ଓଡିଶା ଖବର

ପରିବେଶ ସୁରକ୍ଷା ଆଲୋଚନା ଚକ୍ରରେ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ପ୍ରସ୍ତାବ ଆଗତ ପ୍ରଶାସନ ଓ ନାଗରିକ ମଧ୍ୟରେ ସିଧାସଳଖ ଆଲୋଚନା ସାମୁହିକ ବୃକ୍ଷ ରୋପଣ ସହ ନିଶା ଉପରେ ଅଙ୍କୁଶ ଲଗାଇବାକୁ ପ୍ରାଧାନ୍ୟ

ବରଗଡ଼(AKN NEWS):ବିଶ୍ଵ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତନ ଭଳି ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗ ଏବେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ର ବିଷୟ ହୋଇ ଥିବା ବେଳେ ବରଗଡ଼ ଜିଲ୍ଲାରେ ପରିବେଶ ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗ କୁ ନେଇ ଏକ ଆଲୋଚନା ଚକ୍ର ବରଗଡ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ବୁଧବାର ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ଶୀର୍ଷକ ଥିଲା”ପରିବେଶ ସୁରକ୍ଷା ଓ ସାମୁହିକ ବୃକ୍ଷ ରୋପଣ ” ବରଗଡ଼ ନାଗରିକ ମଞ୍ଚ ଏହାକୁ ଆୟୋଜନ କରିଥିଲା। ବରଗଡ଼ ବିଭିନ୍ନ ସାମାଜିକ ସଂଗଠନ, ରାଜନୈତିକ ସଂଗଠନ, ସରକାରୀ ଅଧିକାରୀ,ବ୍ୟବସୀୟକ ସଂଗଠନ,ଯୁବକ ସଂଘ ଏଥିରେ ଯୋଗ ଦେଇ ଥିଲେ। ସଭାପତି, ଆଇନଜୀବୀ ଭୀଷ୍ମ ଦେବ ସରାଫ ଏହି କାର୍ଯ୍ୟକ୍ରମ ର ଉଦ୍ୟେଶ ଜ୍ଞାପନ କରି ସାମୁହିକ ବୃକ୍ଷ ରୋପଣ ଓ ନିଶା କାରବାର ଉପରେ ଅଙ୍କୁଶ ଲଗେଇବା ଉପରେ ଗୁରୁତ୍ୱାରୋପ କରିଥିଲେ ସେହିପରି ସାମ୍ବାଦିକ ବାଲାଜୀ ତରାସିଆ ଜଙ୍ଗଲ ନଷ୍ଟ ଉପରେ ଆଲୋଚନା କରିଵା ସହ ଧାର୍ମିକ କାର୍ଯ୍ୟ ନିମନ୍ତେ ବରଗଡ ରୁ କାଠ ଯାଇ ଥିବା ଖବର କିପରି ଗୁରୁତ୍ୱ ବହନ କରେ ବୋଲି କହି ଥିଲେ। ବରଗଡ଼ ରେ ରାସାୟନିକ ସାର ର ଅତ୍ୟଧିକ ବ୍ୟବହାର ଉପରେ ଅଙ୍କୁଶ ଲଗେଇବା ଉପରେ ଆଇନଜୀବୀ ସୁଶୀଲ ଶତପଥି ଆଲୋକପାତ କରିଥିଲେ। ସେହିପରି କେନାଲ ଭିତରକୁ ଡ୍ରେନ ପାଣି ପ୍ରବେଶ କରୁଥିବାରୁ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଏହା ବିପଦ ତେଣୁ ଏହା ଉପରେ ପଦକ୍ଷେପ ନେବାକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ବରଗଡ଼ ମହିଳା ସମିତି ସମ୍ପାଦିକା ସୁଧାଂଶୁଵାଲା ଦାଶ। ଏହି ଆଲୋଚନା ଚକ୍ର ରେ ଅତିରିକ୍ତ ଜଙ୍ଗଲ ସଂରକ୍ଷକ ହର ମୋହନ ରଥ ଉପସ୍ଥିତ ରହି ସରକାରଙ୍କ ପକ୍ଷ ରଖିବା ସହ ବୃକ୍ଷ ରୋପଣ ପାଇଁ ଚାରା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ। ବରଗଡ ସହରର ନାଳ, ନର୍ଦମାର ପାଣି କୁ ଟ୍ରିଟମେଣ୍ଟ ପ୍ଲାଣ୍ଟ ବସେଇ ସ୍ୱଚ୍ଛ କରି ଜିରା ନଦୀ କୁ ଛାଡ଼ିବା ପାଇଁ ଯୋଜନା କରାଯାଉ ଥିବା ଉପଜିଲ୍ଲାପାଳ,ପ୍ରସନ୍ନ ପାଣ୍ଡେ କହିଥିଲେ ସେହିପରି ଆହୁରି ବ୍ୟାପକ ବୃକ୍ଷ ରୋପଣ ର