ଓଡିଶା ଖବର

ରାଜ୍ୟରେ ରାଜନେତାଙ୍କ କୁତ୍ସିତ ମାନସିକତାକୁ ଚିହ୍ନନ୍ତୁ – ସୁନୀତି 

(AKN NEWS):“ଏକ ସମ୍ବେଦନଶୀଳ ଏବଂ ଦୁଃଖଦ ଘଟଣାକୁ ନେଇ ରାଜ୍ୟରେ ହେଉଥିବା ରାଜନୀତି ଅତି ନୀନ୍ଦନୀୟ। ସମସ୍ତେ ଏହାର ଫାଇଦା ଉଠାଇବାର ପ୍ରତିଯୋଗିତାରେ ବ୍ୟସ୍ତ। ନିଜ ଝିଅକୁ ହରାଇ ଥିବା ବାପ ମା’ଙ୍କ ଲୁହ ଶୁଖିନି କିନ୍ତୁ ରାଜନେତାଙ୍କ କୁତ୍ସିତ ମାନସିକତା ଆଜି ସର୍ଵସାଧାରଣରେ ପ୍ରତିଫଳିତ..! ରାଜ୍ୟରେ ଷଡ଼ଯନ୍ତ୍ର ପରେ ଷଡ଼ଯନ୍ତ୍ର ହୋଇଚାଲିଛି, ନ୍ୟାୟ ମାଗିଲେ ମିଳୁଛି ନିରାଶା ହତାଶା ଆଉ ମୃତ୍ୟୁ। ବିଳମ୍ବିତ ନ୍ୟାୟ ନ୍ୟାୟ ନୁହେଁ। ଓଃ…. କି ସମୟରେ ଆମେ ସମସ୍ତେ ବଞ୍ଚୁଛନ୍ତି। ଜାଗ ହେ’ ମୋର ଜନସାଧାରଣ ଏ ନୀଚ ମାନସିକତା ମାନଙ୍କୁ ଚିହ୍ନ। ବାଲେଶ୍ୱର ସ୍ଥିତ ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୋର ସମବେଦନା ଜଣାଉଛି l ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଏହି ଦୁଃଖଦ ସମୟର ସାମ୍ନା କରିବା ପାଇଁ ତାଙ୍କ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ, ଏହାହିଁ କାମନା କରୁଛି l ଓଁ ଶାନ୍ତି ।”  -ଡ ସୁନୀତି ମୁଣ୍ଡ (ଲୋକଙ୍କ ସ୍ଵର)

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!