପ୍ରସାଦ କାଣ୍ଡ , ସମାଜ ସେବୀ ଶ୍ୟାମସୁନ୍ଦର ଅଗ୍ରୱାଲା,ସରକାରୀ ଯନ୍ତ୍ରୀ ଚିତ୍ତରଞ୍ଜନ ଜେନା, ରବିନ୍ଦ୍ର କୁମାର ପଟ୍ଟନାୟକଙ୍କ ସହିତ ବ୍ଲକର ସମସ୍ତ ବିଭାଗ କର୍ମଚାରୀ ଓ ଉପସ୍ଥିତ ଥିଲେ । ଏଥିରେ ଯୋଗ ସମ୍ବନ୍ଧରେ ସମସ୍ତଙ୍କୁ ଶିକ୍ଷା ଦିଆଯାଇଥିଲା ।

dhramgarh upa khanda ru shyam sundar agrawal AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!