ଗଛ ଲଗାଇ ବିଦାୟ ନେଲେ ତହସିଲଦାର ଶରତ ସବର । ତହସିଲଦାର ହେବ ତ ଏମିତି। ସେବା କରି ଲୋକଙ୍କ ପ୍ରିୟ ପାତ୍ର ହେଇ ପାରିଛନ୍ତି।

ଦାରିଙ୍ଗବାଡ଼ି, (AKN NEWS):ପୂର୍ବତନ ତହସିଲଦାର ଦାରିଙ୍ଗବାଡ଼ି ତହସିଲ ରେ ରହି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦନ କରିଥିଲେ।
ବିଶେଷ କରି ବସୁନ୍ଧରା ଯୋଜନାରେ ଗରିବ ଲୋକଙ୍କୁ ଗୃହଡିହ ପଟ୍ଟା ବାଣ୍ଟିବା, ରାଜସ୍ବ ମେଳା ମାଧ୍ୟମରେ ଗାଁ ଗାଁ କୁ ଯାଇ ଜଙ୍ଗଲ ଜମି ପଟ୍ଟା ବାଣ୍ଟିବା, ଜଙ୍ଗଲ ଗ୍ରାମ କୁ ରାଜସ୍ବ ଗ୍ରାମ ରୂପେ ପରିଣତ କରିବା, NH କାର୍ଯ୍ୟ କୁ ତରାନ୍ୱିତ କରିବା, ଶୀତ ମହୋତ୍ସବ ରେ ସଫଳ ଭୂମିକା , ସଫଳ ଡାକ୍ତରୀ ଛାତ୍ର/ ଛାତ୍ରୀ ଙ୍କୁ ସହାୟତା ଓ ପୁରସ୍କୃତ କରାଇବା , ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟ ପରିସର କୁ ସୌନ୍ଦର୍ଯ୍ୟଣୀୟ କରିବା, ବସ ଷ୍ଟାଣ୍ଡ, EMRS ବିଦ୍ୟାଳୟ, JIO/BSNL tower, ନୂତନ PHC ମେଡିକାଲ ର ସ୍ଥାନ ନିରୂପଣ ଓ ଜମି ଯୋଗାଇବା ,ବିଦ୍ୟାଳୟ (ଗଣଶିକ୍ଷା, ମଙ୍ଗଳ ବିଭାଗ ) ଅଙ୍ଗନବାଡି, କଲେଜ, ଲେମ୍ପସ, ମେଗା ପାନୀୟ ଜଳ ପ୍ରକଳ୍ପ ଇତ୍ୟାଦି ର ଜମି ଚିହ୍ନଟ ଓ ସ୍ଥାୟୀ ପଟ୍ଟା ଲାଗି ପ୍ରକ୍ରିୟା କୁ ତ୍ୱରାନ୍ୱିତ କରିବାଏବଂ ପ୍ରାକୃତିକ ବିପର୍ଯୟ ପ୍ରପୀଡ଼ିତ ଲୋକଙ୍କୁ Red cross ରୁ ଆର୍ଥୀକ ସହାୟତା ଯୋଗାଇବା ଭଳି ଆଖି ଦୃଶିଆ କାର୍ଯ୍ୟ କରି ଅଞ୍ଚଳବାସୀ ଙ୍କ ପ୍ରିୟ ପାତ୍ର ହୋଇପାରିଥିଲେ।
ବିଦାୟୀ କାଳୀନ ସଭା ପରେ ଗଛ ଲଗାଇ ବିଦାୟ ନେଇଛନ୍ତି। ସେ ବର୍ତ୍ତମାନ ଗଜପତି ଜିଲ୍ଲାର ଗୁମ୍ମା ତହସିଲ ରେ ତହସିଲଦାର ଭାବେ ଯୋଗ ଦେଇଛନ୍ତି।
ଦାରିଙ୍ଗବାଡ଼ି ରୁ ଅଶ୍ୱିନ ମନ୍ତ୍ରୀଙ୍କ ରିପୋର୍ଟ AKN NEWS ।


