ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବନ ମହୋତ୍ସବ ପାଳିତ

ଗୋଲାମୁଣ୍ଡା,(AKN NEWS):ସ୍ଥାନୀୟ ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ୭୬ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଏକ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି।
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ସରୋଜ କାନ୍ତ ରଥଙ୍କ ପୌରୋହିତ୍ୟରେ ଆୟୋଜିତ ଏକ ସଚେତନତା ସଭାରେ ଅଧ୍ୟାପକ ପ୍ରତାପ ଚନ୍ଦ୍ର ନାୟକ, ବିଜୟ କୁମାର ସାହୁ , ପ୍ରଦୀପ କୁମାର ମିଶ୍ର, ବନପାଳ ରମେଶ ଚନ୍ଦ୍ର ବାଗ, ବନରକ୍ଷୀ ବିଶ୍ୱଜିତ ବଗର୍ତ୍ତି ଓ ଆଦିତ୍ୟ ବାଗ ପ୍ରମୁଖ ଯୋଗଦେଇ ବନ ମହୋତ୍ସବ ପାଳନର ତାତ୍ପର୍ଯ୍ୟ ଓ ବୃକ୍ଷ ରୋପଣର ଉପାଦେୟତା ବିଷୟରେ ଆଲୋଚନା କରିଥଲେ। ଚଳିତ ବର୍ଷକୁ ବିଦ୍ୟାଳୟ ସୋନ୍ଦର୍ଯ୍ୟକରଣ ବର୍ଷ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯିବା ସହିତ ମାଟି ଓ ମାଆ ପାଇଁ ଗଛଟିଏ ଲଗାଇବାକୁ ଉପସ୍ଥିତ ଅତିଥି, କର୍ମଚାରୀ ଓ ଛାତ୍ର ଛାତ୍ରୀମାନେ ଶପଥ ଗ୍ରହଣ କରିଥିଲେ।
ଅଧ୍ୟାପକ ପ୍ରବୀର କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ ଓ ଯୁବ ରେଡ଼କ୍ରସ ପରାମର୍ଶଦାତା ଶାନ୍ତନୁ କୁମାର ପରିଡ଼ା ମଞ୍ଚ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଉତ୍ତର ବନଖଣ୍ଡ ଅଧିନସ୍ଥ କେଗାଁ ବନାଞ୍ଚଳର ଗୋଲାମୁଣ୍ଡା ସେକ୍ସନ , ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ଼କ୍ରସ, ଜାତୀୟ ସେବା ଯୋଜନା, ଇକୋ କ୍ଲବ୍ ଓ ଭାରତ ସ୍କାଉଟ ଗାଇଡ (ରୋଭର ରେଞ୍ଜର ବିଭଗ)ଙ୍କ ମିଳିତ ସହାୟତାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଦୁଇ ଶହ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଘନଶ୍ୟାମ ଭାଟି, କବି ପ୍ରସାଦ ପଟ୍ଟନାୟକ,ସନ୍ଦୀପ କାନୁନଗୋ, ତ୍ରିନାଥ ପଟ୍ଟନାୟକ, ଦିଲ୍ଲୀପ କୁମାର ସ୍ବାଇଁ, ପ୍ରମୋଦ ମହାନ୍ତି, ପ୍ରସନ୍ନ କୁମାର ପ୍ରଧାନ, ବୈକୁଣ୍ଠ ପଟେଲ୍ , କ୍ଷିରସିନ୍ଧୁ ବାରିକ, ଲିଙ୍ଗେଶ୍ୱର ମେହେର ତଥା ସମସ୍ତ କର୍ମଚାରୀ ଓ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।
dhramgarh upa khanda ru shyam sundar agrawal AKN NEWS


