ବଡଦଣ୍ଡା ଗ୍ରାମରେ ଶ୍ରୀସଚିଦାନନ୍ଦ ସଦ୍ଗୁରୁ ଶ୍ରୀ ସାଇନାଥ ମହାରାଜାଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି !

ପୁରୀ ଜିଲ୍ଲା(AKN NEWS):କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ବଡଦଣ୍ଡା ଗ୍ରାମର ଶ୍ରୀ ଶ୍ରୀ ସାଇଶ୍ୱର୍ଣ୍ଣ ଧାମ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ନୂତନ ମନ୍ଦିର ଓ ଲକ୍ଷ୍ମୀ ନାରାୟଣଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହିମଣ୍ଡଳେଶ୍ୱର ଡକ୍ଟର ସତ୍ୟାନନ୍ଦ ସରସ୍ଵତୀ ମହାରାଜ ସ୍ୱ ଧାମ ବୃନ୍ଦାବନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଗତ ତା..୧୭-୦୬-୨୦୨୫ ରିଖ ମଙ୍ଗଳ ବାର ପ୍ରାତଃ ୬ ଘଟିକା ସମୟରେ ପାଞ୍ଚଶହ ମହିଳା ଓ ପୁରୁଷ ମିଶି ନିକଟସ୍ଥ ମୋହଦଧିରୁ ପବିତ୍ର ଜଳପୂର୍ଣ୍ଣ କଳସ ଆଣି ଗ୍ରାମ ପରିକ୍ରମା ପରେ ଯଜ୍ଞ ସ୍ଥଳରେ ଉପସ୍ଥିତ ହୋଇଥିଲେ । ଏବଂ ଯଜ୍ଞ କର୍ମ ଆରମ୍ଭ କରାଯାଇଥିଲା । ଏହି ପବିତ୍ର ଆଧ୍ୟାତ୍ମିକ ଉତ୍ସବ ଅବସରରେ ପ୍ରତେକ ଦ୍ରାର ରେ ଜଳପୂର୍ଣ୍ଣ କଳସ ସ୍ଥାପନ କରିବା ସହିତ ଚବିଶ ପ୍ରହର ନାମ ଯଜ୍ଞ, ଘୃତ ଯଜ୍ଞ, ଏବଂ ଅନ୍ନ ଯଜ୍ଞ ପ୍ରତେହ ଦଶ ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଉକ୍ତ ଅନୁଷ୍ଠାନ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ ସବୁଦିନ ଉନୁକ୍ତ ରହିବ ବୋଲି ଗ୍ରାମର କିଛି ବୁଦ୍ଧିଜୀବି ବ୍ୟକ୍ତି ମତ ପ୍ରକାଶ କରିଛନ୍ତି ।ଏଥି ସହିତ ମୁଖ୍ୟ କର୍ତ୍ତା ଶ୍ରୀଯୁକ୍ତ ବିଜୟ କୁମାର ତରେଇ ,ମୁଖ୍ୟ କର୍ମ କର୍ତ୍ତା ପବିତ୍ର ମୋହନ ତରେଇ, ମୁଖ୍ୟ ସହଯୋଗୀ ପ୍ରସନ୍ନ ମାନସିଂହ ,ସମ୍ପାଦକ ଶ୍ରୀଯୁକ୍ତ ଯୋଗିନ୍ଦ୍ର ନାଥ ପଲେଇ,ଶ୍ରୀ ସାଇ ସ୍ଵର୍ଣ୍ଣ ଧାମ ଚାରିଟେବୁଲ ଟ୍ରଷ୍ଟ , ମାରୁତି ମୋହନ ପ୍ରଧାନ, ଦୀପକ କୁମାର ମାଝୀ ରାଧାକାନ୍ତ ବିଶୋଇ ,ଗଜେନ୍ଦ୍ର ସାହୁ ଦିଲ୍ଲୀପ କୁମାର ରଣସିଂହ,ରମେଶ ଚନ୍ଦ୍ର ତରେଇ, ପ୍ରଶାନ୍ତ ପ୍ରଧାନ ,ଶାନ୍ତିଲତା ତରେଇ ,ସୁମିତ୍ରା ତରେଇ ,ସାମନ୍ତ ନିର୍ମଳ କୁମାର ରଣସିଂହ ଙ୍କ ସମେତ ବଡଦଣ୍ଡା ଗ୍ରାମ୍ୟ କମିଟିଙ୍କ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୂପେ ସଂପାଦନ ହୋଇଥିଲା ।
କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS


