ଓଡିଶା ଖବର

ଫ୍ୟୁଜନ ଫାଇନାନ୍ସ ଭବାନୀପାଟଣା ତରଫରୁ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ଗ୍ରାମାଞ୍ଚଳ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଉଦ୍ଧେଶ୍ୟରେ ପାଠ୍ୟଉପକରଣ ବଣ୍ଟନ

ଭବାନୀପାଟଣା,(AKN NEWS):ଫ୍ୟୁଜନ ଫାଇନାନ୍ସ ତରଫରୁ ଭବାନୀପାଟଣା ଡିଭିଜନ୍ ପକ୍ଷରୁ ସରକାରୀ ଉଚ୍ଚ ବିଦ୍ୟାଳୟ, ଶଗଡାଠାରେ ସାମାଜିକ ‘ଷ୍ଟେସନାରୀ ବଣ୍ଟନ କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି। ଫ୍ୟୁଜନ ଫାଇନାନ୍ସ୍ ଗ୍ରାମାଞ୍ଚଳ କ୍ଷେତ୍ରରେ ମହିଳା ମାନଙ୍କୁ ଆର୍ଥିକ ସାହାର୍ଯ୍ୟ କରି ସେମାନଙ୍କ ମନୋବଳ ତଥା ପରିବାରକୁ ସ୍ୱାବଲମ୍ବୀ ଓ ଉନ୍ନତ କରିପାରିଛି।  ସେମାନଙ୍କୁ ପ୍ରତ୍ୟେକ ବର୍ଷ ସି.ଏସ୍.ଆର୍ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ସମୟରେ ଛାତ୍ରଛାତ୍ରୀ ତଥା ମହିଳା ଓ ପୁରୁଷଙ୍କ ମଧ୍ୟରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଚଳିତ ବର୍ଷ ଏହି ସି.ଏସ୍.ଆର୍ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ପାଠପଢା ପ୍ରତି ଆଗ୍ରହ ତଥା ସେମାନଙ୍କୁ ଉତ୍ସାହିତ କରିବା ପାଇଁ ପାଠ୍ଯୋପକରଣ ଯଥା ବ୍ୟାଗ୍, ଖାତା, କଲମ, କମ୍ପାସ ଆଦି ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡଃ. ସାଧୁଚରଣ ପଣ୍ଡା, ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁକାନ୍ତ ସାହୁ, ଫ୍ୟୁଜନ ଫାଇନାନ୍ସର ଏ.ଭି.ପି ଅମ୍ରିତଲାଲ ରାମ୍, ଭବାନୀପାଟଣା ଡିଭିଜିନାଲ ମ୍ୟାନେଜର ପ୍ରଶାନ୍ତ କୁମାର ସୁବୁଦ୍ଧି, ଆଡମିନ ଏକଲବ୍ଯ ମାହାର, ଏଚ୍.ଆର୍ ଲକ୍ଷ୍ମୀକାନ୍ତ ମହାରଣା ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରଶାନ୍ତ କୁମାର ସୁବୁଦ୍ଧି ପରିଚାଳନା କରିଥିବାବେଳେ ଶେଷରେ ଲକ୍ଷ୍ମୀକାନ୍ତ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଦ୍ୟାଳୟର ଶିକ୍ଷକ, ଛାତ୍ରଛାତ୍ରୀ ତଥା ଫ୍ୟୁଜନ କର୍ମଚାରୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପୂର୍ଣ୍ଣ ସଫଳତା କରିଥିଲେ।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!