ଦୀନ ବନ୍ଧୁ ନୋଡାଲ ହାଇ ସ୍କୁଲ ରେ ମେହେର ଜୟନ୍ତୀ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କୁଚିଣ୍ଡା (AKN NEWS):କୁଚିଣ୍ଡା ବ୍ଲକ ଗୋଛରା ସ୍ଥିତ ଦିନ ବନ୍ଧୁ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ର ସଭା କକ୍ଷରେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ଏକ୍କା ଙ୍କ ସଭାପତିତ୍ୱରେ ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି ।ପ୍ରଥମେ ସ୍ଵଭାବ କବିଙ୍କ କବି ଙ୍କ ତୈଳ ଚିତ୍ର ରେ ମୁଖ୍ୟ ଅତିଥି ଓ ଅନ୍ୟ ବକ୍ତା ଗଣ ପୁଷ୍ପାର୍ଘ୍ୟ ଓ ଦୀପ ଦାନ କରି ଉତ୍ସବକୁ ଉଦଘାଟନ କରିଥିଲେ ।
ମୁଖ୍ୟ ଅତିଥି ବିଶିଷ୍ଟ ସାହିତ୍ୟିକ ଓ ପରିବେଶ ବିତ୍ ସୁବାସ ଚନ୍ଦ୍ର ନାୟକ ମେହେର କବି ଙ୍କ ସାହିତ୍ୟ ରେ ଥିବା ପ୍ରକୃତି ର ଜ୍ବନ୍ତ ବର୍ଣ୍ଣନା ଓ କବିଙ୍କ ଆଦର୍ଶ ଜୀବନ ପ୍ରଣାଳୀ କୁ ଉଚ୍ଚ ପ୍ରଶଂସା କରିଥିଲେ ।ସେ ତାଙ୍କ ବକ୍ତବ୍ୟରେ ଏକ ସୁନ୍ଦର ବିଶ୍ଵ ସୃଷ୍ଟି ପାଇଁ ପ୍ରକୃତି ସଂରକ୍ଷଣ କରିବାକୁ ଆହ୍ବାନ ଦେଇଥିଲେ ।ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଅବସର ପ୍ରାପ୍ତ ରାଜ୍ୟ ପୁରସ୍କୃତ ପ୍ରଧାନ ଶିକ୍ଷୟିତ୍ରୀ ତୁଳସୀ ମଞ୍ଜରୀ ବହିଦାର ମେହେର ସାହିତ୍ୟ କବିତାରେ ସଙ୍ଗିତୀୟତ ଉପରେ ଆଲୋଚନା କରିଥିଲେ ।ଉଦ୍ୟାନ ବିଭାଗ ର ଅବସରପ୍ରାପ୍ତ ଅଧିକାରୀ ରବିଁର ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।ସମଗ୍ର କାର୍ଯ୍ୟକ୍ରମ କୁ ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ଦାସ ପରିଚାଳନା କରିଥିବା ବେଳେ ବରିଷ୍ଟ ଶିକ୍ଷକ ଉମାକାନ୍ତ କର ଅତିଥି ପରିଚୟ ଓ ମନୋଜ କୁମାର ସାହୁ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ନୂତନ ଭାବରେ ଯୋଗ ଦେଇଥିବା ହିନ୍ଦୀ ଶିକ୍ଷକ କାହ୍ନୁ ପଟେଲ ଙ୍କୁ ସ୍ବାଗତ କରାଯାଇଥିଲା । ଶେଷରେ ଶିକ୍ଷକ ଦୁଷ୍ମନ୍ତ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମର ଶେଷରେ କ୍ରୀଡ଼ା ଶିକ୍ଷକ ମିର୍ଜା ସକିରୁଦ୍ଦିନ ବେଗଙ୍କ ପରିଚାଳନା ରେ ବୃକ୍ଷ ରୋପଣ କରାଯାଇଥିଲା ।ଏଥିରେ ଅତିଥି ଓ ବକ୍ତା ଙ୍କ ସହ ରିତା ଭୋଇ,ନେପାଳ କଟା,ରସାନନ୍ଦ ଭଇଁସା, ନବନିତ ନାୟକ,ସବିତା ଡୁଙ୍ଗ ଡୁଙ୍ଗ, ସଞ୍ଜୟ ଦେହୁରୀ, ଦଳିନି ପ୍ରଭା ନିଶାନ କିନ୍ଦୁମତି ରଣା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ବ୍ୟୁରୋ ରିପୋର୍ଟ AKN NEWS


