ଓଡିଶା ଖବର

ଗୋତୋମୁଣ୍ଡା ଠାରେ ମାଁ ଘାଟି ମୁଡ଼ିଆଣିଙ୍କ ଡଙ୍ଗର ଯାତ୍ରା ପାଳିତ ।

(AKN NEWS):କଳାହାଣ୍ଡି ଜିଲ୍ଲା ଏକ ଆଦିବାସୀଙ୍କ ମାଟି ,ଏଠାରେ ସ୍ଥାନେ ସ୍ଥାନେ ଆଦିବାସୀ ମାନେ ନିଜ ନିଜର ବିଶ୍ଵାସରେ ଆରାଧ୍ୟ ଦେବା ଦେବୀଙ୍କ ପୂଜାର୍ଚ୍ଚନା ସହ ଯାତ୍ରା ପର୍ବ ଦେଖିବାକୁ ମିଳିଥାଏ । ଏହିଭଳି ଦେବଦେବୀଙ୍କ ପୂଜାର୍ଚ୍ଚନା କେଉଁ ଆବାହନ କାଳରୁ ପୂଜା ପାଉଅଛନ୍ତି । ସେଇଭଳି ମାଁ ସର୍ବମଙ୍ଗଳା ଘାଟିମୁଡ଼ିଆଣିଙ୍କ ଡଙ୍ଗର ଯାତ୍ରା କୋକସରା ବ୍ଲକ ଗୋତୋମୁଣ୍ଡା ସୀମାନ୍ତ ସାହାଜ ଖୋଲ ସଂରକ୍ଷିତ ଜଙ୍ଗଲ ପାଦଦେଶରେ ଥିବା ଅଠର ନଳା ଘାଟିରେ ପୂଜା ପାଆନ୍ତୀ ମାଁ ଘାଟିମୁଣ୍ଡିଆଣି ,ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପୂର୍ଣ୍ଣିମାରେ ପଡୁଥିବା ମଙ୍ଗବାରଦିନ ମାଁ ଘାଟି ମୁଡ଼ିଆଣି ଙ୍କ ଡଙ୍ଗର ଯାତ୍ରା ପାଳନ ହୋଇଯାଇଛି । ମାଁଙ୍କ ଏହି ପୂଜା ପୂର୍ବରୁ ଗ୍ରାମର ପୁଝାରୀ ଓ ଗୋତମୁଣ୍ଡା ଗ୍ରାମ ବାସି କାଲିସି ଓ ଲାଠି ଯାତ୍ରାରେ ଦେବୀପିଠକୁ ଯାଇଥାନ୍ତି । ସେଠାରେ ପୂଜା ଅର୍ଚ୍ଚନା ପରେ ମାନସିକ ଧାରି ଶ୍ରଦ୍ଧାଳୁ ମାନେ ଦେବୀ ପୀଠରେ ଶୁକ୍ଲ ଭୋଗ ସହ ପାରା, କୁକୁଡ଼ା , ବୋଦା ବଳି ଦେଇ ଥାନ୍ତି, ଡଙ୍ଗର ଯାତ୍ରା ଏହିଅଞ୍ଚଳର କୃଷି ଭିତ୍ତିକ ଯାତ୍ରାଭାବେ ପାଳନ କରାଯାଇଥାଏ । ଅଞ୍ଚଳ ବାସୀଙ୍କ ସମ୍ପୂର୍ଣ୍ଣ ବିଶ୍ୱାସ ଜେ ଭଲ ବର୍ଷା , ଚାଷ ଅମଳ ପାଇଁ ଅଞ୍ଚଳ ବାସି ଦେବୀ ଙ୍କ ନିକଟ ରେ ଗୁହାରି କରି ଥାନ୍ତି ଏବଂ ମାଁ ଅଞ୍ଚଳ ବାସିଙ୍କ ଆଶା ପୁରାଣ ମଧ୍ୟ କରିଥାନ୍ତି । ଏହି ଡଙ୍ଗର ଯାତ୍ରାରେ ପଡ଼ୋଶୀ ରାଜ୍ୟ ଛତିଗଡ଼, ବସ୍ତର ,ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ତଥା ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁ ମାନେ ଆସି ନିଜ ନିଜର ମାନସିକ ପୂରଣ ପାଇଁ ଦେବୀଙ୍କ ଆଶ୍ରୀବାଦ ଲୋଡ଼ି ଥାନ୍ତି ।

କଳାହାଣ୍ଡି ଜିଲ୍ଲା ରୁ ଟଙ୍କଧରବିହାରୀ ଙ୍କ ରିପୋଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!