ଓଡିଶା ଖବର

ଧରପଗଡ ରେ ଅଗଷ୍ଟ୯ ବିଶ୍ବ ଆଦିବାସୀ ଦିବସ ରେ ଆଦିବାସୀ ମେଳି।

(AKN NEWS):ଅଗଷ୍ଟ ୯ ବିଶ୍ବ ଆଦିବାସୀ ଦିବସ ପାଳନ ଅବସରରେ ସଇତଲା ବ୍ଲକ ଧରପଗଡ଼ ପଂଚାୟତ ଗୋଇଲ ଭାଡ଼ି, ଧାରିଣୀ ପୀଠ ରୁ ଆଦିବାସୀ ସଙ୍ଘ ତରଫରୁ ଆଦିବାସୀ ପାରମ୍ପରିକ ବାଜା, ନାଚ, ଗୀତ, ସହ ବିଶାଳ ଆଦିବାସୀ ଶୋଭାଯାତ୍ରା ରେ ଗୋଇଲଭାଡ଼ି ଗାଁ ରେ ପ୍ରକମ୍ପିତ ହୋଇଥିଲା। ଏହା ପରେ ଆଦିବାସୀ କଲ୍ୟାଣ ମଣ୍ଡପ ଠାରେ ଆଦିବାସୀ ଦେବାଦେବି ପୂଜା ଅର୍ଚନା କରି ପୁଷ୍ପ ମାଲ୍ୟାର୍ପଣ କରିବା ସହ ଆଦିବାସୀ ମାନଙ୍କ ତରଫରୁ ଏକ ଆଲୋଚନା ଚକ୍ର କରାଯାଇଛି।ମଞ୍ଚ ରେ ମଞ୍ଚ ପରିଚାଳନା କରି ଥିଲେ, ଶୁଭ ଛତ୍ରିଆ ଉକ୍ତ ଆଲୋଚନା ଚକ୍ର ରେ ସଇତଲା ବ୍ଲକସମ୍ପାଦକ ଧନୀ ଭୋଇ ଙ୍କ ନିର୍ଦେଶ କ୍ରମେ,ମୁଖ୍ୟ ଅଥିତି ବେଲପଡା ବ୍ଲକ ର ଉପ ସଭାପତି ଶ୍ରୀ ଧନିରାମ ମିର୍ଧା, ଅଭି ଭାଷଣରେ ପ୍ରକମ୍ପିତ କରିଥିଲେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିରୋଧୀ ନିତି ବିରୁଦ୍ଧ ରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବିକାଶ ନାଁ ରେ ଭାଷା ଓ ସଂସ୍କୃତି ଓ ପ୍ରକୃତି ଧର୍ମିକୁ ଲୋପ କରିବା ପାଇଁ ଚକ୍ରାନ୍ତ ଚାଲିଛି , ଆଦିବାସୀ ମାନଙ୍କ ଭାଷା ଓ ଲିପିକୁ ସାମ୍ବିଧାନିକ ଅଧିକାର ଦିଆଯାଉ ନାହିଁ। ବିକାଶ ନାଁରେ ପ୍ରାକୃତିକ ସମ୍ପଦକୁ ଲୁଣ୍ଠନ କରାଯାଉଛି l ଦେଶର ସାମ୍ବିଧାନ ଓ ପେସା ଆଇନ୍ ରେ ଆଦିବାସୀର ଜମି, ଜଳ, ଜଙ୍ଗଲ ଉପରେ ଥିବା ଅଧିକାର କୁ ଚଡେଇ ନେବା ପାଇଁ ଷଡଯନ୍ତ୍ର କରୁଛନ୍ତି। ଯୁଗ ଯୁଗ ରୁ ଆଦିବାସୀ ମାନେ ଶୋଷଣ ଓ ଠକେଇ ର ଶିକାର ହେଉଛନ୍ତି। ଆଦିବାସୀ ମାନଙ୍କ ସାମ୍ବିଧାନିକ ଅଧିକାର ଆଜି ପର୍ଯ୍ୟନ୍ତ ଅନ୍ଧାର ଭିତରେ ରହିଛି ।ଆଦିବାସୀ ମାନେ ପୂର୍ବ ପୁରୁଷ ରୁ ଭୋଗ ଦଖଲରେ ଥିବା ଜମି ଗୁଡ଼ିକୁ ଓଡିଶା ଓ ଆନ୍ଧ୍ର ପ୍ରଦେଶ ର ଜମି ମାଫିଆ ମାନେ ଆଦିବାସୀ ମାନଙ୍କ ଠାରୁ ନେଉଛନ୍ତି। ସରକାର ଆଦିବାସୀଙ୍କ ଦୁଃଖ ନ ଦେଖି ବଡ ବଡ କମ୍ପାନୀ ମାନଙ୍କୁ ଜମି ଅଧିକାର ଦେଉଛନ୍ତି। ସରକାର ଆଦିବାସୀଙ୍କ ଅଧିକାର କୁ ଖିଲାପ କରନ୍ତି ତାହା ହେଲେ ଆନ୍ଦୋଳନ ତୀବ୍ର କରିବା ପାଇଁ ଆଗକୁ ହେବ ବୋଲି କହିଥିଲେ,,ଶ୍ରୀ ମିର୍ଧା,ପୁଷ୍ପାଞ୍ଜିଳି କୁଆଁର, ଜଗନ୍ନାଥ ମାଝୀ, ପଦୁ ଭୋଇ, ଶୁଭୁଦ୍ଧି ପାତ୍ର ମୋତିରାମ ଭୋଇ, ସୋମନାଥ ମାଝୀ, ଅଶ୍ୱନୀ ଭୋଇ, ଭାଗରଥୀ ବେଷ୍କଇ, ପ୍ରମୋଦ ଭୋଇ,ଶଙ୍କରଭୋଇ, ତୁଳସୀଭୋଇ, ଗିରିଧାରୀ ଭୋଇ ଏହି ବିଶ୍ଵ ଆଦିବାସୀ ଦିବସ ପ୍ରକୃତ ଆଦିବାସୀ ମାନେ ବିଶ୍ଵ ଆଦିବାସୀ ଦିବସ ରେ ପାରମ୍ପରିକ ନୃତ୍ୟ ସହ ସମସ୍ତ ଆଦିବାସୀ ଭାଇ ଭଉଣୀ ମାନଙ୍କୁ ସଚେତନ କରିଥିବା ଦେଖିବାକୁମିଳିଛି।

ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!