ଓଡିଶା ଖବର

ଭବାନୀପାଟଣା ଠାରେ ଭାରତୀୟ ଜନତା ପାର୍ଟି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରେ ଭବାନୀପାଟଣା ନଗର ମଣ୍ଡଳ ମହିଳା ମୋର୍ଚ୍ଚାର ପୂର୍ବତନ ସଭାନେତ୍ରୀ ଗୀତା ସାହୁଙ୍କ ଗତକାଲି ଅକାଳ ବିୟୋଗରେ ବିଜେପି ନଗର ମଣ୍ଡଳ ସଭାପତି ଚିତ୍ତରଞ୍ଜନ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭାର କାର୍ଯ୍ୟକ୍ରମ ହୋଇଯାଇଅଛି I

(AKN NEWS):ଆଜି ଭବାନୀପାଟଣା ଠାରେ ଭାରତୀୟ ଜନତା ପାର୍ଟି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରେ ଭବାନୀପାଟଣା ନଗର ମଣ୍ଡଳ ମହିଳା ମୋର୍ଚ୍ଚାର ପୂର୍ବତନ ସଭାନେତ୍ରୀ ଗୀତା ସାହୁଙ୍କ ଗତକାଲି ଅକାଳ ବିୟୋଗରେ ବିଜେପି ନଗର ମଣ୍ଡଳ ସଭାପତି ଚିତ୍ତରଞ୍ଜନ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭାର କାର୍ଯ୍ୟକ୍ରମ ହୋଇଯାଇଅଛି I ସଭାରେ ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼, ପୂର୍ବତନ ଜିଲ୍ଲା ସଭାପତି ଭାବେନ୍ଦ୍ର ପଣ୍ଡା, ଜିଲ୍ଲା ଉପସଭାପତି ପ୍ରଶାନ୍ତ ସାହୁ, ଯୁବମୋର୍ଚା ଜିଲ୍ଲା ସଭାପତି ବିଜୟଦେବ ସାହୁ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ, ମହିଳା ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଶୋଭାଗିନୀ ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଣ୍ଡେଶ୍ୱର ମହାପାତ୍ର, ଯୁବମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ନରହରି ପଟ୍ଟନାୟକ, ପୂର୍ବତନ ନଗର ସଭାପତି ସନ୍ତୋଷ ବିଶି,ଜଗବନ୍ଧୁ ସାହୁ, ନଗର ମଣ୍ଡଳ ସମିତିର ପତୱାନ୍ତ ସିଂ, ନିରଞ୍ଜନ ଯୋଶୀ, ସୁଜିତ ସ୍ୱାଇଁ, ରବି ସେନାପତି, ଅବିନାଶ ବେହେରା, ରାକେଶ ଶର୍ମା, ପୃଥ୍ଵୀରାଜ ସିଂ, ବାସନ୍ତୀ ବଣୁଆ, ବାସନ୍ତୀ ଛତ୍ରିଆ, ଅନିତା ବିଶ୍ୱାଳ, ପିଙ୍କି ଶବର, ପଦ୍ମାବତୀ ଶବର, ଦେବସ୍ମିତା ପୂଜାରୀ, ଶର୍ମିଷ୍ଠା ନାୟକ, ଶଙ୍କର ସେନାପତି ପ୍ରମୁଖ ଉପସ୍ଥିତ ରହି ପ୍ରଥମେ ସ୍ବର୍ଗତ ଗୀତା ସାହୁଙ୍କ ଫୋଟୋ ଚିତ୍ରରେ ଧୂପ ଏବଂ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କଲାପରେ ଦୁଇ ମିନିଟ ପାଇଁ ଏକ ନିରବ ପ୍ରାର୍ଥନା କରାଯାଇଥିଲା I ଏହାପରେ ନଗର ସଭାପତି, ଜିଲ୍ଲା ସଭାପତି ଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ଶ୍ରଦ୍ଧାଞ୍ଜଳି ଅଭିଭାଷଣ ରଖିବା ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ ଏବଂ ଶୋକସନ୍ତପ୍ତ ପରିବାରବର୍ଗ ପାଇଁ ସମବେଦନା ଜଣାଇଥିଲେ I ଭବାନୀପାଟଣା ନଗର ମଣ୍ଡଳ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଦାସ ସଭାଟିକୁ ପରିଚାଳନା କରିଥିବାବେଳେ ଅନ୍ୟତମ ସାଧାରଣ ସମ୍ପାଦକ ପ୍ରକାଶ ଢଙ୍ଗଡାମାଝି ତାଙ୍କୁ ସହଯୋଗ କରିଥିଲେ I

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!