ପାରିକୁଦ ଗଡ ରେ ମହାପ୍ରଭୁଙ୍କ ହେରା ପଞ୍ଚମୀ ଉତ୍ସବ ପାଳନ ହୋଇ ଯାଇଛି

ପୁରୀ ଜିଲ୍ଲା(AKN NEWS):କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ପାରିକୁଦ ଗଡ ଠାରେ ମହାପ୍ରଭୁଙ୍କ ହେରାପଞ୍ଚମୀ ଉତ୍ସବ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ମନ୍ଦିରରେ ପାରିକୁଦ ରାଜାଙ୍କର ମନ୍ଦିର ନୀତି ନିର୍ଦ୍ଦେଶକ ପଣ୍ଡିତ ନୀଳକଣ୍ଠ ତ୍ରିପାଠୀ ମୁଖ୍ୟ ସେବକ ଶ୍ରୀ ପ୍ରସନ୍ନ କୁମାର ପଣ୍ଡା ଏବଂ ପଣ୍ଡିତ ଗିରିଜା ପ୍ରସାଦ ଦେବତାଙ୍କ ଦ୍ଵାରା ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା,ଉପଚାର ପୂଜା, ଓ ରଥ ପୂଜା ଆଦି ନୀତି ସମ୍ପନ୍ନ ହୋଇଥିଲା । ଏବଂ ମାଆ ମହାଲକ୍ଷ୍ମୀଙ୍କର ଶ୍ରୀ ମନ୍ଦିରରେ ସର୍ବାଙ୍ଗ ସ୍ନାନ ବେଶ ଚନ୍ଦନ ଲାଗି ଉପଚାର ପୂଜା ଆଳତି ପରେ ଖଟିଆକୁଦି ମହିଳା ସଙ୍କୀର୍ତ୍ତନ ମଣ୍ଡଳୀଙ୍କ ଗହଣରେ ସୁସଜ୍ଜିତ ମଣି ବିମାନରେ ଛତ୍ର ଆଲଟ କାହାଳୀ ମଶାଲ ବାଣ ବାଜା ଆଦି ପଟୁଆରରେ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲେ । ତିନି ହଜାରରୁ ଉର୍ଦ୍ଧ୍ବ ଭକ୍ତ ମାନଙ୍କ ଗହଣରେ ମାଆଙ୍କ ପାଖରେ ଶ୍ରୀ ଜଗନ୍ନାଥ ଙ୍କ ଆଜ୍ଞା ମାଳଲାଗି ଭୋଗ ପୂଜା ଆଳତି ଆଦି ନୀତି ସମ୍ପନ୍ନ ହୋଇ ରଥ ଭଙ୍ଗା କାର୍ଯ୍ୟକ୍ରମ ସାରି ମା ସାମତାଣୀ ଶ୍ରୀ ମନ୍ଦିରକୁ ଫେରିଥିଲେ । ତତ୍ ସହିତ ଶ୍ରୀ ଜଗନ୍ନାଥ ରଥ ପରିଚାଳନା କମିଟି ପକ୍ଷରୁ ଦୁଇ ହଜାରରୁ ଉର୍ଦ୍ଧ୍ବ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏବଂ ବାବା ନୀଳକଣ୍ଠେଶ୍ଵର ବ୍ୟବସାୟୀ ସଂଘ ,କୃଷ୍ଣ ପ୍ରସାଦ ଗଡ ର ସଭାପତି ଶ୍ରୀ ଅଜୟ କୁମାର ସ୍ବାଇଁ ଏବଂ ସମ୍ପାଦକ ସୁଶାନ୍ତ କୁମାର ପଣ୍ଡା, ଯୁଗ୍ମ ସମ୍ପାଦକ ସୁଶାନ୍ତ କୁମାର ଜେନା ଙ୍କ ନେତୃତ୍ବରେ କମିଟିର ସମସ୍ତ ସଦସ୍ୟ ମାନଙ୍କ ସଂପୂର୍ଣ୍ଣ ସହଯୋଗରେ ପ୍ରସାଦ ସେବନ କାର୍ଯ୍ୟ ଶେଷ ହୋଇଥିଲା । ଭକ୍ତ ମାନଙ୍କର ଭିଡ କୁ ଦୃଷ୍ଟିରେ ରଖି ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହିବା ସହିତ କୃଷ୍ଣ ପ୍ରସାଦ ତହସିଲ୍ ଦାର୍ ଶ୍ରୀ ସୁନିଲ୍ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ପାରିକୁଦ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ମହାପ୍ରଭୂଙ୍କ କୃପା ଲାଭ କରିଥିଲେ । ଶ୍ରୀ ଜଗନ୍ନାଥ ରଥ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଦୁର୍ଯ୍ୟଧନ ନାୟକ ନେତୃତ୍ବରେ ବ୍ଲକ ସ୍ତରୀୟ ଭଜନ ଓ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା, ଉପସଭାପତି ମକଦମ୍ ସିଂହ , ଓ ସହ ସମ୍ପାଦକ ଶ୍ରୀ ମନୋଜ କୁମାର ବାରିକ ଙ୍କ ସମେତ କମିଟି ର ସକ୍ରିୟ ସଭ୍ୟ ମାନଙ୍କ ମଧ୍ୟରେ ଶ୍ରୀ ସୁବାସ ଚନ୍ଦ୍ର ଗୌଡ, ପ୍ରମୋଦ କୁମାର ସାହୁ, ବିଭୁ ନାରାୟଣ ଜେନା, ପ୍ରଶାନ୍ତ କୁମାର ଜେନା ,ଶ୍ରୀକାନ୍ତ କୁମାର ପରିଡ଼ା, ନୀଳାଚଳ ପାଣିଗ୍ରାହୀ, କାଳିନ୍ଦୀ ଚରଣ ବାରିକ ଖୁକୁନୁ ଦଣ୍ଡାସେଣା ଙ୍କ ସମେତ କମିଟି ର ସମସ୍ତ ସଦସ୍ୟ ମାନଙ୍କ ପୂର୍ଣ୍ଣ ସହଯୋଗରେ ସୁଚାୁରୂପେ ମହା ପ୍ରଭୁଙ୍କ ହେରା ପଞ୍ଚମୀ ଉତ୍ସବ ସଂପାଦନ ହୋଇଥିଲା ।
କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS


