କାଶୀନାଥ ଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଦୀର୍ଘ 8 ବର୍ଷ ଧରି ଅଜଣା ରୋଗ ରେ ହୋଇଛନ୍ତି ଆକ୍ରାନ୍ତ।

ନବରଙ୍ଗପୁର (AKN NEWS):ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବେହେଡା ପଞ୍ଚାୟତର ତାସାପାରା ଗ୍ରାମର କାଶୀନାଥ ହରିଜନ(40) ଅଜଣା ରୋଗରେ ଦୀର୍ଘ 8ବର୍ଷ ହେବ ଆକ୍ରାନ୍ତ ହୋଇଛନ୍ତି। କାଶୀନାଥ ଙ୍କ ଚିକିତ୍ସା ପାଇଁ ଅର୍ଥ ନଥିବାରୁ ଚିକିତ୍ସା ହୋଇପାରୁନାହିଁ। କାଶୀନାଥ ହରିଜନ ଙ୍କ 2 ଜଣ ପୁଅ ଓ ଗୋଟିଏ ଝିଅ ଅଛନ୍ତି। କାଶୀନାଥଙ୍କ ସ୍ତ୍ରୀ କୁଲି ମଜୁରୀ କାମ କରି ପରିବାର ଚଳାଇବା ସହିତ ତାଙ୍କ ସ୍ୱାମୀ ଙ୍କ ଚିକିତ୍ସା କରାଉଛନ୍ତି।
ତାହା ବି ଦେଶୀ ଔଷଧ ମଧ୍ୟରେ ଚିକିତ୍ସା କରାଉଛନ୍ତି ତେବେ ଯେଉଁ ବୟସରେ କାଶୀନାଥ ରୋଜଗାର କରି ପରିବାର ପୋଷଣ କରିଥାନ୍ତେ ସେହି ବୟସରେ ସେ ବିଛଣା ରେ ପଡିରହିଛନ୍ତି। ସ୍ୱଳ୍ପ ଟଙ୍କା ରେ ସେ ଦିନକୁ 2 ଓଳା ଖାଇବା କଷ୍ଟକର ହୋଇପଡୁଥିବା ଦେଖିବାକୁ ମିଳିଛି।ସ୍ତ୍ରୀ ଘର କାମ ସହିତ ସ୍ୱାମୀ କାଶୀନାଥ ଙ୍କ ଶୌଚ କରାଇବା ଗାଧୋଇ ଦେବା, ଖୁଏଇଦେବା ସହ ସମସ୍ତ କାର୍ଯ୍ୟ କରନ୍ତି। ସ୍ୱଳ୍ପ ଟଙ୍କା ରେ ଘର ଚଳିବା କଷ୍ଟ କର ହେଉଥିବା ବେଳେ ବୋଝ ଉପରେ ନଳିତା ବିଡା ଭଳି ସ୍ୱାମୀ ଙ୍କ ଅଜଣା ରୋଗ ଏବେ ଦାଉ ସାଦୁଛି। 3 ଜଣ ପୁଅ ଝିଅ ଙ୍କ ପାଠ ପଢିବା ସହ ଘର ଚଳିବା ବହୁ କଷ୍ଟକର ହୋଇପଡୁଛି ବୋଲି କାଶୀନାଥ ଙ୍କ ସ୍ତ୍ରୀ କହିଛନ୍ତି। ଯଦି ସରକାର ଙ୍କ ତରଫ ରୁ କୌଣସି ସହାୟତା ମିଳନ୍ତା ରୋଗାକ୍ରାନ୍ତ ସ୍ୱାମୀ ଙ୍କ ଚିକିତ୍ସା କରିପାରନ୍ତେ। ତେବେ ଏହି ଖବର ପ୍ରସାରଣ ହେଲା ପରେ ପ୍ରଶାସନ ପକ୍ଷରୁ କେବେ ତାସାପାରା ଗ୍ରାମ ର କାଶୀନାଥ ହରିଜନ ଘରେ ପହଁଚିବେ ତାହା ଦେଖିବା କୁ ବାକି ରହିଲା ।
ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ AKN NEWS


