ଉଲ୍ଲେଖନୀୟ ଡିଗ୍ରୀ ହାସଲ ନିମିତ୍ତ ଶ୍ରୀମତୀ ଜ୍ୟୋତ୍ସ୍ନା ରାଣୀ ନାୟକ ଡକ୍ଟରେଟ୍ ସମ୍ମାନରେ ସମ୍ମାନିତ।

(AKN NEWS):ଶ୍ରୀମତୀ ଜ୍ୟୋସ୍ନା ରାଣୀ ନାୟକ ରାଜ୍ୟସରକାରଙ୍କ ଶିକ୍ଷାବିଭାଗ ରେ ଶିକ୍ଷୟିତ୍ରୀ ଭାବରେ ଝୁନଝୁନୱାଲା ନୋତଲ ଉଚ୍ଚ ବିଦ୍ୟାଳୟ ରେ ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟକରୁଛନ୍ତି।
ଶ୍ରୀମତୀ ନାୟକ ଶିକ୍ଷା ,ଓଡିଆ ଭାଷା , ଇଂରାଜୀ ଭାଷା ୩ଟି ବିଷୟରେ ସ୍ନାତକୋତ୍ତର, L LB ଏବଂହିନ୍ଦୀ ଭାଷାରେ ରତ୍ନ , ସଂସ୍କୃତ ଭାଷାରେ ମଧ୍ୟମା କରିବା ସହିତ ଓଡ଼ିଶୀ ସଙ୍ଗୀତ ବିଷାରଦ, ଓଡ଼ିଶୀ ନୃତ୍ୟ ବିଷାରଦ ଏବଂAssistant Yoga Training ହାସଲ କରିଛନ୍ତି।
ତାଙ୍କର ଏହି ବହୁମୁଖୀ ଶିକ୍ଷା ଦକ୍ଷତୀ ନିମିତ୍ତ ଆଜି ତାଜ ଭିଭାନ୍ତ ଠାରେ ଆଲେନସ ଆମେରିକାନ୍ ବିଶ୍ଵବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧିରେ ଭୂଷିତ କରାଯାଇଛି!ଏସିଆ ଓ ଆଫ୍ରିକାର ପ୍ରତିନିଧି ଡ.ଇଗ୍ନିଶ୍ ଲଲାନୀ , ଡ, ହେନେରିକ ଡ. ମଞ୍ଜୁସା ମୁଖାର୍ଜୀ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଶ୍ରୀମତୀ ଜ୍ୟୋତ୍ସ୍ନା ରାଣୀ ନାୟକଙ୍କୁ ଏହି ସମ୍ମାନ ଜନକ ଉପାଧି ପ୍ରଦାନ କରିଥିଲେ,! ଶ୍ରୀମତୀ ନାୟକ ଶିକ୍ଷା ସଂସ୍କୃତି ଏବଂ ଓଡିଶାର ପରମ୍ପରକୁ ସୁଦୃତକରିବାପାଇଁ ଶତତଚେଷ୍ଟିତ!ତାଙ୍କର ଅନବଦ୍ୟ ସୃଷ୍ଟି କବିତା ପୁସ୍ତକ ‘ ତୁମପାଇଁ’ “ସ୍ୱଚ୍ଛ ଭାରତ ସୁସ୍ଥ ଭାରତ ” ଏବଂ “ଆସ ଆମେ ନୂଆ କଥା ଶିଖିବା” ପୁସ୍ତକ ପାଠକଙ୍କ ଠାରୁ ଖୁବ ଆଜର ସମ୍ମାନ ଲାଭ କରିଛି! ନୃତ୍ୟ, ସଙ୍ଗୀତ, ଯୋଗ, ଏବଂ ଶ୍ରୀମଦ୍ ଭଗବତ ଗୀତା ର ପ୍ରଚାର ପ୍ରସାର କରି ଆଜିର ଯୁବପିଢି ଙ୍କୁ ଆଧ୍ୟାତ୍ମିକ ଭାବସହଯୋତିବା ପାଇଁ ଆପ୍ରାଣ ଉଦ୍ୟମ କରିଆସୁଛନ୍ତି!ଏପରି ଏକ ଅପୂର୍ବ ଭଦ୍ୟ ଲଗ୍ନ ବଡ଼ଠାକୁରଙ୍କ ବଡ ଯାତ ଶ୍ରୀଗୁଣ୍ଡିଚା ଯାତ ଅବସରରେ ଏହି ସମ୍ମାନରେ ସମ୍ମାନିତ ହୋଇ ମହାପ୍ରଭୁଙ୍କୁ ଶତ ଶତ ପ୍ରଣାମ ଜଣାଇଛନ୍ତି।
ବ୍ୟୁରୋ ରିପୋର୍ଟ AKN NEWS


