ଓଡିଶା ଖବର

ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଇଁ ପ୍ରସ୍ତୁତି ବୈଠକ।

ଭବାନୀପାଟଣା(AKN NEWS):ଭବାନୀପାଟଣା ସହର ଅନ୍ତର୍ଗତ ପୁରୁଣାପଡା ସ୍ଥିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ କୁ ଉଛବମୁଖର ଓ ଶୃଙ୍ଖଳା ର ସହ ସମାପନ କରିବା ପାଇଁ ମନ୍ଦିର ପରିସର ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି. ମନ୍ଦିର ସମୂହ କମିଟି ସଭାପତି ଇନ୍ଦ୍ରଜିତ୍ ମହାଖୁଡ ଅଧ୍ୟକ୍ଷତା କରିଥିଲେ. ମନ୍ଦିର ର ସକ୍ରିୟ ସଦସ୍ୟ ମାନେ ନିଜ ନିଜ ସୁଚିନ୍ତିତ ମତାମତ ଦେଇ ଥିଲେ। ମୁଖ୍ୟତଃ ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ରାଧାକୃଷ୍ଣ ମନ୍ଦିର ଗୁଡିକ ମଧ୍ୟରେ ପୁରୁଣା ପଡା ରାଧାକୃଷ୍ଣ ମନ୍ଦିର ଠାରେ ଭକ୍ତ ଙ୍କ ଭିଡ଼ ମାତ୍ରାଧିକ ହୋଇଥାଏ‌। ଏହି ଭିଡ କୁ ନିୟନ୍ତ୍ରଣ ନିମନ୍ତେ ଟ୍ରାଫିକ୍ ବ୍ୟବସ୍ଥା, କୁ ବିଶେଷ ଗୁରୁତ୍ଵ ଦିଆ ଯାଇଥିଲା।16 ତାରିଖରେ ପ୍ରଭୁଙ୍କ ବିମାନ ମନ୍ଦିର ର ରୁ ବାହାରି ତଳ ପଡା ଦେଇ ଶବର ପଡା, ଓ ମୁଖ୍ଯ ରାସ୍ତା ଦେଇ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି ସନ୍ଧ୍ୟାରେ ପ୍ରବଚନ କାର୍ଯ୍ଯକ୍ରମ ର ବ୍ୟବସ୍ଥା କରାଯାଇଛି।ପ୍ରବଚକ ବଲାଙ୍ଗୀର ଜିଲ୍ଲାର ଦିଗସରା ଗ୍ରାମର ତରଣୀସେନ ବେହେରା ପ୍ରବଚନ ଦେବାର କାର୍ଯ୍ୟକ୍ରମ ରହିଛି। ଆଲୋକ ସାହୁ, ବିକାଶ ପ୍ରଧାନ, ବେଣୁଧର ପ୍ରଧାନ, ଚନ୍ଦ୍ର ଶେଖର ଡାକୁଆ, କାଳୀ ପ୍ରସାଦ ଡାକୁଆ, ତ୍ରିଭୁବନ ଡାକୁଆ, ସିନ୍ଧୁ ଡାକୁଆ, ବରିଷ୍ଠ ସାମ୍ବାଦିକ ସନ୍ତୋଷ ପ୍ରଧାନ ପ୍ରମୂଖ ଉପସ୍ଥିତ ଥିଲେ. ପରକ୍ଷିତ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!