ଓଡିଶା ଖବର

ଭବାନୀପାଟଣା ନଗରରେ ଏକ ସମ୍ପୂର୍ଣ୍ଣ ସାଂସ୍କୃତିକ କେନ୍ଦ୍ର ସ୍ଥାପନ ପାଇଁ ଦାବି ପତ୍ର

ଭବାନୀପାଟଣା, (AKN NEWS):ଆଜି ସଂସ୍କାର ଭାରତୀ ଉତ୍କଳ ପଶ୍ଚିମ ପ୍ରାନ୍ତର ନେତୃତ୍ୱ ଏବଂ ସ୍ଥାନୀୟ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଓ ବିଶିଷ୍ଠ ବ୍ୟକ୍ତିଙ୍କ ସମର୍ଥନରେ ଭବାନୀପାଟଣା ନଗରରେ ଏକ ସମ୍ପୂର୍ଣ୍ଣ ସାଂସ୍କୃତିକ କେନ୍ଦ୍ର ପ୍ରତିଷ୍ଠା ପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହାର ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ମାନ୍ୟବର ଓଡ଼ିଆ ଭାଷା ସଂସ୍କୃତି ମନ୍ତ୍ରୀ, ମାନ୍ୟବର କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ ଓ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାରଙ୍କୁ ଦାବିପତ୍ର ପ୍ରେରଣ କରାଯାଇଛି। ପ୍ରକାଶ ଥାଉ କି, ୧୫ ଏକର ଜମି ସହିତ ଏକ ୧୦୦୦ ଆସନ ବିଶିଷ୍ଠ ଶୀତତାପ ନିୟନ୍ତ୍ରିତ ପ୍ରେକ୍ଷାଳୟ, ସମସ୍ତ ବ୍ୟବସ୍ଥା ଥିବା ଯଥା ଗ୍ରୀନ ରୁମ, ଆଧୁନିକ ଆଲୋକ ଏବଂ ଧ୍ୱନି ବ୍ୟବସ୍ଥା, ସାମୁହିକ ନୃତ୍ୟ, ନାଟକ ଏବଂ ସଙ୍ଗୀତ ପାଇଁ ଉପଯୁକ୍ତ ସୁବିଧା, କଳାଦୀର୍ଘା (ଆର୍ଟ ଗ୍ୟାଲେରୀ) ର ବ୍ୟବସ୍ଥା, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଆସୁଥିବା ଜାତୀୟ ଓ ଅନ୍ତର୍ଜାତୀୟ କଳାକାରମାନଙ୍କ ପାଇଁ ନିବାସ ବ୍ୟବସ୍ଥା ସହ ସ୍ୱତନ୍ତ୍ର ଅତିଥି ଗୃହ ବ୍ୟବସ୍ଥା, କଳା ଶିକ୍ଷା ପାଇଁ ସ୍ୱତନ୍ତ୍ର କକ୍ଷ, ପୁସ୍ତକାଗାର ଏବଂ ଯାନବାହାନ ପାଇଁ ପାର୍କିଙ୍ଗ ସୁବିଧା ଆଦି ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି।

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!