ଓଡିଶା ଖବର
କୃଷ୍ଣ ପ୍ରସାଦ ବ୍ଲକ ରେ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣି ବୈଠକ ଅନୁଷ୍ଠିତ ହୋଇଯାଇଛି ।

(AKN NEWS):ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କୃଷ୍ଣ ପ୍ରସାଦ ବ୍ଲକ ସମ୍ମିଳନୀ କକ୍ଷ ରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ତା.୨୮-୭-୨୫ ସୋମବାର ଅନୁଷ୍ଠିତ ହୋଇଯାଇଛି । ପୁରୀର ନୂତନ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା ଜନ ଶୁଣାଣି ଶିବିରରେ ଯୋଗ ଦେଇ ଲୋକ ମାନଙ୍କର ଅନେକ ସମସ୍ୟାର ସମାଧାନ କରିବା ସହିତ ଭିନ୍ନକ୍ଷମ ଏବଂ ଘର ଢ଼ିଅ ନ ଥିବା ଲୋକ ମାନଙ୍କର ତୁରନ୍ତ ବାସଗୃହ ଯୋଗାଇ ଦେବା ଲାଗି କଥା ରଖିଥିଲେ ।
ଏଥି ସହିତ କୃଷ୍ଣ ପ୍ରସାଦ ବ୍ଲକ ରେ ଉପୁଜୁଥିବା ସମସ୍ତ ପ୍ରକାର ସମସ୍ୟା ର ସମାଧାନ ନିମନ୍ତେ କର୍ମଚାରୀଙ୍କ ସହିତ କଥା ହେବା ସହ ତୁରନ୍ତ କିପରି ସମସ୍ତ ସମସ୍ୟାର ସମାଧାନ ହୋଇ ପାରିବ ସେ ଦିଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଅଭିଯୋଗ ନିମନ୍ତେ କୃଷ୍ଣ ପ୍ରସାଦ ବ୍ଲକ ରୁ ଶହ ଶହ ମହିଳା ଓ ପୁରୁଷ ଜମା ହୋଇଥିବାର ଦେଖିବାକୁ ମିଳିଥିଲା ।
କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS


