ଗଛ କଟା ଘଟଣା, ବନ ପାଳଙ୍କ ମିଥ୍ୟା ଖବରକୁ ନେଇ ସରପଞ୍ଚ, ନାଏବ ସରପଞ୍ଚ ଅସନ୍ତୋଷ, ଜଙ୍ଗଲକୁ ସୁରକ୍ଷା ଦେବାକୁ ଦାବୀ

ବୈପାରିଗୁଡ଼ା(AKN NEWS):ବୈପାରିଗୁଡ଼ା ବନାଞ୍ଚଳ ଅଧିନସ୍ଥ ଦଶମନ୍ତପୁର ସେକସନର କାଠପଡ଼ା ବିଟ ଅଞ୍ଚଳରେ ଗଛ କଟାଯାଇଥିବା ନେଇ ଗଛ କିଛିଦିନ ତଳେ ଖବର ପ୍ରସାରଣ ହେବାପରେ ଉକ୍ତ ଗଛ କଟା ଘଟଣାରୁ ବଞ୍ଚିବା ପାଇଁ ଦଶମନ୍ତପୁର ସେକସନର ବନପାଳ ଶ୍ରୀମତି ରଞ୍ଜିତା କୁମାରୀ ନାୟକ ଦିନକୁ ଦିନ ନୂଆ ନୂଆ ପନ୍ଥା ଆପଣାଉଛନ୍ତି। କେତେବେଳେ ଗଛଟି ଶୁଖିଲା ପରେ ମୂଳରୁ ଉପାଡ଼ି ହୋଇ ପଡ଼ିଛି ବୋଲି କହୁଛନ୍ତି ତ ଆଉ କେତେବେଳେ ଗଛଟି ୪ ବର୍ଷ ପୂର୍ବରୁ କଟା ଯାଇଛି ବୋଲି କହୁଛନ୍ତି । ଘଟଣାକୁ ନେଇ କାର୍ଯ୍ୟରେ ଅବହେଳା କରୁଥିବା ନିଜ ଦୋଷକୁ ଲୁଚାଇବା ପାଇଁ ଗଛଟି କଟାଯାଇ ବିଦ୍ୟାଳୟ କାମରେ ଲାଗିଛି ବୋଲି ମଧ୍ୟ ଗଣ ମାଧ୍ୟମରେ ସୂଚନା ଦେଇଛନ୍ତି। ସୂଚନା ଦେବାପରେ ଘଟଣାର ସତ୍ୟା ସତ୍ୟ ସଂଗ୍ରହ ନକରି କିଛି ଗଣ ମାଧ୍ୟମ ଖବର କାଗଜରେ ଏକ ତରଫା ଖବର ପ୍ରସାରଣ ହୋଇଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଘଟଣାର ସତ୍ୟ ସତ୍ୟା ପ୍ରମାଣିତ କରିବା ପୂର୍ବରୁ ଖବର କାଗଜରେ ମିଥ୍ୟା ଖବର ପ୍ରକାଶ କରିବାକୁ କହି ପୁଣି ବନ ପାଳଙ୍କୁ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଯଦି ସେହି ଗଛ କାଟି ବିଦ୍ୟାଳୟ କାର୍ଯ୍ୟରେ ଲାଗିଛି ତେବେ କେଉଁ ବିଦ୍ୟାଳୟରେ ଲାଗିଛି ବୋଲି ସାଧାରଣରେ ପ୍ରଶ୍ନ ହେଉଛି। ଏହାସହ କଟା ଯାଇଥିବା ଗଛ କୌଣସି ବିଦ୍ୟାଳୟ କାର୍ଯ୍ୟରେ ଲାଗି ନାହିଁ କାହିଁକି ଆମ ଅଞ୍ଚଳକୁ ବଦନାମ କରିବାକୁ ବନପାଳ ଉଦ୍ୟମ କରୁଛନ୍ତି ବୋଲି କାଠପଡ଼ା ଅଞ୍ଚଳରୁ ମତ ପ୍ରକାଶ ହୋଇଛି । ଏହାସହ ବେଆଇନ ଭାବେ ଗଛ କଟା ଯାଇଥିବା ନେଇ ଖବର ପ୍ରସାରଣ ହେବାପରେ ବୈପାରିଗୁଡ଼ା ବନ ବିଭାଗୀୟ କର୍ମଚାରୀ ଗଛ କଟା ଯାଇଥିବା ସ୍ଥାନରେ ପହଞ୍ଚିଥିଲେ ଏବଂ ସେ ଗଛକୁ ସିଜ ନକରି ସ୍ଥାନୀୟ ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡ ମେମ୍ବର ଉପସ୍ଥିତ ରହି ୪ ବର୍ଷର ପୁରୁଣା ଗଛ ବୋଲି ମତ ପ୍ରକାଶ କରିଛନ୍ତି ବୋଲି ମଧ୍ୟ କାଗଜ କଲମରେ ଦର୍ଶାଇଥିବା ନେଇ ମଧ୍ୟ ଗଣ ମାଧ୍ୟମରେ ଖବର ପ୍ରକାଶ କରିଥିବା ଜଣା ପଡ଼ିଛି ।
ତେବେ ଉକ୍ତ ଗଛ କଟା ଯାଇଥିବା ଘଟଣା ବିଷୟରେ ସ୍ଥାନୀୟ ସରପଞ୍ଚ ଓ ନାଏବ ସରପଞ୍ଚ ଜାଣିନଥିବା ପ୍ରକାଶ କରିଛନ୍ତି । ତେବେ ସରପଞ୍ଚ, ନାଏବ ସରପଞ୍ଚ ଉକ୍ତ ଗଛ କଟା ଘଟଣା ବିଷୟକୁ ନେଇ ଜାଣିନଥିବା ବେଳେ ବନ ବିଭାଗୀୟ କର୍ମଚାରୀ ସରପଞ୍ଚ, ନାଏବ ସରପଞ୍ଚ ଉପସ୍ଥିତି ରହି ମତପ୍ରକାଶ କରିଛନ୍ତି ବୋଲି କାହିଁକି ମିଥ୍ୟା ଖବର ପ୍ରସାରଣ କରିଛନ୍ତି ବୋଲି ନିନ୍ଦା କରିବା ସହ ବନପାଳଙ୍କ ମିଥ୍ୟା ଖବରକୁ ନେଇ ଉକ୍ତ ଗଛ କଟା ଯାଇଥିବା ସ୍ଥାନରେ ପହଞ୍ଚି ସେ ଗଛର ସ୍ଥିତି ଅନୁଧ୍ୟାନ କରି କଟାଯାଇଥିବା ଉକ୍ତ ଗଛକୁ ସଠିକ ଭାବରେ ପ୍ରମାଣିତ କରାଯାଉ ଏବଂ ଜଙ୍ଗଲକୁ ସୁରକ୍ଷା ଦିଆଯାଉ ବୋଲି ଜନପ୍ରତିନିଧି ଓ ଅଞ୍ଚଳବାସୀ ସାଧାରଣରେ ଦାବୀ କରିଛନ୍ତି ।
ବୈପାରିଗୁଡ଼ା ରୁ ବିଜୟ ପାଙ୍ଗି ଙ୍କ ରିପୋର୍ଟ


