ବିଭିନ୍ନ ସ୍ଥାନରେ ବନ ମହୋତ୍ସବ ସପ୍ତାହ ପାଳନ ସହ ବୃକ୍ଷରୋପଣ

(AKN NEWS):ସରକାରଙ୍କ ପକ୍ଷରୁ ମାଁ ପାଇଁ ଗଛଟିଏ ଉଦ୍ଦେଶ୍ୟ ରେ ୭୬ ତମ ବନ ମହୋତ୍ସବ ସପ୍ତାହ ପାଳନ କରାଯାଉଥିବା ବେଳେ ଗୋଲାମୁଣ୍ଡା ଥାନା, ପ୍ରାଣୀ ଚିକିତ୍ସଲୟ ଓ ନୋଡାଲ ହାଇସ୍କୁଲ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।
ନୋଡାଲ ହାଇସ୍କୁଲ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନୀଳାମ୍ବର ବିଶି, ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧକ୍ଷ ବିନ୍ଦୁ ମହାନନ୍ଦ, ବିଇଓ ରାଜେଶ ନାୟକ, ବନପାଲ ରମେଶ ବାଗ, ବରିଷ୍ଟ ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ, ରାଜେଶ ବିଶି, ଏବଂ ବନ ବିଭାଗ କର୍ମଚାରୀ, ସମସ୍ତ ସ୍କୁଲ ଶିକ୍ଷକ ଛାତ୍ର ଛାତ୍ରୀ ଙ୍କ ଉପସ୍ଥିତି ରେ ବୃକ୍ଷ ରୋପଣ କରାଯାଇଥିବା
ବେଳେ ଥାନା ପରିସରରେ ଆଇଆଇସି ଜ୍ୟୋତି ପ୍ରକାଶ ତାଣ୍ଡି, ଏସଆଇ ରାଜେଶ କୁମାର ପରିଡ଼ା, ସମାଜସେବୀ ପ୍ରସନ୍ନ କୁମାର ରାଉତ, ବନପାଲ ରମେଶ ବାଗ, ବରିଷ୍ଟ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଏବଂ ପ୍ରାଣୀ ଚିକିତ୍ସଲୟ କାର୍ଯ୍ୟାଳୟ ପରିସରରେ ବ୍ଲକ ଭେଟନାରୀ ଅଫିସର ଡକ୍ଟର ଜିତେନ୍ଦ୍ର ନାରାୟଣ ମହାରଣା, ଭିଏ ଏସ ଡ଼.ନେତ୍ର ପ୍ରକାଶ ଭାରତୀ,ମାନସ ରଞ୍ଜନ ତାଣ୍ଡି, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ବୃଷଭ ନାଏକ, ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ବୃକ୍ଷର ଆବଶ୍ୟକତା ତଥା ଜଳବାୟୁ ପରିବର୍ତ୍ତନ ,ମୃତ୍ତିକା ସଂରକ୍ଷଣ ,ପ୍ରାକୃତିକ ଦୁର୍ବିପାକ, ସୁସ୍ଥ ଓ ସ୍ୱଚ୍ଛ ପରିବେଶ, ବିଷୟରେ ବୁଝେଇ ବୃକ୍ଷ ରୋପଣ କରିଥିଲେ।
dhramgarh upa khanda ru shyam sundar agrawal AKN NEWS


