ଓଡିଶା ଖବର

ପୁରୀ ବ୍ଲୁ ଫ୍ଲାଗ ବିଚରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ପୁରୀ(AKN NEWS):ଜୀବନ ଚର୍ଯ୍ୟାର ପ୍ରତ୍ୟେକ ଦିନରେ ଯୋଗକୁ ସାମିଲ କରିବାକୁ ଆହ୍ଵାନ ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ।ଆଜି ପୂର୍ବାହ୍ନରେ ପୁରୀ ବ୍ଲୁ ଫ୍ଲାଗ ବିଚ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଥିଲା।ଚଳିତ ବର୍ଷ ଯୋଗ ଦିବସର ଥିମ ରହିଛି “ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ”।ଏଥିରେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇଯୋଗ ଜୀବନ କୁ ସୁସ୍ଥ ଓ ନୀରୋଗ ରଖିବା ସହ କାର୍ଯ୍ୟ ଦକ୍ଷତା କୁ ବୃଦ୍ଧି କରିଥାଏ ବୋଲି କହିଥିଲେ।ଆଜିର ସମୟରେ ପ୍ରାୟ ଅଧିକାଂଶ ବ୍ୟକ୍ତି ବିଭିନ୍ନ ରୋଗର ଶିକାର ହେଉଛନ୍ତି।କିନ୍ତୁ ପ୍ରତ୍ୟହ୍ୟ ଯଦି ଯୋଗ କରିବା ନିଶ୍ଚିତ ରୋଗ ରୁ ମୁକ୍ତି ମିଳିବ।ଶରୀର ପାଇଁ ଖାଦ୍ୟର ଆବଶ୍ୟକତା ଭଳି ଯୋଗ ମଧ୍ୟ ଏକ ଆବଶ୍ୟକତା।ତେଣୁ ପ୍ରତ୍ୟେକ ପ୍ରତିଦିନ ଯୋଗାଭ୍ୟାସ କରିବାକୁ ସେ କହିବା ସହ ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଅବକାରୀ ଅଧିକ୍ଷକ ଜଗଦୀଶ ସାମଲ,ସହକାରୀ ଜିଲ୍ଲାପାଳ ତନ୍ମୟ କୁମାର ଦାସ, କୃଷ୍ଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇ ଯୋଗ ର ଉପକାରିତା ଓ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ।ଯୋଗ ଗୁରୁ ରମା ବଲ୍ଲଭ ମହାପାତ୍ର, ଡଃ ଆଲୋକ ସ୍ବାଇଁ ଓ ତାଙ୍କର ସହଯୋଗୀ ମାନେ ଯୋଗ ଶିକ୍ଷା ପ୍ରଦାନ କରିଥିଲେ।ଏହି ଯୋଗ କାର୍ଯ୍ୟକ୍ରମ ରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅବକାରୀ ବିଭାଗର କର୍ମଚାରୀ ମାନେ ଯୋଗ ଦେଇଥିଲେ।ଅବକାରୀ ବିଭାଗ ପକ୍ଷରୁ ନିଶା ମୁକ୍ତ ଜୀବନ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।କାର୍ଯ୍ୟକ୍ରମ କୁ କ୍ରୀଡା ବିଭାଗ କର୍ମଚାରୀ ସୌମ୍ୟ ପୂଜାରୀ, ଅବିନାଶ ମହାପାତ୍ର ସୂଚନା ଓ ଲୋକ ସମ୍ପର୍କ କର୍ମଚାରୀ ସୁବ୍ରତ କୁମାର ସାହୁ, ତ୍ରିନାଥ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!