ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସେବାନିବୃତ୍ତ ସମ୍ବର୍ଦ୍ଧନା ପ୍ରଦାନ।

ବୋଲଗଡ, ଖୋର୍ଦ୍ଧା(AKN NEWS):ବୋଲଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ ଙ୍କୁ ଗୁରୁବାର ସେବାନିବୃତ୍ତି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି. ଶ୍ରୀ ବଳବନ୍ତରାୟ ଦୀର୍ଘ ୨ବର୍ଷ ଧରି ସୁଚାରୁରୂପେ କାର୍ଯ୍ୟକାଳ ସମାହିତ କରିଛନ୍ତି. ବିଶେଷ କରି ସମସ୍ୟାର ତ୍ୱରିତ ସମାଧାନ କରିବା ଥିଲା ଶ୍ରୀ ବଳନ୍ତରାୟ ଙ୍କ ଏକ ବିଶେଷ ଗୁଣାବଳୀ. ଏଥି ସହ ସମସ୍ତଙ୍କୁ ସାଥିରେ ନେଇ କାର୍ଯ୍ୟକ୍ରମ କରିବା ଓ ଜଣେ ବନ୍ଧୁ ବତ୍ସଳ ଆଦର୍ଶ ଶିକ୍ଷକ ଥିଲେ. ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ନାଥ ସ୍ୱାଇଁ ଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟବକ୍ତା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ ରତିକାନ୍ତ ମିଶ୍ର ସମ୍ମାନିତ ଅତିଥି ରୂପେ ଡ଼. ମଞ୍ଜୁଲତା ହାଁସଦା ପ୍ରାକ୍ତନ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ଭଞ୍ଜ ଜିଲ୍ଲାପରିଷଦ ସଭ୍ୟା ସୁନନ୍ଦିତା ସାହୁ ସରପଞ୍ଚ ଗୀତାଞ୍ଜଳି ସାହୁ ସମିତି ସଭ୍ୟା ନିର୍ମଳା ପ୍ରଧାନ ଏବିଇଓ ଅମିତା ମିଶ୍ର ଇଓ କେଭି ଲକ୍ଷ୍ମୀ ପ୍ରାକ୍ତନ ଏବିଇଓ ପଦ୍ମଚରଣ ବେହେରା ବିଦାୟୀ ବିଇଓ ଶ୍ରୀ ବଳବନ୍ତରାୟ ପ୍ରମୁଖ ଯୋଗଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଯୋଗେଶ ଚନ୍ଦ୍ର ସାମନ୍ତ ସିଂହାର ମଳୟ ପଣ୍ଡା ଅପର୍ତ୍ତି ଅଟ୍ଟ ଭିକାରୀ ପୁଷ୍ଟି ସୁକାନ୍ତ ଜେନା ପୀତବାସ ଲେଙ୍କା ପ୍ରାକ୍ତନ ପ୍ରଧାନ ଶିକ୍ଷକ ବଦ୍ରୁଲ ହୁସେନ ଖାଁପ୍ରଫୁଲ୍ଲ ସିଂ ବାସୁଦେବ ସେଠି ଅଞ୍ଜନ କୁମାର ଜୟସିଂ ବାସୁଦେବ ବରାଡ଼ ପ୍ରମୁଖ ବହୁ ଶିକ୍ଷକ ଯୋଗଦେଇ ଥିଲେ. ମାନପତ୍ର ଓ ଉତ୍ତରୀୟପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା. ଶିକ୍ଷକ ବିଜୟ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ. ଶିକ୍ଷକ ଜନ୍ମେଞ୍ଜୟ ମାଝୀ ଅତିଥି ପରିଚୟ ପ୍ରଦାନ କରିଥିଲେ. ବୋଲଗଡ ମୋର କର୍ମଭୂମି ଥିଲା ଓ ରହିବ. ଅବସର ସମୟରେ ଶିକ୍ଷକ ମାନଙ୍କ ସମସ୍ୟା ସମାଧାନ କରିବାକୁ ସହଯୋଗ କରିବେ ବୋଲିପ୍ରକାଶ କରିଥିଲେ. ଏହି ଅବସରରେ ବ୍ଲକର ୨ଶହରୁ ଉର୍ଦ୍ୱ ଶିକ୍ଷକ ଯୋଗଦେଇଥିଲେ.ସମସ୍ତ ସିଆସିସିଓ କାର୍ଯ୍ୟାଳୟ କର୍ମଚାରୀମାନେ ସହଯୋଗ କରିଥିଲେ ପରିଶେଷରେ ଶିକ୍ଷକ ସଙ୍ଘ ସଭାପତି ଶୈଳେନ ପଟ୍ଟନାୟକ ଶ୍ରୀ ବଳବନ୍ତରାୟ ଙ୍କ ସୁସ୍ଥ ନିରାମୟ ଜୀବନ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ।
ଖୋର୍ଦ୍ଧା ରୁ ଜିଲ୍ଲା ପ୍ରତିନିଧି ହାଡିବନ୍ଧୁ ଲେଙ୍କାଙ୍କ ରିପୋର୍ଟ-AKN NEWS


