ଓଡିଶା ଖବର

ପ୍ରତିଭା ବିକାଶ ଅଭିଯାନର ୨୨ ତମ ମେଧା ସମ୍ବର୍ଦ୍ଧନା ଉତ୍ସବ ପ୍ରତିଟି ପ୍ରତିଭା ଉଜ୍ଜିବିତ ହୋଇ ରାଷ୍ଟ୍ର ହିତରେ ଉପଯୋଗ ହେଉ : ମନ୍ତ୍ରୀ ରବି ନାରାୟଣ ନାଏକ

କୁଚିଣ୍ଡା,(AKN NEWS):କୁଚିଣ୍ଡା ଉପଖଣ୍ଡୀୟ ମହୁକୁମାସ୍ଥ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ପ୍ରତିଭା ବିକାଶ ଅଭିଯାନ ପକ୍ଷରୁ ମେଧା ସମ୍ବର୍ଦ୍ଧନା ଉତ୍ସବ-୨୦୨୫ ଅନୁଷ୍ଠିତ ହୋଇଯାଇଛି । କୁଚିଣ୍ଡା ଉପଖଣ୍ଡରେ ମ୍ୟାଟ୍ରିକ ଓ +୨ରେ କୃତୀତ୍ୱ ହାସଲ କରିଥିବା ୪୧ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ଏହି ଉତ୍ସବରେ ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ, ଗ୍ରାମ୍ୟଉନ୍ନୟନ ଏବଂ ପାନୀୟ ଜଳଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକ ମୂଖ୍ୟ ଅତିଥି ଭାବେ ଯୋଗ ପ୍ରତିଟି ଛାତ୍ରଛାତ୍ରୀ ନିଜ ପ୍ରତିଭାକୁ ବିକଶିତ କରି ରାଷ୍ଟ୍ରର ହିତ ଲାଗି ଉପଯୋଗ କରିବାକୁ ଆହ୍ୱାନ କରିଥିଲେ । ଏଥିରେ କୁଚିଣ୍ଡା ସମ୍ମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତଥା ପ୍ରାକ୍ତନ ଉପଜିଲାପାଳ ହେମସାଗର ହୋଇ ମୂଖ୍ୟ ବକ୍ତା ଭାବେ ଯୋଗ ଦେଇ ଏପରି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବିରଳ ବୋଲି ଅବିହିତ କରି ପ୍ରତି ଅବିଭାବକ ସନ୍ତାନ ସନ୍ତତିଙ୍କୁ ଚାପଗ୍ରସ୍ତ କରିବା ପରିବର୍ତ୍ତେ ତାଙ୍କ ମୂଲ୍ୟବାନ ପ୍ରତିଭାକୁ ଉନ୍ମୋଚନ କରିବାରେ ସହାୟକ ହେବାକୁ ଆହ୍ୱାନ କରିଥିଲେ । ସଭାରେ ଅବସରପ୍ରାପ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାଷ ନାଏକ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସାନ୍ତନୁ ସାହୁ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେଶ ନାଏକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଉଦବୋଧନ ଦେଇଥିଲେ । ସଭାକୁ ଅଧ୍ୟାପକ ପ୍ରଶାନ୍ତ ପଟେଲ ସଂଯୋଜନା କରିଥିଲେ । ପ୍ରତିଭା ବିକାଶ ଅଭିଯାନର ଆବାହକ ପ୍ରଭାତ ବେହେରା ୨୨ବର୍ଷ ଧରି ଚାଲିଥିବା ଅଭିଯାନର ଉଦ୍ଦେଶ୍ୟ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ସଭା ପ୍ରାରମ୍ଭରେ ସାହାଜବାହାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁଦର୍ଶନ ପାଣି ସ୍ୱାଗତ ବକ୍ତବ୍ୟ ଦେଇଥିଲେ ଏବଂ କ୍ରୀଡା ଅଧ୍ୟାପକ ଦେବେନ୍ଦ୍ର ନାଏକ ବିବରଣୀ ପାଠ କରିଥିଲେ । ସଂଯୋଜକ ରମେଶ କିସାନ କାର୍ଯ୍ୟକ୍ରମର ବିଗତ ବର୍ଷର ବିଭିନ୍ନ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ସୂଚନା ଦେଇଥିଲେ । କୁଚିଣ୍ଡା ମହାବିଦ୍ୟାଳୟ ଆଲମୂନୀ ସଭାପତି ତଥା ବରିଷ୍ଟ ସଦସ୍ୟ ପ୍ରଫୁଲ୍ଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ପ୍ରମୋଦ ଚୌଧୂରୀ , ପ୍ରଧାନ ଶିକ୍ଷକ ରତନଲାଲ ସିଂ, ଅଭିଯାନର ବରିଷ୍ଟ କାର୍ଯ୍ୟକର୍ତ୍ତା ରମାକାନ୍ତ ମହାକୁଳ, ବରିଷ୍ଟ ଶିକ୍ଷକ ଚକ୍ରଧର ମାଝୀ , ରାଜେଶ ଶର୍ମା, ଅରୁଣ ଅଗ୍ରୱାଲା , ସାମାଜିକ କର୍ମି ବିଭୂରାଜ ନାଗ, ଟିକେଶ୍ୱର ନାଏକ,ତନୟା ହଂସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ କୁଚିଣ୍ଡା, ଜମନକିରା , ବାମରା ବ୍ଲକରେ ମ୍ୟାଟ୍ରୀକ ପରୀକ୍ଷାରେ କୃତୀତ୍ୱ ହାସଲ କରିଥିବା ପ୍ରତି ବ୍ଲକର ଦଶ ଜଣଅନୁଯାଇ ୩୦ଜଣଙ୍କୁ ଏବଂ ଉପଖଣ୍ଡରେ +୨ରେ କଳା,ବିଜ୍ଞାନ ଓ ବାଣିଜ୍ୟରେ କୃତୀତ୍ୱ ହାସଲ କରିଥିବା ଶ୍ରେଷ୍ଠ ୯ଜଣଙ୍କୁ ଓ ସର୍ବଭାରତୀୟ ସ୍ତରରେ ଜେଇଇ ମ୍ୟାନରେ କୃତୀତ୍ୱ କରିଥିବା ଦୁଇ ଜଣ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି , ଅବିଭାବକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!