ଓଡିଶା ଖବର

ନନ୍ଦହାଣ୍ଡି ପୂରାତନ ଅତିରିକ୍ତ ତହସିଲଦାର ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସହ ନୂତନ ଅତିରିକ୍ତ ତହସିଲଦାର ଙ୍କ ସ୍ଵାଗତ ସମ୍ବର୍ଦ୍ଧନା ଶୋଭା

ନନ୍ଦାହାଣ୍ଡି(AKN NEWS ): (ଇ ମି ସ)ଡଙ୍ଗରଭେଜା ସ୍ଥାନୀୟ ନନ୍ଦହାଣ୍ଡି ତହସିଲ କାର୍ଯ୍ୟାଳୟ ରେ ଅତିରିକ୍ତ ତହସିଲଦାର ଶ୍ରୀ ପୁରୁଷୋତ୍ତମ ବେଣୀୟା ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସହିତ ନୂତନ ଅତିରିକ୍ତ ତହସିଦାର ଶ୍ରୀ ବିଶ୍ୱଜିତ୍ କର୍କରା ଙ୍କ ସ୍ଵାଗତ ସମ୍ବର୍ଦ୍ଧନା ବୈଠକ ତହସିଲଦାର ଶ୍ରୀ ଚନ୍ଦ୍ରଦାସ ମହାନନ୍ଦିଆ ଙ୍କ ଅଧ୍ୟକ୍ଷତାରେ ଆୟୋଜନ କରାଯାଇଥିଲା। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ର ବିଜ୍ଞପ୍ତି ସଂଖ୍ୟା ୨୦୯୪୪/R &D M ତା ୧୦.୦୬.୨୦୨୫ ପ୍ରକାରେ ଅତିରିକ୍ତ ତହସିଲଦାର ଶ୍ରୀ ପୁରୁଷୋତ୍ତମ ବେଣୀୟା ଙ୍କ ଗଞ୍ଜାମ ଜିଲ୍ଲା କନିଶି ତହସିଲ ରେ ବଦଳି ଏବଂ ତାଙ୍କ ସ୍ଥାନ ରେ ଶ୍ରୀ ବିଶ୍ୱଜିତ୍ କର୍କରା ଙ୍କ ବଦଳି ଆଦେଶ ପ୍ରକାଶ ପାଇଥିଲା। ଅତିରିକ୍ତ ତହସିଲଦାର ଙ୍କ ବଦଳି ଖବର ପାଇବା ପରେ ତହସିଲ ର ସମସ୍ତ କର୍ମଚାରୀ ମାନେ ତାଙ୍କ ଉଦ୍ଦେଶ୍ୟ ରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ଶୋଭା ଆୟୋଜନ କରିଥିଲେ। ରାଜସ୍ୱ ପରିଦର୍ଶକ ମହମ୍ମଦ ଜାଭେଦ ଆଖତର, ଉକ୍ତ ଶୋଭା କାର୍ଯ୍ୟ ପରିଚାଳନା କରିଥିଲେ। ତହସିଲ ର ସମସ୍ତ କର୍ମଚାରୀ ମାନେ ଅତିରିକ୍ତ ତହସିଲଦାର ଙ୍କ କାର୍ଯ୍ୟକାଳ ରେ ବିତେଇ ଥିବା ଅନେକ ସ୍ମୃତିକୁ ସାଉଁଟି ଥିଲେ। ସେ ଏକ କର୍ମଠ, ସ୍ୱଚ୍ଛଳ, ଲୋକଉପକାରୀ ଅଧିକାରୀ ଭାବରେ ବେଶ ପରିଚିତ ଥିଲେ। ତାଙ୍କ କାର୍ଯ୍ଯକାଳ ରେ ନନ୍ଦାହାଣ୍ଡି ତହସିଲ ରେ ବହୁତ ଉନ୍ନୟନ ମୁଳକ କାର୍ଯ୍ୟ ସମ୍ପାଦିତ ହେଇଥିଲା ଯଥା ବି ମାଲିଗୁଡ଼ା ରାସ୍ତା ର ଜବରଦଖଲ ଉଚ୍ଛେଦ କରାଯାଇ ପ୍ରଶସ୍ତି କରଣ, ଜୟପୁର- ନବରଙ୍ଗପୁର ରେଳ ପଥ ରେ ସରକାରୀ ଜମି ହସ୍ତାନ୍ତର କାର୍ଯ୍ୟ ତ୍ୱରାନ୍ୱିତ, ରାଜ୍ୟ ସରକରଙ୍କ ୨ ଖାନା ସଂଶୋଧନ ଭଳି ପ୍ରମୁଖ କାର୍ଯ୍ଯ ସହ ସରକାର ଙ୍କ ତରଫ ରୁ ଦିଆ ଯାଉଥିବା ବିଭିନ୍ନ ରାଜସ୍ଵ ସେବା ଜନସାଧାରଣ ଙ୍କୁ ତ୍ୱରିତ୍ ପ୍ରଦାନ କରାଯାଉଥିଲା। ଶ୍ରୀ ବେଣୀୟା ଙ୍କ ଭଳି ଏକ କର୍ମଠ, ସ୍ୱଚ୍ଛଳ, ଲୋକଉପକାରୀ ଅଧିକାରୀ ଙ୍କ ବିଦାୟ ସଭା ରେ ତହସିଲ ର ସମସ୍ତ କର୍ମଚାରୀ ତାଙ୍କ କାର୍ଯ୍ୟ କୁ ଭୁରି ଭୁରି ପ୍ରଶଂସା କରିଥିଲେ ଏବଂ ଅଧିକାରୀ ଙ୍କ ବଦଳି ଖବର ଏକ ଭାବବିହ୍ୱଳ ବାତାବରଣ ସୃଷ୍ଟି କରିଥିଲା।ଆଗାମୀ କାର୍ଯ୍ୟକାଳ ନିମନ୍ତେ ସବୁ କର୍ମଚାରୀ ତାଙ୍କୁ ଶୁଭକାମନା ଜ୍ଞାପନ ଜଣାଇ ଥିଲେ ଓ ଭେଟ ସ୍ୱରୂପ ଏକ ସ୍ଵର୍ଣ୍ଣ ମୁଦି ପ୍ରଦାନ କରିଥିଲେ। ଉକ୍ତ ସଭା ରେ ନୂତନ ଭାବେ ଯୋଗଦାନ କରିଥିବା ନୂତନ ଅତିରିକ୍ତ ତହସିଲଦାର ଶ୍ରୀ ବିଶ୍ୱଜିତ କର୍କରା ଙ୍କୁ ତହସିଲ ର ସମସ୍ତ କର୍ମଚାରୀ ମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ନୂତନ ଅତିରିକ୍ତ ତହସିଲଦାର, ଆଗମୀ ଦିନ ରେ ମିଳିମିଶି ସମସ୍ତ ଲୋକ ଙ୍କୁ ରାଜସ୍ଵ ସେବା ପ୍ରଦାନ ପାଇଁ ସମସ୍ତ କର୍ମଚାରୀ ଙ୍କ ସହଯୋଗ କାମନା କରିଥିଲେ । ଏହା ପୂର୍ବରୁ ଶ୍ରୀ କର୍କରା କଳାହାଣ୍ଡି ଜିଲ୍ଲା ର ଥୁଆମୂଳା ରାମପୁର ତହସିଲ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଥିଲେ। ଉକ୍ତ ବୈଠକରେ ବିଭାଗୀୟ ଅଧିକାରୀ, ଶ୍ରୀମତି ରୁକ୍ମଣୀ ଜାନି, ବରିଷ୍ଠ ରାଜସ୍ୱ ସହାୟକ, ଶ୍ରୀମତି ଜ୍ୟୋସ୍ନା ଚୌଧୁରୀ, କୁନ୍ତୀ ସୌରା, ନିଲାଞ୍ଚଳ ମାଝୀ, ତ୍ରିଲୋଚନ ମୁଦୁଲି,କନିଷ୍ଠ ରାଜସ୍ୱ ସହାୟକ ସୁମିତ ପଟ୍ଟନାୟକ, ଅଚ୍ୟୁତ ସାହୁ, ଆଶ୍ଵିନ ରଥ, ମୀତେଶ ଜାନି, ଡି ଇ ଓ ଅରୁଣ ବିଶୋଇ, ଅରୁଣ ଦାଶ ପିଅନ ଗଣେଶ୍ୱର ପଣ୍ଡା, ସୁଜାତା ଗୌଡ଼, ବଳରାମ ହରିଜନ, ଧନୁର୍ଜୟ, ରାଜେଶ ଏବଂ ନନ୍ଦାହାଣ୍ଡି ତହସିଲ ଅନ୍ତର୍ଗତ ୫ ଗୋଟି ରାଜସ୍ବ ମଣ୍ଡଳ ର ରାଜସ୍ବ ନିରୀକ୍ଷକ, ବିଶ୍ୱଜିତ ଦାଶ, ଦିନ କୃଷ୍ଣ ବେହେରା, ଖେମରାଜ ପୂଜାରୀ, ଲାଲେନ୍ଦ୍ର ସରଣ, ସହାୟକ ରାଜସ୍ବ ନିରୀକ୍ଷକ, ମଞ୍ଜୁଲତା ନାୟକ, ବାସନ୍ତୀ ଦୁଆରୀ, ନିରାକାର ସୌରା ଅମିନ ପ୍ରଦୀପ ବିଶୋଇ, ଲୋକେଶ ମଣ୍ଡଳ, ତେଜକର ବିଶ୍ୱାସରାୟ ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!