ନନ୍ଦାହାଣ୍ଡି ତହସିଲ ୧୧ ବନାମ ଉମରକୋଟ ତହସିଲ ୧୧ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ର ତୃତୀୟ ସଙ୍କଳନ

ନନ୍ଦାହାଣ୍ଡି (AKN NEWS):ନନ୍ଦାହାଣ୍ଡି ସ୍ଥିତ ସ୍ଥାନିୟ ପୋଲିସ୍ ଆରଓ ପଡିଆରେ ନନ୍ଦାହାଣ୍ଡି ତହସିଲ ୧୧ ଓ ଉମରକୋଟ ତହସିଲ ୧୧ ମଧ୍ୟରେ ଏକ ୧୬ ଓଭର ବିଶିଷ୍ଟ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ର ତୃତୀୟ ସଙ୍କଳନ ଅନୁଷ୍ଠିତ ହୋଇଯାଇଛି। ନନ୍ଦାହାଣ୍ଡି ତହସିଲ ୧୧ ଦଳର ଅଧିନାୟକ ତହସିଲଦାର ଶ୍ରୀ ଚନ୍ଦ୍ରଦାସ ମହାନନ୍ଦିଆ ଟସ ଜିଣି ପ୍ରଥମେ ଫିଲ୍ଡିଂଗ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଇନିଂସରେ ଉମରକୋଟ ଦଳ ୬ ଟି ଉଇକେଟ ହରାଇ ୧୩୯ ରନ ସଂଗ୍ରହ କରିଥିଲା। ଉମରକୋଟ ଟିମ ତରଫ ରୁ ରାଜେଶ ଦେୱାରି ୪୧ ଟି ବଲ୍ ରେ ସର୍ବାଧିକ ୬୪ ରନ ଓ ତହସିଲଦାର ମାଘବନ୍ ବାଗ ୨୯ ରନ ର ଯୋଗଦାନ କରିଥଲେ। ଜବାବରେ, ନନ୍ଦାହାଣ୍ଡି ତହସିଲ ୧୧ ଦଳ, ତହସିଲଦାର ଶ୍ରୀ ଚନ୍ଦ୍ରଦାସ ମହାନନ୍ଦିଆଙ୍କ ନେତୃତ୍ୱରେ, ୧୪ ତମ ଓଭରରେ ୯ ଟି ଉଇକେଟ ହରାଇ ଲକ୍ଷ୍ୟ ହାସଲ କରି ମ୍ୟାଚ ଜିତି ନେଇଥିଲା।ନନ୍ଦାହାଣ୍ଡି ତହସିଲ ୧୧ ତରଫ ରୁ ଅଶ୍ୱିନ ରଥ ସର୍ବାଧିକ ୨୨ ଟି ବଲ ରେ ୪୨ ରନ୍ ସଂଗ୍ରହ କରିଥିଲେ। ଉକ୍ତ ମ୍ୟାଚ୍ ଟି ଖୁବ୍ ରୋମାଞ୍ଚକ ଥିଲା ଶେଷ ଓଭର ପର୍ଯ୍ୟନ୍ତ କଉ ଟିମ ଜିତିବ ନିଶ୍ଚିତ ନଥିଲା। ଉକ୍ତ ମ୍ୟାଚ୍ ରେ ନିଶ୍ନାହାଣ୍ଡି ର ଲିଙ୍ଗରାଜ ହରିଜନ ଙ୍କ ସୁନ୍ଦର ଧାରା ବିବରଣୀ ଉପସ୍ଥିତ ଖେଳାଳି ଏବଂ ଦର୍ଶକ ଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା।ଉମରକୋଟ ତହସିଲ ୧୧ ଦଳ ରେ ତହସିଲଦାର ଶ୍ରୀ ମାଘବନ ବାଗ, ଅତିରିକ୍ତ ତହସିଲଦାର ନୀଳାମ୍ବର ପୂଜାରୀ ଙ୍କ ସହ ଅନିଲ କୁମାର ଦାସ, ରାଜେଶ ଦେୱାରୀ, ଶିବନାଥ ମଣ୍ଡଳ, ମୁକ୍ତିକାନ୍ତ ଜେନା, ମୋହନ, ରହିତ ବାହାଦୁର, ସୁଧୀର ପାଢ଼ୀ , ବିନାୟକ ମାଝୀ ପ୍ରମୁଖ ମ୍ୟାଚ୍ ରେ ଅଂଶ ଗ୍ରହଣ କରିଥିଲେ।ସେହିପରି ନନ୍ଦାହାଣ୍ଡି ତହସିଲ ୧୧ ଦଳ ରେ ତହସିଲଦାର ଶ୍ରୀ ଚନ୍ଦ୍ରଦାସ ମହାନନ୍ଦିଆ, ଅତିରିକ୍ତ ତହସିଲଦାର ପୁରୁଷତ୍ତମ୍ ବେଣୀୟା ଙ୍କ ସହ ମହମ୍ମଦ ଜାଭେଦ ଆଖତର, ଦୀନକୃଷ୍ଣ ବେହେରା, ବିଶ୍ୱଜିତ୍ ଦାସ, ଖେମ୍ରାଜ୍ ପୂଜାରୀ, ଲାଳେନ୍ଦ୍ର ସରନ୍, ନିଲାଞ୍ଚଳ ମାଝୀ, ଲୋକେଶ ମଣ୍ଡଳ, ନିରାକାର ସୌରା, ଅଚ୍ୟୁତ ସାହୁ, ଅଶ୍ୱିନ ରଥ, ମୀତେଶ ଜାନି, ଅରୁଣ ଦାସ, ଅର୍ଜୁନ, ଧନୁର୍ଯ୍ୟୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।ଅତିଥି ଦଳ ଉମରକୋଟ ତହସିଲ ୧୧, ନନ୍ଦାହାଣ୍ଡି ଦଳର ଆୟୋଜନ, ଟିଫିନ ଓ ମଧ୍ୟାହ୍ନ ଭୋଜନର ସୁନ୍ଦର ବ୍ୟବସ୍ଥା ପାଇଁ ଆୟୋଜକମାନଙ୍କୁ କୃତଜ୍ଞତା ଜଣାଇଥିଲେ। ଜିଲ୍ଲା ରେ ରାଜସ୍ଵ କ୍ଷେତ୍ର ଅଧିକାରୀ ମାନଙ୍କ ବଦଳି ଆଦେଶ ଲାଗୁ ପୂର୍ବ ରୁ ଏହି ମ୍ୟାଚ ଉଭୟ ଦଳ ମଧ୍ୟରେ ବନ୍ଧୁତ୍ୱ ଓ ଖେଳ ଆତ୍ମୀୟତାକୁ ଆହୁରି ଦୃଢ଼ କରିଛି।
ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ AKN NEWS


