ଓଡିଶା ଖବର

ସୁନାମ ଧନ୍ୟ ଯୁବ ଗୀତିକାର ଓ ସଂଳାପ ଲେଖକ ଶ୍ରୀ ଦୀପକ କୁମାର ଦଳେଇ ଙ୍କୁ ସାରା ଓଡ଼ିଶାରୁ ମିଳୁଛି ପ୍ରଶଂସାର ପତ୍ର ।

ପୁରୀ ଜିଲ୍ଲା(AKN NEWS):କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ତାଳତଳା ଗ୍ରାମର ପିତା ଶ୍ରୀଯୁକ୍ତ ଲକ୍ଷ୍ମୀଧର ଦଳେଇ ଓ ମାତା ଶ୍ରୀମତୀ ତିଳତମା ଦଳେଇଙ୍କ ଜ୍ୟେଷ୍ଠ ପୁତ୍ର ଶ୍ରୀ ଦୀପକ କୁମାର ଦଳେଇ ସେ ଛାତ୍ର ଅବସ୍ଥାରୁ ତାଙ୍କର ଲେଖା ଲେଖି ପ୍ରତି ଆଗ୍ରହ ଥିଲା ଏବଂ ପିଲାଟି ଦିନରୁ ତାଙ୍କର ସେଇ ଆଗ୍ରହ ଆଜି ତାଙ୍କୁ ଜଣେ ସୁନାମ ଧନ୍ୟ ଯୁବ ଗୀତିକାର ରୂପରେ ସେ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ହୋଇପାରିଛନ୍ତି । ୨୦୧୯ ମସିହାରୁ ଅଦ୍ୟାବଧି ଗୀତ ରଚନା କରିବାରେ ସିଦ୍ଧହସ୍ତ ପାଲଟିଛନ୍ତି ଓ ସେ ଏଵ ସୁଦ୍ଧା ୨୦୦ ରୁ ଉର୍ଦ୍ଧ ଗୀତ ଲେଖି ସାରିଲେଣି । ସେ ଏକ ଧାରାରେ ଜଣେ ଗୀତିକାର, ସଂଳାପ ଲେଖକ, ଓ ନାଟ୍ୟକାର ଭାବରେ ବେଶ ପରିଚିତ । ତାଙ୍କର ଏତାଦୂର୍ଶ୍ୟ ପ୍ରତିଭାକୁ ନେଇ ପାରିକୁଦ ମାଟି ଆଜି ଗର୍ବ ଅନୁଭବ କରେ । ତାଙ୍କର ଏହିଭଳି ପ୍ରତିଭା କୁ ସମ୍ମାନ ଜଣାଇବାକୁ ଯାଇ ଓଡ଼ିଶାର ଅନେକ ଅନୁଷ୍ଠାନ ତାଙ୍କୁ ସମ୍ମାନ ଜଣାଇଛନ୍ତି ।ଏଭଳି ଏକ ମହାନ ପ୍ରତିଭାକୁ ନେଇ ସାରା ଓଡ଼ିଶାରେ ସେ ଗୋଟିଏ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଯାହାକୁ ନେଇ ତାଙ୍କର ଜନ୍ମ ମାଟି ତାଳତଳା ତଥା ପାରିକୁଦ ଆଜି ଗର୍ବ ଅନୁଭବ କରୁଛି ।

କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!