ଓଡିଶା ଖବର

IAS ଅନିମେଷ ପ୍ରଧାନଙ୍କ ପିଏମ୍‌-ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣା ପରିଦର୍ଶନ(୧୫.୦୭.୨୦୨୫)

ଭବାନୀପାଟଣା(AKN NEWS):ଖ୍ୟାତିନାମା IAS ଅନିମେଷ ପ୍ରଧାନ(ରାଙ୍କ-୨ ୟୁ.ପି.ଏସ.ସି 2023) ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭବାନୀପାଟଣାର ପିଏମ୍‌-ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣା ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ବିଦ୍ୟାଳୟର ବିଭିନ୍ନ ପାଠ୍ୟ ଓ ପାଠ୍ୟେତର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି, ତାଙ୍କୁ ଉତ୍ସାହ ଓ ପ୍ରେରଣା ଦେଇଥିଲେ । IAS ଅନିମେଷ ପ୍ରଧାନ ଛାତ୍ରଛାତ୍ରୀଙ୍କୁ କହିଥିଲେ, “ଆପଣଙ୍କର ଲକ୍ଷ୍ୟ ସ୍ପଷ୍ଟ ହେଉ, ମନ ଦୃଢ଼ ରଖନ୍ତୁ ଓ ନିଷ୍ଠାର ସହିତ ପଢ଼ନ୍ତୁ – ସଫଳତା ନିଶ୍ଚିତ ମିଳିବ । ସେ ନିଜ ଜୀବନର ଅନୁଭବ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସ୍ଵପ୍ନ ଦେଖିବା ଓ ସ୍ଵପ୍ନ କୁ ପୁରା କରିବା ପାଇଁ ପ୍ରେରଣା ଦେଇଥିଲେ।ପ୍ରିନ୍ସିପାଲ ଶ୍ରୀ ଭୀମସେନ ପଣ୍ଡା ସେମାନଙ୍କୁ ଧନ୍ୟବାଦ ଜଣାଇ, ବିଦ୍ୟାଳୟ ପକ୍ଷରୁ ଅନୁଗ୍ରହ ପ୍ରଦର୍ଶନ କରିଥିଲେ। ସେ କହିଥିଲେ, “ଏହି ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ଆଗମନ ଓ ଦିଗ୍ ଦର୍ଶନ ଛାତ୍ରଛାତ୍ରୀଙ୍କ ଆଗାମୀ ଜୀବନରେ ଏକ ନୂଆ ଅନୁପ୍ରେରଣା ଦେବ।ଏହି ପରିଦର୍ଶନ ଓ ଆଲୋଚନା ଦ୍ୱାରା ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଉତ୍ସାହିତ ଅନୁଭବ କରିଥିଲେ।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!