ଓଡିଶା ଖବର

ଜଣେ ଆଦର୍ଶ କବି ଶରତ ଚନ୍ଦ୍ର ବାରିକି ୫ ହଜାରରୁ ଉର୍ଦ୍ଧ୍ଵ ଗୀତ ଲେଖି କୃଷ୍ଣ ପ୍ରସାଦ ବ୍ଲକ ରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ପୁରୀ ଜିଲ୍ଲା(AKN NEWS):କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ବଜ୍ରୋକୋର୍ଟ ଗ୍ରାମ ପଞ୍ଚାୟତ ନୂଆଗାଁ ଗ୍ରାମର ଶରତ ଚନ୍ଦ୍ର ବାରିକୀ, ପିତା ସ୍ବର୍ଗତ ଦାମଦୋର ବାରିକୀ ମାତା ସ୍ବର୍ଗତା କଇଁଦେଇ ବାରୀକୀ ଏକମାତ୍ର ପୁତ୍ର ଶରତ ଜନ୍ମ ୧୯୫୭ ମସିହା ରେ ମାତା କଇଁ ଦେବୀଙ୍କ କୁଳ ମଣ୍ଡନ କରିଥିଲେ । ପିଲାଟି ଦିନରୁ ତୁଳସୀ ଦୁଇ ପତ୍ରରୁ ବସିଲା ପରି ତାଙ୍କର ଚାଲି ଚଳନୀ ଆଚାର ବ୍ୟବହାର ଗ୍ରାମରେ ସମସ୍ତଙ୍କୁ ପ୍ରଭାବିତ କରୁଥିଲା । ଶିକ୍ଷାଗତ ଯୋଗ୍ୟତା ସେତେ ନଥିଲେ ମଧ୍ୟ ତାଙ୍କର ଆଧ୍ୟାତ୍ମିକ ଚିନ୍ତାଧାରା ଆଗରେ ସବୁ ହାର୍ ମାନୁଥିଲା କାଳ କ୍ରମେ ୧୯୬୮ ମସିହାରେ ପାରିକୁଦ ରେ ବନ୍ୟା ଅଭାବ ଅନାଟନ ମଧ୍ୟରେ ବାପାଙ୍କ ବୃତ୍ତି ଓ ବ୍ୟବସାୟରେ ଦୀର୍ଘ ୫୦ବର୍ଷ ଭିତରେ ୧୯୬୮ ମସିହାରୁ ଠାରୁ ଗ୍ରାମର ଡ୍ରାମା, ଅପେରା ଓ ଗୀତିନାଟ୍ୟ ରେ ଅଭିନୟ କରି ଶେଷରେ ନାଟକ ଗୁରୁ ଭାବରେ ଶିକ୍ଷା ପ୍ରଦାନ କରିଥିଲେ । ତା ପରେ ପିତାଙ୍କ ବ୍ୟବସାୟରେ ନିପୁଣ ରହି ଗ୍ରାମ ଦେବତୀ ମା ଭଗବତୀଙ୍କ କୃପା ଏବଂ ପିତା ମାତାଙ୍କ ଆଶୀର୍ବାଦରୁ ଗୀତି କବିତା ଆରମ୍ଭ କରି ପରବର୍ତ୍ତୀ ସମୟରୁ ଅଦ୍ୟାବଧି ଭଜନ,ଜଣାଣ, ଛାନ୍ଦ ଚଉପଦୀ,ସ୍ତୁତି ଚମ୍ପୁ, ଓଡ଼ିଶୀ ,ଆଧୁନିକ ପଲ୍ଲୀ ଗୀତ,ଲୋକ ଗୀତ, ଲଘୁ ସଙ୍ଗୀତ, ମର୍ଡନ ଗୀତ, କାହାଣୀ, ଓ ଶାନ୍ତି ବାବା ଭଜନ ଏହିପରି ଭାବରେ ୫ ହଜାରରୁ ଉର୍ଦ୍ଧ୍ଵ ଗୀତ ଲେଖି ଚିଲିକା ପାରିକୁଦ ଅଞ୍ଚଳର କୃଷ୍ଣ ପ୍ରସାଦ ବ୍ଲକ ରେ ବେଶ୍ ସୁନାମ ଅର୍ଜନ କରିବା ସହିତ ଅନେକ ପ୍ରଶଂସା ପତ୍ର ମଧ୍ୟ ପାଇଛନ୍ତି।ଏଥି ସହିତ ସେ ଏକ ସାକ୍ଷାତ କାରରେ କହିଛନ୍ତି କି ଅର୍ଥ ଅଭାବରୁ ନିଜସ୍ଵ ପୁସ୍ତକଟିଏ ବାହାର କରିବା ରେ ଅସମର୍ଥ ହେଉଛନ୍ତି ଯଦି ସରକାରଙ୍କ ପକ୍ଷରୁ କିଛି ଅନୁଦାନ ମିଳେ ତା ହେଲେ ପୁସ୍ତକ ଟିଏ ବାହାର କରିବେ ବୋଲି କହିଥିଲେ । ଏହିଭଳି ଜଣେ ଆଦର୍ଶ ବ୍ୟକ୍ତିତ୍ଵ ଙ୍କୁ ପାଇ ଜନ୍ମମାଟି ନୂଆଗାଁ ତଥା ପାରିକୁଦ ଓ କୃଷ୍ଣ ପ୍ରସାଦ ବ୍ଲକ ବାସୀ ଆଜି ଗର୍ବ ଅନୁଭବ କରୁଛନ୍ତି ।

କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!