ପାରିକୁଦ ଗଡରେ ଶ୍ରୀ ଜିୟୁଙ୍କ ବାହୁଡା଼ ଯାତ୍ରା ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ପୁରୀ ଜିଲ୍ଲା(AKN NEWS):କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ପାରିକୁଦ ଗଡରେ ମହା ପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା ଉତ୍ସବ ପାରମ୍ପରିକ ନୀତି ଅନୁଯାୟୀ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଆଚାର୍ଯ୍ୟ ଶ୍ରୀ ଗିରିଜା ପ୍ରସାଦ ଦେବତାଙ୍କ ଦ୍ଵାରା ଅବକାଶ, ମଇଲମ ,ବେଶ ସର୍ବାଙ୍ଗ ତଡ଼ପ ଲାଗି ବରୁଣ ପୂଜା ସୂର୍ଯ୍ୟ ପୂଜା,ଦ୍ଵାରପାଳ ପୂଜା,ରଥ ପୂଜା ଆଦି ନୀତି ପରେ ସକାଳ ଧୂପ ଓ ଭୋଗ ବଢିଥିଲା । ପାରିକୁଦ ରାଜାଙ୍କର ଶ୍ରୀ ମନ୍ଦିର ପରିଚାଳନା ଅଧିକାରୀ ଏବଂ ରଥ ପରିଚାଳନା କମିଟିର ଉପଦେଷ୍ଟା ପଣ୍ଡିତ ଶ୍ରୀ ନୀଳକଣ୍ଠ ତ୍ରିପାଠୀ ଙ୍କ ତତ୍ତ୍ଵାବଧାନରେ ମୁଖ୍ୟ ପୂଜକ ଶ୍ରୀ ପ୍ରସନ୍ନ କୁମାର ପଣ୍ଡା ଙ୍କ ଦ୍ଵାରା ଯଥା ବିଧି ପୂଜା ଓ ରଥ ସଂସ୍କାର କରାଯାଇଥିଲା ।ତତ୍ ପରେ ବାହୁବଳୀ ସେବକ ଜନ୍ ପଣ୍ଡା,ସଞ୍ଜୟ କୁମାର ପଣ୍ଡା, ନୀଳାଚଳ ପାଣିଗ୍ରାହୀ, ଅଶୋକ କୁମାର ପଣ୍ଡା, ନବୀନ ପଣ୍ଡା, ଶରତ ଚନ୍ଦ୍ର କେଶରୀ ,ଲିପୁନୁ ଭାଇନା ଓ ପ୍ରତାପ ଚନ୍ଦ୍ର ପଣ୍ଡାଙ୍କ ଦ୍ଵାରା ସେନାପଟା ଲାଗି ଟାହିଆ ଲାଗି ଓ ଶ୍ରୀ ଜୀଉଙ୍କ ପହଣ୍ଡି କାର୍ଯ୍ୟ କରାଯାଇଥିଲା । ପାରିକୁଦ ରାଜାଙ୍କ ବ୍ରାହ୍ମଣ କୁମାର, ଶ୍ରୀ ଦିଲ୍ଲୀପ କେଶରୀ ଙ୍କ ଦ୍ଵାରା ଛେରା ପହଁରା କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।ସହ ସହ ଭକ୍ତଙ୍କ ଗହଣରେ ମହାପ୍ରଭୁ ଦଧି ବାମନ ଶ୍ରୀ ଜଗନ୍ନାଥ ଭାଇ ଭଉଣୀଙ୍କ ସହିତ ରଥା ରୁଢ଼ ହୋଇ ମାଉସୀ ମାଆଙ୍କ ଘରେ ପୋଡ଼ ପିଠା ଖାଇ ଶ୍ରୀମନ୍ଦିର ଅଭିମୁଖେ ଯାଇଥିଲେ ଏବଂ ଶ୍ରୀ ମନ୍ଦିରରୁ ଦେବୀ ମହାଲକ୍ଷ୍ମୀ ଛତ୍ର କାହାଳୀ ତରାସ ଆଲଟ ବାଜା ବାଣ ସଙ୍କୀର୍ତ୍ତନ ସହ ସାନ ଅଁଳ ଶିଶୁ ପାଇକ ମାନଙ୍କ ଗହଣରେ ମହା ପ୍ରଭୁଙ୍କ ନିକଟକୁ ଭେଟ କରିବାକୁ ଆସିଥିଲେ ।ପୂଜା ସର୍ବାଙ୍ଗ ଧୂପ ଭୋଗ ଆଳତି ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ଶହଶହ ଭକ୍ତ ମାନଙ୍କର ହରିବୋଲ ହୁଳହୁଳି ଶବ୍ଦରେ ବନ୍ଦାପନା କାର୍ଯ୍ୟ ସାରି ମା ସାନ୍ତାଣି ଶ୍ରୀ ମନ୍ଦିରକୁ ଫେରିଥିଲେ । ଏଥି ସହିତ ମାଷ୍ଟର ହର ବାବୁଙ୍କ ସଙ୍କୀର୍ତ୍ତନ ମଣ୍ଡଳୀଙ୍କ ଦ୍ଵାରା ସୁନ୍ଦର ନାମ ପରିବେଷଣ ହୋଇଥିଲା ଏବଂ ବିଶିଷ୍ଟ ପ୍ରବକ୍ତା ଶ୍ରୀ ପ୍ରଶାନ୍ତ କୁମାର ପଳେଇ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୁନ୍ଦର ଭାବରେ ଧାରାବିବରଣି ପ୍ରଦାନ କରିଥିଲେ । ସହ ସହ ଭକ୍ତଙ୍କ ଭିଡ଼ କୁ ଦୃଷ୍ଟିରେ ରଖି କୃଷ୍ଣ ପ୍ରସାଦ ଥାନା ଏସାଇ ଶ୍ରୀ ବ୍ରଜ ମୋହନ ଜେନାଙ୍କ ନେତୃତ୍ବରେ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହି ଭକ୍ତ ମାନଙ୍କ ଭିଡ଼କୁ ଆୟତ। କରିଥିଲେ ଏବଂ ଶ୍ରୀ ଜଗନ୍ନାଥ ରଥ ପରିଚାଳନା କମିଟିର ସଭାପତି ଶ୍ରୀ ଦୁର୍ଯ୍ୟଧନ ନାୟକ ,ସମ୍ପାଦକ ଶ୍ରୀ ସୁବ୍ରତ କୁମାର ପଣ୍ଡା , ଉପ ସଭାପତି ଶ୍ରୀ ମକଦମ୍ ସିଂହ,ସହ ସମ୍ପାଦକ ଶ୍ରୀ ମନୋଜ କୁମାର ବାରିକ ଙ୍କ ସମେତ କମିଟି ର ସମସ୍ତ ସଦସ୍ୟ ମାନଙ୍କ ପୂର୍ଣ୍ଣ ସହଯୋଗରେ ବାହୁଡ଼ା ଯାତ୍ରା କାଯ୍ୟ ସମ୍ପନ୍ନ ହୋଇଥିଲା ।
କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS


