ଓଡିଶା ଖବର
ଭୋଜପୁର ଆରୋଗ୍ୟ ମନ୍ଦିର ରେ ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ ଜୟନ୍ତୀ ପାଳିତ:ବୃକ୍ଷ ରୋପଣ

ଜମନକିରା(AKN NEWS): ଜମନକିରା ବ୍ଲକ ଭୋଜପୁରସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ମୋର ଯୁବ ଭାରତ ଅଧୀନରେ କାର୍ଯ୍ୟରତ ପୂର୍ବତନ ବ୍ଲକ ସ୍ଵେଚ୍ଛାସେବୀ ଶମ୍ଭୁନାଥ ସାହୁ ଙ୍କ ସଭାପତିତ୍ବରେ ଜନ ନେତା ,ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି ।
ଏଥିରେ ବିଶିଷ୍ଟ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ୟାମ ପ୍ରସାଦ ଙ୍କ କୃତିତ୍ୱ ଓ ଦେଶ ପ୍ରତି ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
ଫାର୍ମାସୀ ଅଫିସର ପ୍ରଦ୍ୟୁମ୍ନ କୁମାର ଶେଠ୍ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବନ ମହୋତ୍ସବ ସମ୍ପର୍କରେ ଉଦବୋଧନ ଦେଇଥିଲେ । ଏହାପରେ ପ୍ରକୃତି ବନ୍ଧୁ ସୁବାସ ନାୟକ ଓ ଶମ୍ଭୁ ନାଥ ସାହୁ ଙ୍କ ପରିଚାଳନା ରେ ବିଭିନ୍ନ ପ୍ରଜାତି ର ଚାରା ରୋପଣ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ AKN NEWS


