ଓଡିଶା ଖବର
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପାରିକୁଦ,ପୁରୀ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି ।

ପୁରୀ(AKN NEWS):କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ପାରିକୁଦ ଗଡ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଆନ୍ତର୍ଜାତୀୟ ଯୋଗ ଦିବସ ମୁଖ୍ୟ ଅତିଥି ପ୍ରାକ୍ତନ ଅଧକ୍ଷ ଶ୍ରୀଯୁକ୍ତ ନୀଳକଣ୍ଠ ତ୍ରିପାଠୀ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅଦ୍ୟ ତା..୨୧-୦୬-୨୦୨୫ ରିଖ ଶୁକ୍ରବାର ଦିନ ବିଧିବଦ୍ଧ ଭାବେ ପାଳିତ ହୋଇଯାଇଛି ।ଉକ୍ତ ଦିବସରେ ବିଦ୍ୟାଳୟର ପ୍ରଧାନ ଗୁରୁଜୀ ଶ୍ରୀ ରାଜ କିଶୋର ଦାସ ସମ୍ପାଦକ ଶ୍ରୀ ଖୁକୁନ୍ ଦଣ୍ଡସେଣା, ବରିଷ୍ଠ ଆଚାର୍ଯ୍ୟ ସୁକାନ୍ତ କୁମାର ବେହେରା ,ଯୁବକବି ଶ୍ରୀ ମନୋଜ କୁମାର ବାରିକ ଙ୍କ ସମେତ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମାଙ୍କ ଉପସ୍ଥିତିରେ କୁନି କୁନି ଭାଇ ଭଉଣୀ ମାନଙ୍କୁ ଯୋଗ ପ୍ରାଣାୟମ,ଅଭ୍ୟାସ କରାଯାଇଥିଲା ଓ ଯୋଗ ଭ୍ୟାସର ଉପାଦେୟତା ସମ୍ବନ୍ଧରେ ଆଲୋକପାତ କରାଯିବା ସହ ସମସ୍ତ ଗୁରୁଜୀ ଗୁରୁମା ମାନେ ଶିଶୁ ମାନଙ୍କୁ ପଡ଼ିଆରେ ସୁସଜ୍ଜିତ କରି ଯୋଗ, ବ୍ୟାୟାମ,ଓ ପ୍ରାଣାୟମ ଅଭ୍ୟାସ କରାଇଥିଲେ ।
କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS


