ଓଡିଶା ଖବର

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ସମ୍ପୂର୍ଣତା ଅଭିଯାନ ସମ୍ମାନ ସମାରୋହ ଏବଂ ଆକାଂକ୍ଷା ହାଟ ର ଶୁଭାରମ୍ଭ 

ନବରଙ୍ଗପୁର (AKN NEWS):ଆଜି ସ୍ଥାନୀୟ ପୋଲିସ ପଡିଆ ଠାରେ ସମ୍ପୂର୍ଣତା ଅଭିଯାନ ସମ୍ମାନ ସମାରୋହ ଏବଂ ଆକାଂକ୍ଷା ହାଟ ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଜିଲ୍ଲାପାଳ ଡ ମହେଶ୍ବର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ଯୋଗ ଦେବା ସଙ୍ଗେ ସମ୍ମାନୀତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବିଶ୍ଵଜିତ ବର୍ମନ୍, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ , ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଗତ ୨୯ ତାରିଖ ରେ ଭୁବନେଶ୍ୱର ଲୋକସେବା ଭବନ ଠାରେ ରାଜ୍ୟ ସ୍ତରୀୟ ସମ୍ପୂର୍ଣତା ଅଭିଯାନ ସମ୍ମାନ ସମାରୋହ ଏବଂ ଆକାଂକ୍ଷା ହାଟ ର ଶୁଭ ଉଦ୍ଘାଟନ ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆକାଂକ୍ଷା ହାଟ ଓ ବ୍ଲକ୍ କୁ ପୁରସ୍କୃତ କରାଯାଇଥିଲା।ଏଥିରେ ଆକାଂକ୍ଷା ଜିଲ୍ଲା ନବରଙ୍ଗପୁର କୁ ଏବଂ ଆକାଂକ୍ଷୀ ବ୍ଲକ ଡ଼ାବୁଗାଁ କୁ ସ୍ଵର୍ଣ୍ଣ ପଦକ ଏବଂ ଆକାଂକ୍ଷା ବ୍ଲକ ତେନ୍ତୁଳିଖୁଣ୍ଟିକୁ ତାମ୍ର ପଦକ ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ନିଜ ବକ୍ତବ୍ୟ ରେ ସ୍ୱର୍ଣ୍ଣ ପଦକଓ ତାମ୍ର ପଦକ ହାସଲ କରିଥିବା ଆକାଂକ୍ଷା ଜିଲ୍ଲା ଓ ବ୍ଲକ ରେ ୬ ଗୋଟି ସୁଚକାଙ୍କ ପାଇଁ ଦୃଢ଼ ମନୋବଳ, ଆନ୍ତରିକ ଉଦ୍ୟମ ଓ ବିଶେଷ ପରିଶ୍ରମ କରିଥିବା ଅଧିକାରୀ,କର୍ମଚାରୀଙ୍କୁ ଶ୍ରେୟ ଦେଇ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ରେ ଏଭଳି ସହଯୋଗ ରହିଲେ ନିଶ୍ଚୟ ଦିନେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ବୋଲି କହିଥିଲେ।ଜିଲ୍ଲାପାଳ ନିଜ ବକ୍ତବ୍ୟରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବା ସମସ୍ତ ଅଧିକାରୀ,କର୍ମଚାରୀ, ବିଶେଷତ ବ୍ଲକ୍ ସ୍ତର କର୍ମଚାରୀଙ୍କ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ଦାୟୀ ହେବ ବୋଲି କହିଥିଲେ।