ଓଡିଶା ଖବର

ସ୍ୱାମୀ ବିବେକାନନ୍ଦ ଙ୍କ ମହାସମାଧି ଦିବସ ପାଳିତ

ଭବାନୀପାଟଣା(AKN NEWS):ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସର ରେ ସ୍ୱାମୀ ବିବେକାନନ୍ଦ ଙ୍କ ୧୨୩ ତମ ମହାସମାଧି ଦିବସ ପାଳିତ ହୋଇଯାଇଛି | ସ୍ୱାମୀ ବିବେକାନନ୍ଦ ଯୁବପିଢ଼ିଙ୍କ ଆଦର୍ଶ ଓ ସମସ୍ତ ଛାତ୍ରଛାତ୍ରୀ ତାଙ୍କ ନୀତି ଆଦର୍ଶ ତଥା ଦେଶଭକ୍ତି, ଭାଇଚାରା ଓ ରାଷ୍ଟ୍ର ଗଠନ ରେ ନିଜକୁ ନିୟୋଜିତ ରଖିବା ପାଇଁ ସ୍କୁଲ ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ଼. ଶିବରାମ ନାୟକ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ | ସ୍ୱାମୀଜୀ ଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ସଭା ଆରମ୍ବ ହୋଇଥିଲା | ଛାତ୍ରଛାତ୍ରୀ ମନେ ସ୍ୱାମୀଜୀ ଙ୍କ ଉପରେ ନିଜନିଜ ର ବକ୍ତବ୍ୟ ଦେଇଥିଲେ | ମାତ୍ର ୨୬ ବର୍ଷ ବୟସ ରେ ସେ ସନ୍ୟାସୀ ହୋଇ ପାଶ୍ଚାତ୍ୟ ଭ୍ରମଣ କରି ହିନ୍ଦୁ ଧର୍ମ ଓ ବେଦନ୍ତର ପ୍ରଚାର ଓ ପ୍ରସାର କରିଥିଲେ | ୪ ଜୁଲାଇ ୧୯୦୨ ମସିହା ରେ ମାତ୍ର ୩୯ ବୟସ ରେ ତାଙ୍କ ର ମହାସମାଧି ହୋଇଥିଲା | ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଭକ୍ତିପୁତ ପୁଷ୍ପାଞ୍ଜଳି ଦେଇଥିଲେ | ଶିକ୍ଷୟିତ୍ରୀ ମନୀଷା ସିଂହା, ଚଦ୍ରପ୍ରଭା ମିଶ୍ର,ତପସ୍ୱନୀ ଦୁର୍ଗା, ବୃଷବ ଦାସ ସମେତ ସହଯୋଗ କରିଥିଲେ |

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!