ଓଡିଶା ଖବର

ସ୍ୱଦେଶୀ ସୁରକ୍ଷା ଓ ସ୍ୱାବଲମ୍ବନ ଅଭିଯାନ

ଭବାନୀପାଟଣା(AKN NEWS):ସ୍ୱଦେଶୀ ଜାଗରଣ, କଳାହାଣ୍ଡି ଜିଲ୍ଲା ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ବିଦେଶୀ କମ୍ପାନୀ ଭାରତ ଛାଡ଼ ଏହି କ୍ରମରେ ସ୍ୱଦେଶୀ ସୁରକ୍ଷା ଓ ସ୍ୱାବଲମ୍ବନ ଅଭିଯାନ ଅନ୍ତର୍ଗତ ଶଙ୍ଖନାଦ କାର୍ଯ୍ୟକ୍ରମ ସ୍ଥାନୀୟ ବସ୍ ଷ୍ଟାଣ୍ଡରେ ଅନୁଷ୍ଠିତ ହୋଇଯାଇଛି l ମଞ୍ଚର ଜିଲ୍ଲା ସଂଯୋଜକ ଗକିନ୍ଦ୍ର ଡାକୁଆଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାନ୍ତ ସମ୍ପର୍କ ପ୍ରମୁଖ ପ୍ରତୀକ ଯୋଷୀ, କଳାହାଣ୍ଡି ବିଭାଗ ସଂଯୋଜକ ନକୁଳ ନାୟକ, ବିଷ୍ଣୁ ଅଗ୍ରୱାଲ, ଅନିତା ବିଶ୍ଵାଳ, ଧର୍ମେନ୍ଦ୍ର ବାହୂକ, ସନ୍ତୋଷୀ ଦାସ, ପ୍ରଭାତୀ ଜାଲ, ଶର୍ମିଷ୍ଠା ନାୟକ, ଅଂଶୁମାନ ଜେନା,ଭବାନୀ ଶଙ୍କର ବେହେରା, ରୋହିତ ବିଭାର, ଆଦିତ୍ୟ ନାଏକ, ରୁଦ୍ର ସ୍ୱାଇଁ ଓ ଉପସ୍ଥିତ ରହି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପକ୍ଷରୁ ଭାରତ ଉପରେ ଆୟାତ ଶୁଳ୍କ ବଢ଼ାଇ ୨୫ + ୨୫ ପ୍ରତିଶତ ଶୁଳ୍କ ବଢ଼ାଇ ପୁଣି ୧ ପ୍ରତିଶତ ଜୋରିମାନା ଲଗାଯାଇଛି l ଏଥିପାଇଁ ଅନାବଶ୍ୟକ ବିଦେଶୀ ଜିନିଷ (ଆମେରିକା) ଓ ଚୀନ ତଥା ଅନ୍ୟ ବିଦେଶୀ କମ୍ପାନୀର ଦ୍ରବ୍ୟ ଗୁଡ଼ିକର ବହିଷ୍କାର କରିବା ସହିତ ସ୍ଥାନୀୟ ଉତ୍ପାଦ ସହିତ ସ୍ୱଦେଶୀ କମ୍ପାନୀ ପ୍ରସ୍ତୁତ ଜିନିଷ ବ୍ୟବହାର କରି ଦେଶର ଅର୍ଥନୈତିକ ପ୍ରଗତିରେ ସହାୟକ ହେବା ପାଇଁ ଆହ୍ଵାନ ଦେଇଥିଲେ l

ବ୍ୟୁରୋ ରିପୋର୍ଟ AKN NEWS

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!