ରାଜ୍ୟସ୍ତରୀୟ ଓଡିଶା ଏସଟି ଏସସି କର୍ମଚାରୀ ସମାବେଶ।

(AKN NEWS):ସଂଗ୍ରାମ ବିନା ସାମ୍ବିଧାନିକ ଅଧିକାର ହାସଲ ହେବ ନାହିଁ… ସାଂସଦ ରାଜ୍ୟସଭା,ନିରଞ୍ଜନ ବିଶି ।ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ସଭାକକ୍ଷ ରେ ଓଡିଶା ଏସଟି ଏସସି କର୍ମଚାରୀ ସମନ୍ୱୟ ସମିତି ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ କର୍ମଚାରୀ ସମାବେଶ ଅନୁଷ୍ଠିତ ହୋଇଯାଇଛି. ସଭା ରେ ମୁଖ୍ୟବକ୍ତା ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ମୁଖ୍ୟ ଅତିଥି ଭାବ ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ ଭିସି ରେ ଉଦବୋଧନ ଦେଇଥିବା ବେଳେ,ସମ୍ମାନିତ ଅତିଥି ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲ୍ଲା ମଞ୍ଚାସିନ ଥିଲେ.ମୁଖ୍ୟ ଅତିଥି ଉଦବୋଧନ ଦେଇ କହିଲେ ଯେ ଏସଟି ଏସସି ମାନଙ୍କୁ ଦେଶର ମୁଖ୍ୟ ସ୍ରୋତ ରେ ସାମିଲ କରିବା ପାଇଁ କେନ୍ଦ୍ର ଓ ରାଜ୍ୟସରକାର ସଂରକ୍ଷଣ ନିୟମ କୁ କଡାକଡି ଭାବରେ କାର୍ଯ୍ୟକାରୀ କରିବା ଆବଶ୍ୟକ.ଉଚ୍ଚ ଶିକ୍ଷା, ଗୁଣାତ୍ମକ ଶିକ୍ଷା, ବୃତ୍ତିଗତ ଶିକ୍ଷା ସକାଶେ ଏସଟି ଏସସି ଛାତ୍ରଛାତ୍ରୀ ମାନଙ୍କ ପାଇଁ ମେଡିକାଲ, ଇଞ୍ଜିନିୟରିଙ୍ଗ,ପ୍ରଫେସନlଲ କଲେଜ ରେ ଏସଟି ପାଇଁ ୧୨ % ବଦଳରେ ୨୨.୫% ଏସସି ପାଇଁ ୮ % ପରିବର୍ତ୍ତେ ୧୬. ୨୫ % ସ୍ଥାନ ସଂରକ୍ଷଣ କରିବା ଉଚିତ. ଏସଟି ଏସସି ପ୍ରାର୍ଥୀ ସକାଶେ ଓଡିଶା ସରକାର, କେନ୍ଦ୍ର ସରକାର, ବ୍ୟାଙ୍କ, ବୀମା, ସରକାରୀ ଉଦ୍ୟୋଗ ରେ ଖାଲି ପଡ଼ିଥିବା ପଦବୀ ଗୁଡିକୁ ସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟା ଜରିଆରେ ପୂରଣ କରିବା,ଏସଟି ଏସସି ବର୍ଗ ରେ କ୍ରିମି ଲେୟାର ପ୍ରତ୍ୟାହାର କରିବା, ଠିକା ନିଯୁକ୍ତି ରେ ସଂରକ୍ଷଣ ଲାଗୁ କରିବା,ଏସଟି ଏସସି ଛାତ୍ରଛାତ୍ରୀ ବୃତ୍ତି ବୃଦ୍ଧି କରିବା,ଅଣ ଆଦିବାସୀ ଙ୍କୁ ଏସଟି ଏସସି ଜମି ହସ୍ତାନ୍ତର ସମ୍ପୂର୍ଣ ନିଷିଦ୍ଧ କରିବା, ଏସଟି ଏସସି ମାନଙ୍କ ଅର୍ଥନୈତିକ ବିକାଶ ପାଇଁ ଏସଟି ଏସସି ଫାଇନାନ୍ସ କର୍ପୋରେସନ ମାଧ୍ୟମ ରେ ଋଣ ପ୍ରଦାନ ପାଇଁ ପରିଷଦ ତରଫରୁ ସରକାର ଙ୍କୁ ସ୍ମାରକପତ୍ର ଦେବାକୁ ସାଂସଦ ଶ୍ରୀ ବିଶି ପ୍ରକାଶ କରିଥିଲେ.ରାଜ୍ୟ ପରିଷଦ ର ସଭାପତି ଅଜୟ ମାରାଣ୍ଡି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସମାବେଶ ରେ ଅନନ୍ତ କିଶୋର ମାଝୀ, ଅନିଲ କୁମାର ମଲ୍ଲିକ, ଅକ୍ଷୟ ବେହେରା, ମାନସ ରଞ୍ଜନ ସୁତାର, ମଧୁସୂଦନ ବେହେରା, ପ୍ରକାଶ ଜେନା, ରବୀନ୍ଦ୍ର ସୁନା, ଡ଼ କୌତୁକ ପନ୍ଦର, ସଦାନନ୍ଦ ଭୋଇ, ମିନିକେତନ ମାଝୀ, କମଳ ବିଶ୍ୱାଳ, ନୀଳକଣ୍ଠ ସୁନା, ବୃନ୍ଦାବନ ନାଗ, ସୁରେନ୍ଦ୍ର ସେଠ, ପ୍ରଫୁଲ୍ଲ କୁମାର ତୁମୁନିଆଁ, ହେମେନ୍ଦ୍ରନାଥ ହାଁସଦା, ରାମଚନ୍ଦ୍ର ଧରୁଆ ଗିରିଧାରୀ ନାଗ,ଡମ୍ବରୁ ଧରୁଆ, ଧରମ ସିଂ ଧରୁଆ, ନାରାୟଣ କିସାନ, ଶ୍ୟାମ ସୁନ୍ଦର ଭୋଇ, ଦଶରଥ ଛତ୍ରିଆ ପ୍ରମୁଖ ସହଯୋଗ କରିଥିଲେ।
ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS


