ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ଓ ରାଜସ୍ଵ) ନବରଙ୍ଗପୁର ଙ୍କ ସିନ୍ଧିଗୁଡା ଏବଂ ବି ମାଳିଗୁଡ଼ା ରାଜସ୍ଵ ମଣ୍ଡଳ କାର୍ଯ୍ୟାଳୟ ନିରୀକ୍ଷଣ

ନନ୍ଦାହାଣ୍ଡି (AKN NEWS):ଆଜି ତା ୧୬.୦୭.୨୦୨୫ ରିଖ ରେ ଅତିରିକ୍ତ ଜିଲ୍ଲାପାଳ, ସଧାରଣ,ନବରଙ୍ଗପୁର ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ ଓ ଅତିରିକ୍ତ ଜିଲ୍ଲାପାଳ,ରାଜସ୍ଵ ନବରଙ୍ଗପୁର ଶ୍ରୀଯୁକ୍ତ ବିଶ୍ୱଜିତ୍ ବର୍ମନ୍ ନନ୍ଦାହାଣ୍ଡି ତହସିଲ ସ୍ଥିତ ସିନ୍ଧିଗୁଡ଼ା ଓ ବି ମାଳିଗୁଡା ରାଜସ୍ଵ ମଣ୍ଡଳ କାର୍ଯ୍ୟାଳୟ ନିରୀକ୍ଷଣ କରିଥିଲେ।
ପୂର୍ବାହ୍ନ ରେ ଖୁଣ୍ଟିଆ , ସିନ୍ଧିଗୁଡା ରାଜସ୍ଵ ମଣ୍ଡଳ ଏବଂ ଅପରାହ୍ନ ରେ ଶ୍ରୀ ବର୍ମନ ବି ମାଳିଗୁଡ଼ା ରାଜସ୍ଵ ମଣ୍ଡଳ କାର୍ଯ୍ୟାଳୟ ର ତହସିଲ ଆକାଉଣ୍ଟ ମାନୁଆଲ ଅନୁଯାୟୀ ୧୬ ଗୋଟି ରେଜିଷ୍ଟର ଯାଞ୍ଚ କରିଥିଲେ। ଏହା ସହିତ ଓଡ଼ିଶା ସରକାର ଙ୍କ ରାଜସ୍ଵବିଭାଗ ର ୨ୟ ଖାନା ସଂଶୋଧନ କୁ ତ୍ଵରାନିତ କରିବା, ସରକାରୀ ଜମି ରେ ଜବର ଦଖଲ କୁ ଚିହ୍ନଟ କରି ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ରାଜସ୍ଵ ମଣ୍ଡଳ କାର୍ଯ୍ୟାଳୟ ନିରୀକ୍ଷଣ ସମୟ ରେ ନନ୍ଦାହାଣ୍ଡି ତହସିଲଦାର ଶ୍ରୀ ଚନ୍ଦ୍ରଦାସ ମହାନନ୍ଦିଆ, ଅତିରିକ୍ତ ତହସିଲଦାର ଶ୍ରୀ ବିଶ୍ଵଜିତ କର୍କରା, ରାଜସ୍ୱ ପରିଦର୍ଶକ ମହମ୍ମଦ ଜାଭେଦ ଆଖତର, ସିନ୍ଧିଗୁଡ଼ା ରାଜସ୍ଵ ନିରୀକ୍ଷକ ବିଶ୍ୱଜିତ ଦାସ, ବି ମାଳିଗୁଡ଼ା ରାଜସ୍ଵ ନୀରିକ୍ଷକ ଶ୍ରୀ ଖେମରାଜ ପୂଜାରୀ, ସହକାରୀ ରାଜସ୍ଵ ନୀରିକ୍ଷକ ଶ୍ରୀମତି ମଞ୍ଜୁଲତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ AKN NEWS


