ଓଡିଶା ଖବର

ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ ଓ ଦୀର୍ଘାୟୁ ଜୀବନ କାମନା କରି କଳାହାଣ୍ଡି ବିଜେଡି ପକ୍ଷରୁ ମାଁ ମାଣିକେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ୧୦୮ ଦ୍ୱୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ।

(AKN NEWS):ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ ଓ ଦୀର୍ଘାୟୁ ଜୀବନ କାମନା କରି କଳାହାଣ୍ଡି ବିଜେଡି ପକ୍ଷରୁ ମାଁ ମାଣିକେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ୧୦୮ ଦ୍ୱୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ସେ ଯଥାଶୀଘ୍ର ସଂପୂର୍ଣ୍ଣ ଆରୋଗ୍ୟ ହୋଇ ଓଡ଼ିଶା ଆସି ଲୋକଙ୍କ ନେତୃତ୍ବ ନିଅନ୍ତୁ ବୋଲି ବିଜେଡି କର୍ମୀ ପ୍ରାର୍ଥନା କରିଥିଲେ । ସୂଚନାଯୋଗ୍ୟ ଯେ, ଗତକାଲି ତାଙ୍କର ଚିକିତ୍ସା ପାଇଁଁ ନବୀନ ପଟ୍ଟନାୟକ ମୁମ୍ବାଇ ଗସ୍ତ କରିଛନ୍ତି। ସେ ମୁମ୍ବାଇସ୍ଥିତ କୋକିଳାବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ଚିକିତ୍ସିତ ହେବେ। ନବୀନ ତାଙ୍କ ନିବାସରୁ ବିମାନ ବନ୍ଦର ବାହାରିବା ବେଳେ ହଜାର ହଜାର ସମର୍ଥକ ଏକାଠି ହୋଇଥିଲେ। ବିମାନ ବନ୍ଦରରେ ମଧ୍ୟ ପ୍ରଶଂସକ ଭିଡ ପରିଲକ୍ଷିତ ହୋଇଥିଲା। କଳାହାଣ୍ଡି ବିଜେଡିର ଏହି ସମୂହ ଦୀପଦାନ କାର୍ଯ୍ୟକ୍ରମରେ ପୋରାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ବରିଷ୍ଠ ବିଜେଡି ନେତା ପ୍ରଦୀପ ମୁଣ୍ଡ, ସାରଦା ପ୍ରସନ୍ନ ସ୍ବାଇଁ, ଧର୍ମେନ୍ଦ୍ର ନାଏକ, ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଛାତ୍ର ବିଜେଡି କାର୍ଯକାରୀ ସଭାପତି ଅବିନାଶ ଠାକୁର, ଜିଲ୍ଲା ମହିଳା ସଭାନେତ୍ରୀ ଲଳିତା ନାଏକ, ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, ପୂର୍ବତନ ପୋରାଧ୍ୟକ୍ଷ ସଂଯୁକ୍ତା ବେହେରା, ସବିତା ପ୍ରଧାନ, ଯୁବ ନେତା ପ୍ରଶାନ୍ତ ନାଏକ, ମନିନ୍ଦ୍ର ମହାନ୍ତି, ସାମନ୍ତ ଖମାରୀ, କ୍ଷୀରସିନ୍ଧୁ ନାଏକ, ସୁନନ୍ଦା ସାହୁ, ସମିତା ନାୟକ, ଉଦୟ ସୁନାନୀ, ଚକ୍ର ସେଠୀ, ମଧୁ ନାଗ, ରଞ୍ଜୁକ୍ତା ପ୍ରଧାନ, ଶିବା ସାହୁ, ସମିତା ମହାପାତ୍ର, ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!