ଆବଶ୍ୟକତା ଥିବା କହି ସରକାରୀ ସ୍ତରରେ ସହଯୋଗ କରାଯିବ ବୋଲି କହିଥିଲେ। ବୁଦ୍ଧିଜୀବୀ କିରଣ ମିଶ୍ର ଏହି ଆଲୋଚନା ରେ ଭାଗ ନେଇ ପରିବେଶ ର ବିଭିନ୍ନ ଦିଗ ଉପରେ ଆଲୋଚନା କରି ବନ୍ଧ,ପୋଖରୀର ପୁନଃରୁଦ୍ଧାର ସହ ଏନଭାଏରମେଣ୍ଟ ଆର୍ମି ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରି ସ୍କୁଲ ଗୁଡିକରେ ଥିବା ଇକୋ କ୍ଲବ ଜରିଆରେ ବୃକ୍ଷ ରୋପଣ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବାକୁ ପ୍ରକୃତି ପ୍ରେମୀ ତଥା ଅବସର ପ୍ରାପ୍ତ ଶିକ୍ଷକ ଡୋଲାମଣୀ ଶତପଥୀ ପ୍ରସ୍ତାବ ଦେଇ ଥିଲେ। ସହରରେ ବୁଲା ଗାଈ ଗୋରୁ ଙ୍କ ଥଇଥାନ ଉପରେ ପୌର ପରିଷଦ ପଦକ୍ଷେପ ନେଉ ବୋଲି ଅନେକ ମନ୍ତବ୍ୟ ରଖିଥିଲେ। ସେହିପରି ପ୍ଲାଷ୍ଟିକ ବର୍ଜନକୁ କଡ଼ା କଡ଼ି ପାଳନ କରାଯାଉ ଓ ଏକ ସଂକଳ୍ପ ନିଆଯାଉ ବୋଲି ଆଇନଜୀବୀ ନିଧୁ ଭୁବନ ପଣ୍ଡା କହିଥିଲେ। ଚଳିତ ବର୍ଷ ନିଜ ଅତ୍ମୀୟ ଲୋକଙ୍କ ସହ ବୃକ୍ଷ ରୋପଣ କରନ୍ତୁ ଓ ଫୋଟୋଚିତ୍ର କୁ ଉତ୍ତୋଳନ କରି ନାଗରିକ ମଞ୍ଚ ପାଖକୁ ପଠାନ୍ତୁ ଯେମିତି ଆସନ୍ତାବର୍ଷ କାର୍ଯ୍ୟକ୍ରମରେ ପ୍ରଦର୍ଶନୀ ସହ ସମୀକ୍ଷା କରିବା ବୋଲି ବିଜୁ ଜନତା ଦଳ ର ବରିଷ୍ଟ ସଦସ୍ୟ ଗୌରହରି ମିଶ୍ର ପ୍ରସ୍ତାବ ଦେଇଥିଲେ। ସେହିପରି ସହରର ଆବର୍ଜନାକୁ ପ୍ରକ୍ରିୟା କରଣ ପାଇଁ ଏକ ଡ଼ମ୍ପିଙ୍ଗୟାର୍ଡ଼ ସ୍ଥାନ ଦିଆଯାଉ ବୋଲି ଶ୍ରୀ ମିଶ୍ର କହି ଥିଲେ। କଂଗ୍ରେସ ଜିଲ୍ଲା ସଭାପତି ହରଦୀପ ସିଂ ଏହି ଆଲୋଚନାରେ ଯୋଗ ଦେଇ ପରିବେଶ ସୁରକ୍ଷା ପାଇଁ ନିଜର ସୁଚିନ୍ତିତ ମତାମତ ରଖି ଥିଲେ। ସେହିପରି ସରକାର ଙ୍କ ବିଭିନ୍ନ ଯୋଜନା ସହ ପ୍ରଧାନମନ୍ତ୍ରୀ ଙ୍କ ଆଗ୍ରହ “ମାଁ ପାଇଁ ଗଛ ଟିଏ ” ବିଷୟରେ ବିଜେପି ଜିଲ୍ଲା ସଭାପତି ଅରୂପାନନ୍ଦ ସାହୁ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ପୌର ଅଧ୍ୟାକ୍ଷା କଳ୍ପନା ମାଝୀ ଯୋଗ ଦେଇ ପରିମଳ ବ୍ୟବସ୍ଥା ଉପରେ ମତ ରଖିବା ସହ ଲୋକଙ୍କ ସହଯୋଗ କାମନା କରିଥିଲେ। ପୌର ଅଧିକାରୀ ଦେବାନନ୍ଦ ସାହୁ ମଧ୍ୟ୍ୟ ପରିମଳ ଉପରେ ଲୋକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ, ବରଗଡ ତହସିଲଦାର ସୋନାଲି ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହି ଆଲୋଚନାର ବିଭିନ୍ନ ବିଷୟ କୁ ଶୁଣି ପ୍ରଶାସନିକ ସ୍ତରରେ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଶିରୀଶ ବଲ୍ଲଭ ମିଶ୍ର ନିଜର ମତ ରଖିଥିଲେ, ନାଗରିକ ମଞ୍ଚ ର ସମ୍ପାଦକ ଭବାନୀ ସାହୁ ଉପସ୍ଥିତ ଥିବା ବେଳେ ଉପସଭାପତି ଟିଂକୁ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

ବରଗଡ ରୁ ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!