କଲମପୁର ଥାନା ଅଧୂନସ୍ଥ ପଣ୍ଡିଗାଁର ଯୁବତୀ ମାନେ ନାଚ ଗୀତ କରି ରଜ ଉତ୍ସବ ପାଳନ କରିଥିଲେ।

(AKN NEWS): କଲମପୁର ଥାନା ଅଧୂନସ୍ଥ ପଣ୍ଡିଗାଁର ଯୁବତୀ ମାନେ ନାଚ ଗୀତ କରି ରଜ ଉତ୍ସବ ପାଳନ କରିଥିଲେ। ସାମାଜିକ ଗଣମାଧ୍ଯମରେ ଏହି ଉତ୍ସବ ପାଳନର ଫଟୋ ଏବଂ ଭିଡିଓ ପ୍ରସାରିତ ହେଇଥିଲା । କିନ୍ତୁ ଏହି ଏହି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଭିଡିଓକୁ ତେନ୍ତୁଳିଖୁଣ୍ଟିର ବାବୁଲା ନାମକ ସଂପୃକ୍ତ ଯୁବକ ଜଣକ ବିଭିନ୍ନ ଅଶ୍ଳୀଳ ପ୍ରତିକ୍ରିୟା ଦେଇଥିଲା । ଯୁବତୀମାନେ ସଂପୃକ୍ତ ଯୁବକକୁ ଚିହ୍ନଟ କରିଥିଲେ । ଯୁବକଜଣକ ଗତକାଲି ସଂଧ୍ୟାରେ ପୁଣି ପଣ୍ଡିଗାଁ ପଟକୁ ଆସିଥିବା ବେଳେ ଯୁବତୀ ମାନେ କିଛି ଯୁବକଙ୍କ ସହାୟତାରେ ଧରିବା ପରେ ନିସ୍ତୁକ ମାଡ ମାରିଥିଲେ । ଏହାପରେ ସଂପୃକ୍ତ ଯୁବକ ସମ୍ପର୍କୀୟ ଆସିବା ପରେ ଛାଡି ଦେଇଥିଲେ କିନ୍ତୁ ମାଡ ଖାଇଥିବା ଯୁବକ ଜଣକ ଘରେ ପହଂଚିବା ପରେ ପରିବାର ଲୋକ କଲମପୁର ପୁଲିସ ଥାନାରେ ବିଳମ୍ବିତ ରାତିରେ କିଛି ଯୁବକ ଏବଂ ସମ୍ପୃକ୍ତ ଯୁବତୀଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ । ଏହି ଘଟଣା ଜାଣିବା ପରେ ମଙ୍ଗଳବାର ଧର୍ମଗଡ ଏସ.ଡି.ପି.ଓ ମୁକ୍ତି କୁମାର କୁଲୁ କଲମପୁର ଥାନାରେ ପହଂଚି ଘଟଣାର ତଦନ୍ତ କରିଛନ୍ତି । ଦିନ ସାଢେ ୨ଟା ମଧ୍ୟରେ ଘଟଣା ସମ୍ବନ୍ଧରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଆଦିତ୍ୟ ମାଝୀ ଏବଂ ହେରମ୍ବ ପୁଝାରୀ ନାମକ ଦୁଇ ଯୁବକଙ୍କ ସମେତ ଖିତିସୂତା ମାଝୀ, ବର୍ଷା ମାଝୀ, ରୁବି ମାଝୀ ଏବଂ ମାଧୁରୀ ମାଝୀ ୪ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ପୁଲିସ ଥାନା ପରିସରରେ ଉତେଜନା ଦେଖା ଦେଇଛି ।
କଳାହାଣ୍ଡି ରୁ ଟଙ୍କଧର ବିହାରୀ ଙ୍କ ରିପୋଟ akn news