ଆଜି ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣତା ଅଭିଯାନର ୩ ମାସ ମଧ୍ୟରେ ଗର୍ଭବତୀ ଓ ଶିଶୁମାନଙ୍କୁ ଟୀକା କରଣ, ପୋଷଣ ଖାଦ୍ୟ ପ୍ରଦାନ,ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବଣ୍ଟନ, ଉଚ୍ଚ ବିଦ୍ୟାଳୟର ବିଦ୍ୟୁତିକରଣ, ଛାତ୍ର ଛାତ୍ରୀ ଙ୍କୁ ପୁସ୍ତକ ବଣ୍ଟନ,୩୦ ବର୍ଷ ରୁ ଊର୍ଦ୍ଧ୍ବ ସମସ୍ତ ଲୋକଙ୍କର ରକ୍ତ ଚାପ ଓ ମଧୁମେହ ଯାଞ୍ଚ,ସ୍ଵଂୟ ସହାୟକ ମହିଳା ମାନଙ୍କୁ ଆର୍ଥିକ ବିତରଣ ଏଭଳି ୬ ଟି ସୁଚକାଙ୍କ ରେ ଜିଲ୍ଲା ର ସମସ୍ତଙ୍କ ମିଳିତ ପ୍ରୟାସ, ଦୃଢ ମନୋବଳ, ସ୍ଵମନୟ , ସମିକ୍ଷା,ନୀତି ଆୟୋଗ ପରାମର୍ଶ ଯୋଗୁ ସଫଳତାରେ ଅଂଶୀଦାର ଥିବା ୨୧ ଜଣ ଅଙ୍ଗନବାଡି କର୍ମୀ ଓ ସହାୟକ, ୧୦ ଜଣ ଏ ଏନ୍ ଏମ, ୧୧ ଜଣ ଆଶା କର୍ମୀ,୯ ଜଣ କୃଷକ ସାଥୀ,୫ ଜଣ ଏମ ବି କେ,୪ ଜଣ ସି ଆର୍ ପି, ୧ ଟି ଏସ ଏଚ ଜି,୧୦ ଜଣ ଶିକ୍ଷକ, ସି ଡି ପି ଓ ଡ଼ାବୁ ଗାଁ ମିନତୀ ଦାସ, ସି ଡି ପି ଓ ତେନ୍ତୁଳିଖୁଣ୍ଟି ବିନିତା ଜେଠୀ, କୃଷି ବିଭାଗର ସହକାରୀ କୃଷି ଅଧିକାରୀ ରାମ ଚନ୍ଦ୍ର ମୁଦୁଲି,କୃଷି ଓଭରସିଅର୍ ଧିରେନ୍ ବେନିଆ , ପ୍ରୋଗ୍ରାମ ମ୍ୟାନେଜର, ପିରାମଲ୍ ଫାଉଣ୍ଡେସନ ବିକ୍ରମ କିଶୋର ରଣା,ଡି ପି ସି (ମମତା ) ବିଶ୍ୱଜିତ୍ ମହାନ୍ତି ଙ୍କୁ ମୁଖ୍ୟ ଅତିଥି,ଜିଲ୍ଲାପାଳ ଏବଂ ଅନ୍ୟ ଅତିଥିମାନେ ଉପଢ଼ୌକନ ,ମାନପତ୍ର ସହ ସଦିଚ୍ଛା ଉପହାର ପ୍ରଦାନ କରିଥିଲେ। ସେଭଳି ଆକାଂକ୍ଷା ବ୍ଲକ୍ ସ୍ତରୀୟ ନେତୃତ୍ଵ ଯୋଗୁଁ ସି ଡି ଓ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନଙ୍କୁ , ଆକାଂକ୍ଷା ସ୍ବାସ୍ଥ୍ୟ କାର୍ଯ୍ୟ ପାଇଁ ସି ଡି ଏମ ଓ ଡ ସନ୍ତୋଷ ପଣ୍ଡା, ଶିକ୍ଷା ପାଇଁ ଡି ଇ ଓ ଛତ୍ରପତି ସାହୁ,କୃଷି ପାଇଁ ସି ଡି ଏ ଓ ସୁଧୀର ରଂଜନ ବେହେରା ଏବଂ ଏ ଡି ଓ ଅନିଲ ପ୍ରହରାଜ, ଯୋଜନା ଓ ସ୍ଵମନୟ ବିଭାଗ ଉପ ନିର୍ଦ୍ଦେଶକ ଏଶ୍ଚର୍ଯ୍ୟ ଭଞ୍ଜ,ଏସ ଏଚ ଜି ପାଇଁ ଡି ପି ଏମ (ଓ ଏଲ ଏମ ) ସୁସ୍ମିତା ସାମନ୍ତରାୟ ,ସମାଜ କଲ୍ୟାଣ କାର୍ଯ୍ୟ ପାଇଁ ଡି ଏସ ଡବ୍ଲୁ ଓ ଦ୍ରପୌଦୀ କହଁର ଙ୍କୁ ମାନପତ୍ର,ଉପ ଢ଼ୌକନ ଓ ମୋମେଣ୍ଟୋ ଦେଇ ସମ୍ମାନିତ କରାଯାଇଥିଲା।ଦୁଇଟି ଆକାଂକ୍ଷା ବ୍ଲକ ର ତେନ୍ତୁଳିଖୁଣ୍ଟି ବି ଡି ଓ ମନୋଜ ପାଣିଗ୍ରାହୀ ଏବଂ ଡ଼ାବୁ ଗାଁ ବି ଡି ଓ ଶରତ ମାଝୀ ଙ୍କ ସମେତ ଟିମ୍ କୁ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ସମ୍ମାନୀତ କରିଥିଲେ। ସଭା କାର୍ଯ୍ୟକ୍ରମ ପରେ ମୁଖ୍ୟ ଅତିଥି ଆକାଂକ୍ଷା ହାଟ ର ୨୫ଟି ଷ୍ଟଲ୍ କୁ ଉଦ୍ଘାଟନ କରିଥିଲେ। ସଭାରେ ସମସ୍ତ ବିଭାଗୀୟ ଅଧିକାରୀ,ସମ୍ମାନୀତ ହେବାକୁ ଥିବା ଅଧିକାରୀ,କର୍ମଚାରୀ,ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସ୍ଵାସ୍ଥ୍ୟ କର୍ମୀ, ଏସ ଏଚ ଜି ମହିଳା, ସହରର ବୁଦ୍ଧିଜୀବୀ,ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!